ହେଡଲାଇନସ୍:

ସମ୍ବଲପୁରରେ ବଢୁଛି ଲୋକାଲ କଣ୍ଟାକଟ କେଶ : ଅମାନିଆ କରୋନା ଗୋଷ୍ଠୀସଂକ୍ରମଣ ମୁହାଁ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

୨ ଜଣ କରୋନା ଯୋଦ୍ଧା, ୧୩ ପୁରୁଷ ୧୨ ମହିଳା  ଆକ୍ରାନ୍ତ

ଦିନକରେ ସର୍ବାଧିକ ୨୫  ଜଣ ପଜିଟିଭ ଚିହ୍ନଟ 

ଜ଼ିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧ 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ):  ସମ୍ବଲପୁର ଜିଲ୍ଲା ରେ ଦିନ କୁ ଦିନ କରୋନା  ସଂକ୍ରମଣ କ୍ଷିପ୍ର ଗତି ରେ ବଢୁଛି l  ଆଜି ୨ ଜଣ କରୋନା ଯୋଦ୍ଧା, ୧୩ ପୁରୁଷ ୧୨ ମହିଳା ସମେତ ଦିନକରେ ସର୍ବାଧିକ ୨୫  ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି l  ଜ଼ିଲ୍ଲା ରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧ ରେ ପହଁଚିଛି  l ଆଜି ରେଢ଼ାଖୋଲ ବ୍ଲକ ରୁ ସର୍ବାଧିକ ୧୪ ଜଣ (୯ ଜଣ ମହିଳା ୫ ଜଣ ପୁରୁଷ ) କରୋନା ଆକ୍ରାନ୍ତ ଚି଼ହ୍ନଟ ହେବା ପ୍ରଶାସନ ପାଇଁ ଚିନ୍ତା ର କାରଣ ପାଲଟିଛି l ଏହା ସହିତ ୨ ଜଣ କରୋନା ଯୋଦ୍ଧା (ଜଣେ ଲେଖାଏଁ ମହିଳା ଓ ପୁରୁଷ), ସମ୍ବଲପୁର  ମହାନଗର ନିଗମ ବୁର୍ଲା ରୁ ୪ ଜଣ (ଜଣେ ମହିଳା ୩ ଜଣ ପୁରୁଷ) ଏବଂ ସହର ର ବୁଢାରଜା ରୁ ହଁ କେବଳ ୫ ଜଣ (ଜଣେ ମହିଳା ୪ ଜଣ ପୁରୁଷ ) ଚି଼ହ୍ନଟ ହୋଇଛନ୍ତି l ତେବେ ଏମାନଙ୍କ  ମଧ୍ୟ ରୁ ସଂଘରୋଧ କେନ୍ଦ୍ର ରୁ ମାତ୍ର ୨ ଜଣ ଚି଼ହ୍ନଟ  ହୋଇଥିବା ବେଳେ ଅବଶିଷ୍ଟ  ୨୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି l 

        ଧୀରେ ଧୀରେ ଜ଼ିଲ୍ଲା ରେ କରୋନା ସଂକ୍ରମଣ  ବେକାବୁ ହେବା ସହ ଗୋଷ୍ଠୀ ସଂକ୍ରମଣ ମୁହାଁ ହେଲାଣି l ସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ପ୍ରଶାସନ ତଥା ଜନସାଧାରଣ ଅଧିକ ସତର୍କ, ସଚେତନ ଓ ସଜାଗ ହେବାକୁ ପଡିବ l ନଚେତ୍ ସମ୍ବଲପୁର ଜ଼ିଲ୍ଲା ଦିନେ କରୋନା ହଟସ୍ପଟ ପାଲଟି ଯିବ ବୋଲି ସଚେତନ ନାଗରିକ ମତ ପୋଷଣ କରିଛନ୍ତି l 

    ଚି଼ହ୍ନଟ କରୋନା ଯୋଦ୍ଧା ଦ୍ବୟ ଙ୍କ ବୟସ ୨୮ ରହିଥିବା ବେଳେ  ରେଢ଼ାଖୋଲ ରୁ ଚି଼ହ୍ନଟ ସମସ୍ତଙ୍କ ବୟସ ଯଥା କ୍ରମେ  ୨୯ (ମହିଳା ) ଦାମନ ଫେରନ୍ତା,   ୨୦ (ମହିଳା ) ମହାରାଷ୍ଟ୍ର ଫେରନ୍ତା, ୨୧ (ମହିଳା ), ୨୪ (ପୁରୁଷ),  ୧୦ (ମହିଳା ), ୧୧ (ପୁରୁଷ),  ୨୨(ମହିଳା ), ୫୧ (ମହିଳା), ୨୩ (ମହିଳା ), ୧୦  ( ପୁରୁଷ), ୦୮  (ମହିଳା), ୨୩ (ପୁରୁଷ), ୨୪ (ପୁରୁଷ) ଏବଂ ୫୭ (ମହିଳା) ରହିଛନ୍ତି l ଠିକ ସେହିପରି ମହାନଗର ନିଗମ ବୁର୍ଲା ରୁ ଚି଼ହ୍ନଟ ଙ୍କ ବୟସ ଯଥା କ୍ରମେ ୩୧ (ପୁରୁଷ), ୩୨ (ମହିଳା), ୨୮ (ପୁରୁଷ) ଓ ୩୪ (ପୁରୁଷ)  ରହିଛନ୍ତି l ସହର ର ବୁଢାରଜା ରୁ ଚି଼ହ୍ନଟ ଙ୍କ ବୟସ ୨୭ (ପୁରୁଷ), ୫୦ (ପୁରୁଷ), ୩୫ (ପୁରୁଷ), ୩୧ (ପୁରୁଷ) ଏବଂ ଜଣେ ୨୩ ବର୍ଷ ବୟସ  ମହିଳା ରହିଛନ୍ତି l 

     ତେବେ କରୋନା ଆକ୍ରାନ୍ତ ଚି଼ହ୍ନଟ ସମସ୍ତ  ଙ୍କୁ ଆଜି  କୋଭିଡ ଡାକ୍ତରଖାନା କୁ ପଠାଇ ଦିଆଯାଇଛି  ଏବଂ ସମସ୍ତ  ବ୍ୟକ୍ତି ଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚି଼ହ୍ନଟ କରାଯାଉଥିବା ଜ଼ିଲ୍ଲା  ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l ତେବେ ଲଗାତାର ୨ ଦିନରେ ୪୫ ଜଣ  କରୋନା ପୋଜିଟିଭ ରୋଗୀ ଚିହ୍ନଟ ହେବା ପରେ ଜ଼ିଲ୍ଲା ରେ ଲୋକମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି  l

0
0
0
s2sdefault