ହେଡଲାଇନସ୍:

ଖୁସି ଖବର : ନଭେମ୍ବର ବେଳକୁ ପ୍ରସ୍ତୁତ ହୋଇଯିବ କୋଭିଡ ଟୀକା  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସେରମ୍ ଇନଷ୍ଟିଚ୍ୟୁଟ୍ ସିଇଓ ଶ୍ରୀ ପୁନାୱାଲାଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ  କୋଭିଡ ଟୀକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରେ ଭାରତରେ  ଉତ୍ତମ ଫଳାଫଳ ଦେବା ଦେଖିବାକୁ ମିଳିଛି | ପରବର୍ତ୍ତୀ ପର୍ଯ୍ୟ ପରୀକ୍ଷଣ ଅଗଷ୍ଟ ମାସରେ କରାଯିବ | ଅକ୍ଟୋବର ନଭେମ୍ବର ସୁଦ୍ଧା ଟୀକା ପ୍ରସ୍ତୁତ ହୋଇଯିବ ବୋଲି ଆଜି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ସମୟରେ ସୂଚନା ଦେଇଛନ୍ତି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ସହ  କୋଭିଡି ଟୀକାର  ପ୍ରସ୍ତୁତିରେ ଭାଗିଦାରୀ ଥିବା ପୁନେର ସେରମ୍ ଇନଷ୍ଟିଚ୍ୟୁଟ୍ ର ସିଇଓ ଆଦର ପୁନାୱାଲା  |

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡ଼ିଓ କନଫରେନ୍ସିଂରେ ଶ୍ରୀ ପୁନାୱାଲାଙ୍କ ସହ କୋଭିଡ୍ ଟୀକା ପ୍ରସ୍ତୁତିର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ । କୋଭିଡ୍ ଭ୍ୟାକସିନ୍ ପରୀକ୍ଷଣର ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିବା ସହ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ଭ୍ୟାକସିନ୍ ପ୍ରସ୍ତୁତ ହୋଇ ଆସିବା ପରେ ଓଡ଼ିଶାକୁ ଅଗ୍ରାଧିକାର ଦେଇ ପଠାଇବାକୁ ମୁଖ୍ୟମନ୍ତ୍ରୀ ତାଙ୍କର ସହଯୋଗ ଲୋଡିଥିଲେ । ସେରମ୍ ଇନଷ୍ଟିଚ୍ୟୁଟ୍ ସହ ରାଜ୍ୟ ସରକାର ଯୋଗାଯୋଗରେ ରହିବେ ବୋଲି ଜଣାଇଥିଲେ ମୁଖ୍ୟମନ୍ତ୍ରୀ ।

କୋଭିଡ ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଓ ଟୀକାର ଅଗ୍ରଗତି ସମ୍ପର୍କରେ ଜାଣିବା ପାଇଁ  ମୁଖ୍ୟମନ୍ତ୍ରୀଙ୍କ ଦେଖାଇଥିବା ଆଗ୍ରହକୁ ପ୍ରଶଂସା କରିବା ସହ  ଶ୍ରୀ  ପୁନାୱାଲା କହିଥିଲେ ଯେ ସେରମ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ରାଜ୍ୟ ସରକାରଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରାଯିବ ଯୋଗାଇଦିଆଯିବ  । ଏହି ଆଲୋଚନା ସମୟରେ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା ଆର.ବାଲକ୍ରିଷନ୍ ଓ ସ୍ୱାସ୍ଥ୍ୟ- ପରିବାର କଲ୍ୟାଣ  ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି. କାର୍ତିକେୟନ ପାଣ୍ଡିଆନ୍ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault