ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ): ମହାମାରୀ କରୋନା ଭାଇରସ୍ ଯୋଗୁଁ ଦେଶରେ କେତେବେଳେ କୁ ଲକ୍ ଡାଉନ୍ ତ କେତେବେଳେ ସଟ୍ ଡାଉନ୍ ଜାରୀ ରହିଥିବା ବେଳେ ଦିଲ୍ଲୀ ଠୁ ନେଇ ପଲ୍ଲୀ ପର୍ଯ୍ୟନ୍ତ ଜନଶୂନ୍ୟ ହୋଇ ଯାଉଛି। କିନ୍ତୁ, ଜୀବଜନ୍ତୁ ମାନେ ମଣିଷ ମାନଙ୍କ ଦାଉ ରୁ ରକ୍ଷା ପାଇଁ ନିର୍ଭୟ ରେ ବୁଲିବାର ଦେଖିବାକୁ ମିଳୁଛି । ଜୀବଜନ୍ତୁ ମାନେ ନିଜ ବାସ ସ୍ଥାନ ପରିତ୍ୟାଗ କରି ସହର ମୁହାଁ ହେଉଛନ୍ତି । ଖାଦ୍ୟ ଅନ୍ୱେଷଣ ହେଉ କିମ୍ବା ରହିବା ପାଇଁ ହେଉ ସେମାନେ ବାହାରକୁ ବାହାରି ଆସୁଥିବା ଦେଖିବାକୁ ମିଳୁଛି ।
ଠିକ୍ ଏଭଳି ଏକ ବିରଳ ଦୃଶ୍ୟ ସମ୍ବଲପୁର ସହର ମଧ୍ୟ ଭାଗ ଲକ୍ଷ୍ମୀ ଟକିଜ ଛକ ରେ ଶନିବାର ସନ୍ଧ୍ୟା ରେ ଦେଖିବାକୁ ମିଳିଛି । ସମଗ୍ର ସମ୍ବଲପୁର ଜ଼ିଲ୍ଲା ରେ ଏବେ ସଟ୍ ଡାଉନ୍ ଜାରୀ ରହିଥିବା ବେଳେ ଗତକାଲି ଲକ୍ଷ୍ମୀ ଟକିଜ ଛକ ବେହେରା ପେଟ୍ରୋଲ ପମ୍ପ ରାସ୍ତା କଡରେ ନାଗ ନାଗୁଣୀ ଖେଳିବା ର ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା । କିଛି ସମୟ ପରେ କିନ୍ତୁ ସାପ ଦୁଇଟି ରାସ୍ତା କଡ଼ ରେ ଥିବା ଏକ ଗାତରେ ପଶି ଯାଇଥିଲେ l