ହେଡଲାଇନସ୍:

ମନ୍ଦିର ନଗରୀର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ଡ଼ ଉମାଶଙ୍କର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କଟକ ମହାନଗରର ଦାୟିତ୍ୱ ନେଲେ ପ୍ରତୀକ ସିଂ 

ବିଦାୟୀ ଡିସିପି ଅନୁପ ଓ ଅଖିଳେଶ୍ଵରଙ୍କୁ ବିଦାୟ ସମ୍ବର୍ଦ୍ଧନା 

 ଭୁବନେଶ୍ୱର(ମାନସୀ ମିଶ୍ର) :  ପୁରୀରେ ସଫଳତାର ସହିତ ଏସପି ଭାବେ ଦାୟିତ୍ୱ ନିର୍ବାହ କରି ନିକଟରେ ଭୁବନେଶ୍ୱର କମିସନରେଟକୁ ବଦଳି ହୋଇଥିବା ୨୦୦୮ ବ୍ୟାଚର  ଦକ୍ଷ ଆଇପିଏସ ଅଫିସର ଡ଼ ଉମାଶଙ୍କର ଦାସ ଆଜି ବିଧିବଦ୍ଧ ଭାବେ ଭୁବନେଶ୍ୱରର ଡିସିପି ଭାବେ  ଦାୟିତ୍ୱ ଗ୍ରହଣ କରିଛନ୍ତି । ଭୁବନେଶ୍ୱର ବିଦାୟୀ  ଡିସିପି ତଥା ବର୍ତ୍ତମାନ ଗୁଇନ୍ଦା ଡ଼ିଆଇଜି ଭାବେ ବଦଳି ହୋଇଥିବା ଅନୁପ କୁମାର ସାହୁଙ୍କ ଠାରୁ ନୂଆ ଡିସିପି ଡ଼ ଦାସ କାର୍ଯ୍ୟଭାର ଗ୍ରହଣ କରିଛନ୍ତି | 

ପୁରୀ ଭଳି ଏବେ ସମ୍ବେଦନଶୀଳ ତଥା ଗୁରୁତ୍ୱପୂର୍ଣ ଜିଲ୍ଲାର ପୋଲିସ ମୁଖିଆ ଭାବେ ଡ଼ ଦାସ ସଫଳତାର ସହ କାର୍ଯ୍ୟକରି ବେଶ ଲୋକପ୍ରିୟତା ଅର୍ଜନ କରିପାରିଥିଲେ । ତାଙ୍କ ପାଇଁ ସବୁଠାରୁ ବଡ ଚାଲେଞ୍ଜ ଥିଲା ପୁରୀ ସୁନ୍ଦରିକରଣ ପାଇଁ ଶ୍ରୀମନ୍ଦିର ପାର୍ଶ୍ୱବର୍ତୀ ଉଚ୍ଛେଦ ଓ ଭକ୍ତ ବିହୀନ ଶୃଙ୍ଖଳିତ ଆଉ କଟକଣାଯୁକ୍ତ ରଥଯାତ୍ରା | ଆଉ ସେ ଅଗ୍ନିପରୀକ୍ଷା ପରେ ସଫଳତାର ସହ ଉତ୍ତୀର୍ଣ ହୋଇଥିଲେ | ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ତାଙ୍କର ବେଶ ଦକ୍ଷତା ପୁରୀରେ ତାଙ୍କୁ ଲୋକପ୍ରିୟ ଓ ଗ୍ରହଣୀୟ କରିପାରିଥିଲା |  ତେଣୁ ଭୁବନେଶ୍ୱରର ଡିସିପି ଭାବେ ସେ ସଫଳତାର ସହ ଦାୟିତ୍ୱ ସମ୍ପନ୍ନ କରି ତାଙ୍କ ଲୋକପ୍ରିୟତା ଓ ଗ୍ରହଣୀୟତା ବଜାୟ ରଖିପାରିବେ ବୋଲି ଆଶା କରାଯାଉଛି | 

ସେହିପରି କଟକର  ବିଦାୟୀ  ଡିସିପି ଅଖିଳେଶ୍ଵର ସିଂଙ୍କ ଠାରୁ ନୂଆ ଡିସିପି ପ୍ରତୀକ ଗୀତା ସିଂ  କାର୍ଯ୍ୟଭାର ଗ୍ରହଣ କରିଛନ୍ତି | 

 ଆଜି ପୋଲିସ ସେବା ଭବନ ଠାରେ ପୋଲିସ କମିସନରେଟର ଦୁଇ ନୂଆ ଡିସିପି ଭୁବନେଶ୍ୱର  ଡ଼ ଉମା ଶଙ୍କର ଦାସ  ଓ ଡିସିପି କଟକ ପ୍ରତୀକ ଗୀତା ସିଂଙ୍କୁ ସ୍ୱାଗତ କରାଯାଇଥିଲା | ପୋଲିସ କମିଶନର ସୁଧାଂଶୁ  ଷଢଙ୍ଗିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦାୟୀ ଡିସିପି ଅନୁପ ସାହୁ ଓ ଅଖିଳେଶ୍ଵର ସିଂଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା | 

0
0
0
s2sdefault