ସମସ୍ତ ଯାନବାହାନ ଡ଼କ୍ୟୁମେଣ୍ଟ ବୈଧତା ଅବଧି ବଢ଼ାଇଲେ ପରିବହନ କର୍ତ୍ତୃପକ୍ଷ
ଭୁବନେଶ୍ୱର (ଶାସକ ପ୍ରଶାସକ) : ଲକ ଡାଉନ ଓ ସଟ ଡାଉନ କାରଣରୁ ବସ ଚଳାଚଳ ଗୁରୁତର ବ୍ୟାହତ ହୋଇଥିବା କାରଣରୁ ପୂର୍ବରୁ ରାଜ୍ୟ ସରକାର ଏପ୍ରିଲ, ମେ ଓ ଜୁନରେ ସମ୍ପୂର୍ଣ୍ଣ ଟ୍ୟାକ୍ସ ଛାଡ଼ କରିଥିବା ବେଳେ ଏବେ ବି ଚଳିତ ଓ ଆଗାମୀ ମାସ ପାଇଁ ଟିକସ ଛାଡ଼ ଘୋଷଣା କରିଛନ୍ତି । ଯାତ୍ରୀବାହୀ ଘରୋଇ ବସ ଉପରୁ ଜୁଲାଇରେ ୭୫%, ଅଗଷ୍ଟରେ ୫୦% ଓ ସେପ୍ଟେମ୍ବରରେ ୨୫% ଟ୍ୟାକ୍ସ ଛାଡ଼ କରିବେ ସରକାର । ଏ ନେଇ ପରିବହନ ବିଭାଗ ପକ୍ଷରୁ ବିଧି ବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି |
ଏହା ସହିତ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଡ୍ରାଇଭିଙ୍ଗ ଲାଇସେନ୍ସ, ରେଜିଷ୍ଟ୍ରେସନ ସାର୍ଟିଫିକେଟ, ଲର୍ଣ୍ଣର ଲାଇସେନ୍ସ, ଫିଟନେସ, ଆଉ ପରମିଟ ଅବଧି ମଧ୍ୟ ଗତକାଲି ଏକ ବିଜ୍ଞପ୍ତି ବଳରେ ଚଳିତ ବର୍ଷ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି |