କାର୍ଯ୍ୟରତ ଡ଼ାକ୍ତର କରୋନା ସଂକ୍ରମିତ ଚିହ୍ନଟ
ବରଗଡ :- ବରଗଡ଼ ଜିଲ୍ଳା ସରକାରୀ ମୁଖ୍ୟ ଚିକିତ୍ସାଲୟ ଖେଦାପାଲିକୁ ଆଗାମୀ ୫ ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି । ଉକ୍ତ ହସ୍ପିଟାଲରୁ ଜଣେ କାର୍ଯ୍ୟରତ ଡ଼ାକ୍ତର କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ତରଫରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଗତ ଏଗାର ତାରିଖରେ ସଂପୃକ୍ତ ଡ଼ାକ୍ତରଙ୍କ ସ୍ୱାବ ସଂଗ୍ରହ କରାଯାଇଥିଲା ଏବଂ ତା ପରଠାରୁ ଡାକ୍ତର ଜଣକ ହୋମ କ୍ୱାରେଣ୍ଟାଇନରେ ଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ସଂକ୍ରମିତ ଡାକ୍ତର ଜଣକ ହସ୍ପିଟାଲ ର ପଚିଶ ରୁ ଉର୍ଦ୍ଧ୍ବ ଡାକ୍ତର ଙ୍କର ସଂସ୍ପର୍ଶରେ ଆସିବା ସହିତ ଡାକ୍ତରଖାନାରେ କାର୍ଯରତ ଅନେକ ଷ୍ଟାଫ ଙ୍କର ସଂସ୍ପର୍ଶରେ ଆସିଥିଲେ । ଏଥିପାଇଁ ଆଗାମୀ ପାଂଚ ଦିନ ପାଇଁ ଡ଼ାକ୍ତରଖାନାକୁ ବନ୍ଦ ରଖାଯାଇଛି ବୋଲି ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ଡ଼ାକ୍ତର ବିଭୂତି ଭୂଷଣ ମେହେର ଜଣାଇଛନ୍ତି । ଖେଦାପଲି ଡ଼ାକ୍ତରଖାନାରେ ବର୍ତମାନ ଚିକିତ୍ସିତ ହେଉଥିବା ଗୁରୁତର ରୋଗୀମାନଙ୍କୁ ବୁର୍ଲା ଭୀମସାର କୁ ସ୍ଥାନାନ୍ତର କରି ଦିଆଯାଇଛି । ବରଗଡ଼ ପୁରୁଣା ଡାକ୍ତର ଖାନାରେ ରୋଗୀ ସେବା ଜାରି ରହିବ । ପୁରୁଣା ଡାକ୍ତରଖାନା ରେ ଡ଼ାକ୍ତର ଅଭାବ ପୂରଣ କରିବା ପାଇଁ ଅନ୍ୟାନ୍ୟ ଡାକ୍ତରଖାନାରୁ ଡ଼ାକ୍ତର ଅଣାଯିବ ବୋଲି ଶ୍ରୀ ମେହେର କହିଛନ୍ତି ।