ଜି ଉଦୟଗିରି(ଗଗନ ପ୍ରଧାନ) : ଠିକ ଅଛି , କରୋନା ଆସିଛି | ସଂକ୍ରମଣର ଆଶଙ୍କା ରହିଛି | ସତର୍କ ରହିବ ଆଉ ସଚେତନ ବି ରହିବା | ତା ବୋଲି କଣ ମଣିଷ ପଣିଆ ଭୁଲିଯିବା | କାଲି ଆମସାଙ୍ଗେ ମିଶୁଥିବା. ଆମ ଦୁଃଖ ସୁଖରେ ସାମିଲ ହୋଇଥିବା ମଣିଷଟା କରୋନା ଭଳି ତିରୋଟ ସମୟରେ ମୃତ୍ୟୁବରଣ କଲେ ଆମେ ତାକୁ ହତାଦର କରିଦେବା | ପାଖକୁ ତା ଯିବାନି ଯିବାନି, ହେଲେ ଭୀତ ମାଟିରେ କବର ଦେବାକୁ ବି ସୁଯୋଗ ଦେବାନି !
ସମୟ ଥିଲା ସେ ଥିଲେ ଅଞ୍ଚଳବାସୀଙ୍କ ଦରଦୀ ବନ୍ଧୁ I ବର୍ଷ ବର୍ଷ ଧରି ଲୋକଙ୍କ ସେବା କରୁଥିଲେ କ୍ଲିନିକ କରି | ଜଣେ ଲୋକ ପ୍ରିୟ ଡାକ୍ତର ସେ ଥିଲେ | ସବୁ ବେଳେ ତାଙ୍କ ପାଖେର ଲୋକ ମାଳମାଳ ହେଉଥିଲେ | କିନ୍ତୁ ସମୟ ଆସିଲା ସେହି ଦରଦୀବନ୍ଧୁଙ୍କ ମୃତ ଶରୀରକୁ କାନ୍ଧରେ ବୋହି କବର ସ୍ଥାନକୁ ନେବା ପାଇଁ କେହି ନଥିଲେ I ପାଖରେ ଥିଲେ ଦୁଇ ଜଣ ସମ୍ପର୍କିୟ ଭାଇ, ଜଣେ ଭଣଜା, ସ୍ତ୍ରୀ ଏବଂ ଝିଅ I କରୋନା ଆତଙ୍କ ଏତେ ପରିମାଣରେ ବୃଦ୍ଧି ପାଇବାରେ ଲାଗିଛି ଯେ ନିଜ ଭିଟାମାଟିରେ କବର ଦେବାକୁ ସ୍ଥାନ ମିଳିଲା ନାହିଁ I ପ୍ରଶାସନ ପକ୍ଷରୁ ଅନ୍ୟ ସ୍ଥାନରେ କବର ଦେବା ପାଇଁ ନିର୍ଦ୍ଦେଶ ଦିଆଗଲା I କିନ୍ତୁ ସେଠାରେ ମଧ୍ୟ ଅଞ୍ଚଳବାସୀ ବିରୋଧ କରିଥିଲେ I ଅଞ୍ଚଳବାସୀଙ୍କ ବିରୋଧ ସତ୍ତ୍ୱେ ପ୍ରାୟ ୫ଘଣ୍ଟାରୁ ଉର୍ଦ୍ଧ୍ବ ଘଣ୍ଟା ଧରି ମୃତ ଦେହ ଅଧା ରାସ୍ତାରେ ଅଟକି ରହିଥିଲା I ଯାହାକି ଅତ୍ୟନ୍ତ ହୃଦୟ ବିଦାରକ ଘଟଣା ଥିଲା I ପୁଣି ସ୍ଥାନୀୟ ପ୍ରଶାସନ ଅନ୍ୟ ଏକ ସ୍ଥାନରେ କବର ଦେବା ପାଇଁ ସ୍ଥାନ ନିରୂପଣ କରି ଥିଲେ ଏବଂ ସେଠାରେ କବର ଦିଆ ଯାଇଥିଲା I କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ଠାରେ ଏହି ପରି ଏକ ହୃଦୟ ବିଦାରକ ଘଟଣା ଘଟିଛି I
ସୂଚନା ଅନୁସାରେ ଘୁ.ଉଦୟଗିରି ବ୍ଲକ ମାଲିକାପଡ଼ି ଗ୍ରାମର ଡାକ୍ତର ସପନ କୁମାର ପ୍ରଧାନ ଜଣେ ଏମବିବିଏସ ପ୍ରଥମ ଶ୍ରେଣୀ ସରକାରୀ ଚିକିତ୍ସାଧିକାରୀ I ଡାକ୍ତର ପ୍ରଧାନ ଘୁ.ଉଦୟଗିରି ଠାରେ ରେନଂ- ୧୨୨୨୦ରେ ରିଆ କ୍ଲିନିକ ନାମରେ ଏକ କ୍ଲିନିକ କରି ଅଞ୍ଚଳର ସାଧରଣଙ୍କୁ ବର୍ଷ ବର୍ଷ ଧରି ସେବା ଯୋଗାଇ ଆସୁ ଥିଲେ I ହଠାତ ଡାକ୍ତର ପ୍ରଧାନ ରବିବାର ଦିନ ଅସୁସ୍ଥ ଅନୁଭବ କରିଥିଲେ I ଅଧିକ ଦୁର୍ବଳତା ଅନୁଭଵ କରିବାରୁ ମଙ୍ଗଳବାର ଦିନ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପରିବାର ଲୋକ ନେଇଥିଲେ I ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଫୁଲବାଣୀ ସଦର ଡାକ୍ତର ଖାନାକୁ ରେଫେର କରିଥିଲେ I ପରିବାର ଲୋକ ଆମ୍ବୁଲାନ୍ସକୁ ଯୋଗାଯୋଗ କରି ଥିଲେ I ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବ ବୋଲି ଆମ୍ବୁଲାନ୍ସ ପକ୍ଷରୁ ସୂଚନା ଦିଆ ଯାଇଥିଲା I ଶେଷରେ ବାଧ୍ୟ ହୋଇ ପରିବାର ଲୋକ ନିଜ କାର ଯୋଗେ ଡାକ୍ତର ସପନ କୁମାର ପ୍ରଧାନଙ୍କୁ ଫୁଲବାଣୀ ଡାକ୍ତର ଖାନାକୁ ନେବା ସମୟରେ ଅଧା ରାସ୍ତାରେ ମୃତ୍ୟୁ ଘଟିଥିଲା I ପରିବାର ଲୋକ ମୃତ ଦେହକୁ ମାଲିକାପଡ଼ି ସ୍ଥିତ ବାସଭବନକୁ ଆଣିଥିଲେ I କିନ୍ତୁ ପ୍ରଶାସନ ପକ୍ଷରୁ ମୃତ ଦେହକୁ ଆନ୍ୟତ୍ର କବର ଦେବା ପାଇଁ ନିର୍ଦ୍ଧେଶ ଦିଆ ଯାଇଥିବା ମୃତ ଡାକ୍ତରଙ୍କ ଭାଇ ସୁମିତ କୁମାର ପ୍ରଧାନ ପ୍ରକାଶ କରିଛନ୍ତି I ପ୍ରଶାସନର ନିର୍ଦ୍ଧେଶ କ୍ରମେ ଭଣଜା ସୌମ୍ୟକାନ୍ତ ପାତ୍ର, ଭାଇ ସୁମିତ କୁମାର ପ୍ରଧାନ, ବିନୟ ଚନ୍ଦ୍ର ପ୍ରଧାନ, ସ୍ତ୍ରୀ ଏବଂ ଝିଅ ଡାକ୍ତର ସପନ ପ୍ରଧାନଙ୍କ ମୃତ ଦେହକୁ ନେଇ ଘୁ.ଉଦୟଗିରି ବିଜ୍ଞାପିତଅଞ୍ଚଳ ପରିଷଦ ସ୍ଥିତ କନବାଗେରୀ ନାମକ ଗ୍ରାମ ପାଖକୁ କବର ଦେବା ପାଇଁ ଯାଇଥିଲେ I କରୋନା ଆତଙ୍କରେ ଆତଙ୍କିତ ହୋଇ ସ୍ଥାନୀୟ ଲୋକ ମୃତ ଦେହ କବର ଦେବାକୁ ବିରୋଧ କରିଥିଲେ I ସେଠାରେ ପ୍ରାୟ ୫ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଅଟକିବା ପରେ ଡାକ୍ତର ସପନ କୁମାର ପ୍ରଧାନଙ୍କ ମୃତ ଦେହକୁ କବର ଦିଆ ଯାଇଥିଲା I ବର୍ତ୍ତମାନ ସୁଦ୍ଧା ମୃତ ଡାକ୍ତରଙ୍କ ରକ୍ତ ନମୁନାର ରିପୋର୍ଟ ଆସିନ ଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି I ଯଦି ଡାକ୍ତର ପ୍ରଧାନ କରୋନାରେ ଆକ୍ରାନ୍ତ ଥିଲେ ପରିବାର ଲୋକଙ୍କୁ କିପରି ଭାବରେ ସ୍ଥାନୀୟ ପ୍ରଶାସନ ମୃତ ଦେହ ହସ୍ତାନ୍ତର କରିଥିଲେ?? ଯାହାକି ସରକାରୀ ଆଇନର ଖୋଲା ଉଲଂଘନ ବୋଲି ମୃତ ଡାକ୍ତରଙ୍କ ଭାଇ ସୁମିତ କୁମାର ପ୍ରଧାନ ପ୍ରତିକ୍ରିୟା ଦେଇଛନ୍ତି I ଏହି ମହାରୀ ସମୟରେ ସମଗ୍ର ପୃଥିବୀରେ ଡାକ୍ତରଙ୍କୁ କୋଭିଡ ଯୋଦ୍ଧାର ଆଖ୍ୟା ଦିଆ ଯାଇଛି I ହେଲେ କନ୍ଧମାଳ ଠାରେ ଡାକ୍ତରଙ୍କ ମୃତ ଦେହକୁ କବର ଦେବାକୁ ନେଇ ସୃଷ୍ଟି ହୋଇ ଥିବା ବିବାଦ ସମସ୍ତଙ୍କୁ ବ୍ୟଥିତ କରିଛି |