ହେଡଲାଇନସ୍:

ଡିଜିଟାଲ ହେଲା ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କାର୍ଯ୍ୟକ୍ଷମ  ହେଲା ଡିଜିଟାଲ ଏକ୍ସରେ, ଚକ୍ଷୁ ବିଭାଗ ହେଲା ସମ୍ପୂର୍ଣ୍ଣ ଡିଜିଟାଲ 

ବରଗଡ :- ଧୀରେ ଧୀରେ ସମୟର ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରତ୍ୟେକ ଅନୁଷ୍ଠାନ ଓ ସଂସ୍ଥା ଡିଜିଟାଲ ହେବାକୁ ବସିଲାଣି । ଏହି କ୍ରମରେ ଆଜି ଜିଲ୍ଲା ର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ନିକଟରେ , ଜନସାଧାରଣଙ୍କୁ ସମ୍ପୁର୍ଣ୍ଣ ସ୍ବଦେଶୀ ଚିକିତ୍ସା ପଦ୍ଧତି ଅର୍ଥାତ ଆୟୁର୍ବେଦ ଚିକିତ୍ସା ମାଧ୍ୟମ ସୁସ୍ଥ କରିବାର ପ୍ରୟାସ ହେଉଛି ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ । ଏହି ମହାବିଦ୍ୟାଳୟରେ ପାଠପଢା ସହିତ ଆୟୁର୍ବେଦ ଉପରେ ଗବେଷଣା ଓ ଶହେ ରୋଗୀଙ୍କର ଚିକିତ୍ସା ନିମନ୍ତେ ସମସ୍ତ ପ୍ରକାରର ସୁବ୍ୟବସ୍ଥା ରହିଛି । କେବଳ ଓଡିଶା ନୁହେଁ ଭାରତ ବର୍ଷର କୋଣ କୋଣରୁ ପ୍ରତ୍ୟେକ ଦିନ ଏଠାକୁ ଅନେକ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି । ଲୋକେ କୁହନ୍ତି ଯେ ଆମର ପୁରୁଣା ଚିକିତ୍ସା ପଦ୍ଧତି ଅର୍ଥାତ ଆୟୁର୍ବେଦ ରେ ସବୁ ରୋଗର ଚିକିତ୍ସା ରହିଛି ଯାହାକୁ ସତ ପ୍ରତିଶତ ପ୍ରମାଣିତ କରି ଦେଖାଇଛି ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ । 

       ସମୟର ଆବଶ୍ୟକତା ଅନୁସାରେ ବହୁ ଦିନରୁ ଏହି ଅନୁଷ୍ଠାନ କୁ ତଥା ଏହି ଅଂଚଳକୁ ଏକ 24*7  ଡିଜିଟାଲ ଏକ୍ସରେ ର ଆବଶ୍ୟକତା ରହିଥିଲା । ଅଂଚଳରେ ଏହି ଅତ୍ୟାଧୁନିକ ସୁବିଧା ଉପଲବ୍ଧ ନ ଥିବା କାରଣରୁ ଲୋକେ ଅନେକ ହଇରାଣ ହେବା ସହିତ ବରଗଡ଼ କିମ୍ବା ରାୟପୁର ଯାଇ ଅଯଥା ହଇରାଣ ହେବାକୁ ପଡୁଥିଲା । ଆଜି ଏହି ସେବା ଆରମ୍ଭ  ହେବା ପରେ ସ୍ଥାନୀୟ ଲୋକେ ନିଶ୍ଚିତ ଭାବରେ ଏହାର ଲାଭ ପାଇ ପାରିବେ । ଏହା ସହିତ ମହାବିଦ୍ୟାଳୟର ଚକ୍ଷୁ ବିଭାଗକୁ ସମ୍ପୂର୍ଣ୍ଣ ଭାବରେ ଡିଜିଟାଲ କରିଦିଆ ଯାଇଛି । ଏହି ବିଭାଗରେ ଚାରିଗୋଟି ଅତ୍ୟାଧୁନିକ ଡିଜିଟାଲ ମେସିନ ଲଗାଯାଇଥିବା ମହାବିଦ୍ୟାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି । ସେହିପରି ଆଜି ବି କାର୍ଯ୍ୟକ୍ଷମ  ହେଲା ଡିଜିଟାଲ ଏକ୍ସରେ  | ଆଜି ଏହି ଅତ୍ୟାଧୁନିକ ଓ ଡିଜିଟାଲ ମେସିନ ସବୁକୁ ଲୋକମାନଙ୍କର ସେବାରେ ଉତ୍ସର୍ଗ କରିବା ଅବସରରେ ଅନୁଷ୍ଠାନ ର ଅଧ୍ୟକ୍ଷା ଡାକ୍ତର କାମିନୀ କର, ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ମନୋଜ କୁମାର ତ୍ରିବେଦୀ ଓ ସମସ୍ତ ଡାକ୍ତର ତଥା ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହି ଅନୁଷ୍ଠାନ ର ସମସ୍ତ ସେବା ରୋଗୀ ମାନେ ତୁରନ୍ତ ଓ ସୁଲଭ ମୂଲ୍ୟରେ ପାଇପାରିବେ ବୋଲି ଅନୁଷ୍ଠାନର ସମ୍ପାଦକ ସମ୍ପାଦକ ଶ୍ରୀ ତ୍ରିବେଦୀ ଜଣାଇଛନ୍ତି ।

 

0
0
0
s2sdefault