ହେଡଲାଇନସ୍:

କୋଭିଡ୍-୧୯ ବିପତ୍ତି ମୁକାବିଲା:  ଅଧିକ କ୍ରିୟାଶୀଳ କରିବାକୁ ଯୁବ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ହେଲା ଆଲୋଚନା, ମୁଖ୍ୟମନ୍ତ୍ରୀଙ୍କ ତିନି ସୂତ୍ରୀ ମନ୍ତ୍ର କାର୍ଯ୍ୟକାରୀ କରିବାକୁ ସଂକଳ୍ପ 

ଭୁବନେଶ୍ୱର(ଶାସକ ପ୍ରଶାସକ) :  ସମ୍ପ୍ରତି ରାଜ୍ୟରେ କୋଭିଡ୍-୧୯ ତାର କାୟା ବିସ୍ତାର କରିବାରେ ଲାଗିଛି | ତାହାର ବିପତ୍ତି ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଭାବଶାଳୀ ଢଙ୍ଗରେ ଚାଲିଛି | କରୋନା ଜନିତ ସୃଷ୍ଟ ପରିସ୍ଥିତିରେ ଲୋକଙ୍କ ପାଖରେ ପହଂଚିବା ତଥା ଲୋକଙ୍କ ପାଖରେ ସହାୟତା ପହଂଚାଇବା ସର୍ବୋପରି ଜଣ ସଚେତନତା କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ଦେଇଥିବା ନିର୍ଦ୍ଦେଶ ଆଧାରରେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ତାହାକୁ କିପରି  ଅଧିକ କ୍ରିୟାଶୀଳ କାର୍ଯ୍ୟକାରୀ କରିହେବ, ସେ ବିଷୟରେ ମାନସ ମନ୍ଥନ କରିବା ପାଇଁ  କରିବାକୁ ଯୁବ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ ଭିଡିଓ କନଫରେନସିଂ ମାଧ୍ୟମରେ ଯୁବ ବିଜେଡି ରାଜ୍ୟ ସଭାପତି ଅମରେଶ ପତ୍ରୀଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ହୋଇଯାଇଛି | ବୈଠକରେ ଏଯାବତ ନିଆଯାଇଥିବା କାର୍ଯ୍ୟକ୍ରମ ବିଷୟରେ ସମୀକ୍ଷା କରାଯିବା ସହ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା |   

ରାଜ୍ୟ ଯୁବ କର୍ମକର୍ତ୍ତାମାନଙ୍କ ସହ ଭିଡିଓ କନଫରେନସିଂ ମାଧ୍ୟମରେ ସମୀକ୍ଷା ବୈଠକରେ ଯୁବ ବିଜେଡିର ସମସ୍ତ ରାଜ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟସଭା ସାଂସଦ ତଥା ବିଜେଡି ଆଇ.ଟି ୱିଙ୍ଗ ମୁଖ୍ୟ ଡଃ. ଅମର ପଟ୍ଟନାୟକ | ଅତିଥି ଭାବେ ଯୋଗ ଦେଇଥିଲେ ଯୁବବିଜେଡି ଦୁଇ ବରିଷ୍ଠ ଉପଦେଷ୍ଟା ବିଧାୟକ ଧର୍ମଶାଳା  ପ୍ରଣବ ବଳବନ୍ତରାୟ ଓ ମାନ୍ୟବର ବିଧାୟକ ଚାନ୍ଦବାଲି ବ୍ୟୋମକେଶ ରାୟ । 

ବୈଠକର ପ୍ରାରଂଭରେ ଦିବଙ୍ଗତ ବରିଷ୍ଠ ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ସ୍ୱର୍ଗତ ବିଷ୍ଣୁ ଦାସ ଏବଂ ଯୁବ ବିଜେଡି ରାଜ୍ୟ ସଂପାଦକ ସ୍ୱର୍ଗତ ପ୍ରମୋଦ ମହାପାତ୍ର ଓ ଝାରସୁଗୁଡା ଜିଲ୍ଲା ଯୁବ ବିଜେଡି କର୍ମକର୍ତ୍ତା ସ୍ୱର୍ଗତ ମାନସ ସାହୁଙ୍କ ଉଦ୍ଦେଶ୍ୟରେ ସଭାପତିଙ୍କ ଦ୍ୱାରା ଆଗତ ପ୍ରସ୍ତାବ ଭିତ୍ତିରେ ୩୦ସେକେଣ୍ଡ ପାଇଁ ନିରବ ପ୍ରାଥନା କରାଯାଇଥିଲା ।

ସଂପ୍ରତି ତାଲାବନ୍ଦ ପ୍ରାରମ୍ଭରୁ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତିଙ୍କ ନିର୍ଦ୍ଦେଶ  କ୍ରମେ ନିଜ ଅଞ୍ଚଳର ଦାୟିତ୍ୱ ନିଜେ ନେବା ପାଇଁ ଯେଉଁ ଆହ୍ୱାନ ଦିଆଯାଇଥିଲା | ଏହି ପ୍ରରିପ୍ରେକ୍ଷୀରେ ଦୀର୍ଘ ୩ମାସ ଧରି ଯୁବଜନତାର ସମସ୍ତ କର୍ମକର୍ତ୍ତା ନିରବଚ୍ଛିନ୍ନଭାବେ ନିଜର ସାମାଜିକ ଦାୟିତ୍ୱ ନିର୍ବାହ କରି ଗରିବ, ଅସହାୟ, ନିରାଶ୍ରୟ, ବୃଦ୍ଧବୃଦ୍ଧାମାନଙ୍କୁ ଶୁଖିଲା ରନ୍ଧାଖାଦ୍ୟ ବଣ୍ଟନ, ସଚ୍ଚେତନତା କାର୍ଯ୍ୟକ୍ରମ, ମାସ୍କ ଓ ସାନିଟାଇଜର ବଣ୍ଟନ ଏବଂ ରକ୍ତର ଅଭାବ ଦୂର କରିବାପାଇଁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ରକ୍ତଦାନ ଶିବିର ଆୟୋଜନ କରି ପାଖାପାଖି ୪ହଜାରରୁ ଉର୍ଦ୍ଧ ୟୁନିଟ ରକ୍ତସଂଗ୍ରହକରି ନିଜର ଯେଉଁ ଯୋଗଦାନ ରଖିଥିଲେ, ସେହି ପ୍ରରିପ୍ରେକ୍ଷୀରେ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ଏବଂ ସମସ୍ତ କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଦିଆଯାଇଥିଲା ।

ଆମ ରାଜ୍ୟରେ ମାହାମାରୀ କରୋନା ତାର ଯେଉଁଭଳି ଭାବେ କାୟା ବିସ୍ତାର କରି ଚାଲିଛି ତାର ସଂକ୍ରମଣକୁ କିଭଳି ପ୍ରତିହତ କରିହେବ, ଗରିବ, ପ୍ରବାସୀ ଓ ଅସହାୟ ଲୋକମାନେ ଯେଉଁଭଳି କୌଣସି ଅସୁବିଧାରେ ସମ୍ମୁଖିନ ନହୁଅନ୍ତି ସର୍ବୋପରି କାର୍ଯ୍ୟକର୍ତ୍ତାମାନେ  ମୁଖ୍ୟମନ୍ତ୍ରୀ ଦେଇଥିବା ସମସ୍ତ ପରାମର୍ଶକୁ ବର୍ତ୍ତମାନ ପରିସ୍ଥିତିରେ ନୂତନ ଜ୍ଞାନକୌଶଳକୁ ବିନିଯୋଗ କରି ଆଗାମୀ ଦିନରେ ସମସ୍ତ କାର୍ଯ୍ୟକ୍ରମକୁ ଜାରି ରଖିବା ପାଇଁ ସବିଶେଷ ଆଲୋଚନା କରାଯାଇଥିଲା | ମୁଖ୍ୟମନ୍ତ୍ରୀଙ୍କର ନିର୍ଦ୍ଦେଶ କ୍ରମେ ଯୁବସମାଜ ମୁଖ୍ୟତଃ ୩ଟି ମନ୍ତ୍ର ତ୍ୟାଗ, ସଞ୍ଜମତା  ଓ  ଶୃଙ୍ଖଳାମାର୍ଗକୁ ଗ୍ରହଣ କଲେ ହିଁ କୋଭିଡ୍ ଯୁଦ୍ଧକୁ ଆମେ ଜୟ କରିପାରିବା । ଏହି ସମୀକ୍ଷା ବୈଠକରେ ଆଗାମୀ ଦିନର କାର୍ଯ୍ୟପନ୍ଥା ବିଷୟରେ ମୁଖ୍ୟଅତିଥି ଡଃ. ଅମର ପଟ୍ଟନାୟକ ରାଜ୍ୟ ଯୁବକର୍ମକର୍ତ୍ତାମାନଙ୍କ ଦ୍ୱାରା ଆଗତବିଭିନ୍ନ ପ୍ରସ୍ତାବଗୁଡିକ କେଉଁଭଳି ଭାବେ କାର୍ଯ୍ୟକାରୀ କରିହେବ ତାର ଦାୟିତ୍ୱ ନେବାସହ ଯଥାଶିଘ୍ର ସମାଧାନ ନିମନ୍ତେ ପ୍ରତିଶୃତି ଦେଇଥିଲେ ।

ଏହି ସମୀକ୍ଷା ବୈଠକରେ ଯୁବଜନତାର ଉପଦେଷ୍ଟା କୁନ ବିହାରି ଦାସ, କାର୍ଯ୍ୟକାରୀ ସଭାପତି ସଞ୍ଜିତ ମହାନ୍ତି  ଓ ମହାସଚ୍ଚିବ ଶିଶିର ପରିଜାଙ୍କ ସହ ସମସ୍ତ ରାଜ୍ୟ କର୍ମକର୍ତ୍ତା ନିଜର ମତାମତ ରଖିଥିଲେ | ସର୍ବସମ୍ମତି କ୍ରମେ ଆଗାମୀ କାର୍ଯ୍ୟପନ୍ଥା ଧାର୍ଯ୍ୟକରାଯାଇଥିଲା । ଏଥିସହ ଆଗାମୀ ଦିନରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକର କାର୍ଯ୍ୟପନ୍ଥା ମଧ୍ୟ ଧାର୍ଯ୍ୟ ହୋଇଥିଲା ।ଏହି କାର୍ଯ୍ୟକ୍ରମକୁ ଯୁବ ଜନତା ତରଫରୁ ସଂଯୋଜନା କରିଥିଲେ ଯୁବ ବିଜେଡି ସଂପାଦକ ତଥା ଆଇ.ଟି.ୱିଙ୍ଗର ରାଜ୍ୟ ସଂଯୋଜକ ତାରୀଣୀ ପ୍ରସାଦ ନାୟକ 

0
0
0
s2sdefault