ହେଡଲାଇନସ୍:

ମ. ରାମପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଘୋଷଣା କଲେ ସଟ ଡାଉନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ସ୍ଥିତି ବିଷୟରେ ଅବଗତ କରାଇ  ମୁକାବିଲା ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ସରପଞ୍ଚ

ମ. ରାମପୁରରୁ ଜଗତ ରାମ ସାହୁଙ୍କ ରିପୋର୍ଟ :  ରାଜ୍ୟରେ କରୋନା ସ୍ଥିତି ଗମ୍ଭୀର ଋପ ନେଉଥିବାବେଳେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରଶାସନ ତରଫରୁ ଏହାକୁ ପ୍ରତିହତ କରିବା ପାଇଁ ବିହିତ ପଦକ୍ଷେପମାନ ଗ୍ରହଣ କରାଯାଉଛି|  କିନ୍ତୁ କେତେକ ସ୍ଥାନରେ ଲୋକେ ଏହାକୁ ଖାମଖିଆଲି ଭାବେ ନେଉଥିବା ଦେଖାଯାଉଛି । ଜିଲ୍ଲାର ମ. ରାମପୁର ସହରରେ ପ୍ରଶାସନ ସାପ୍ତାହିକ ବଜ଼ାରକୁ ଅନ୍ୟତ୍ର ସ୍ଥାନାନ୍ତର କରିଛି । କିନ୍ତୁ ସାପ୍ତାହିକ ବଜ଼ାରରେ କରୋନା ନିୟମକୁ ଫୁ’ କରିଦେଇଛନ୍ତି ଲୋକେ । ନା ରହୁଛି ସାମାଜିକ ଦୁରତ୍ବ ନା ଅଛି ଲୋକଙ୍କ ମୁହଁରେ ମାସ୍କ । ଠେଲାପେଲା  ହୋଇ ଲୋକେ କିଣା ବିକା କରୁଛନ୍ତି। 

କିଛି ଦିନ ପୋଲିସ ଓ ବ୍ଲକ ପ୍ରଶାସନ ବାହାରେ ରହି  ସାମାଜିକ ଦ୍ୱାରତା ସହିତ ମାସ୍କ ନ ପିନ୍ଧିବା ଲୋକଙ୍କୁ ଫାଇନ ଆଦାୟ ମଧ୍ୟ କରିଥିଲା ।  କିନ୍ତୁ ଏବେ ଲୋକେ ବ୍ଲକ ପ୍ରଶାସନ କୁ ମଧ୍ୟ  ଆଉ ଖାତିର ନକରି ବିନା ମାସ୍କ ରେ ବୁଲୁଛନ୍ତି  ।ପୋଲିସ ପଇଁତରା ମାରୁଥିବା ମଧ୍ୟ୍ୟ ରହୁଛି ଚୁପ । ଏ ନେଇ ପ୍ରଶାସନ ଦୃଷ୍ଟି ନ ଦେଲେ ଆଗାମୀ ଦିନରେ କରୋନା ମହାମାରୀକୁ ଏଡାଇ ଦିଆଯାଇ ପାରିବ ନାହିଁ  ବୋଲି ସୋମବାର ସନ୍ଧ୍ୟା ୬ ରୁ ବୁଧବାର ସକାଳ ୬ ପର୍ଯ୍ୟନ୍ତ ସହରକୁ ସର୍ଟ୍ ଡାଉନ୍ କରିବା ପାଇଁ  ମ. ରାମପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ଚିତ୍ତରଂଜନ ବାଗ୍  ଜିଲ୍ଲାପାଳଙ୍କୁ ଏକ ଚିଠି ଲେଖିଛନ୍ତି।

  

0
0
0
s2sdefault