ହେଡଲାଇନସ୍:

ଓଡ଼ଗାଁ ଏନଏସିର ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ପୁଣି ସୁନାମୁହିଁରୁ ୬ କୁରାଳରୁ ୧ ମିଶି  ବାହ୍ୟ ସଂକ୍ରମିତ ସଂଖ୍ୟା ୪୫ପହଁଚିଲା 

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଲକ ଅଂଚଳରେ କରୋନା ତାର କାୟା ବିସ୍ତାର କରି ସମସ୍ତ ସଂକ୍ରମିତ ସଂଖ୍ୟା ୮୪ରେ ପହଁଚିଛି । ଏହି ଅଂଚଳର କୁରାଳ ଏବଂ ସୁନାମୁହିଁରେ ବାହ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଆଜି ପୁଣି  କୁରାଳରେ ୧ଜଣ ଏବଂ ସୁନାମୁହିଁରେ ୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥି ସହିତ ଓଡ଼ଗାଁ ଏନଏସି ଲକ୍ଷ୍ମୀ ବଜାର ନିକଟରୁ ପ୍ରଥମ କରି କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଓଡ଼ଗାଁ ଅଂଚଳରେ ବାହ୍ୟ ସଂକ୍ରମିତଙ୍କ ସଂଖ୍ୟା ୪୫ରେ ପହଁଚିଛି । ଜିଲ୍ଲା ପ୍ରଶାସନ ପରିସ୍ଥିତିକୁ ହୃଦୟଙ୍ଗମ କରି ଗତ ୭ଦିନଧରି ଓଡ଼ଗାଁ ଏନଏସି ସହିତ କୁରାଳ, ସୁନାମୁହିଁ, ଗିରିଡ଼ିପଲ୍ଲୀ, ପାଣ୍ଡେରୀପଡା ଏବଂ କୋମଣ୍ଡ ପଂଚାୟତର ୨୦ଟି ଗାଁକୁ କଂଟେନମେଂଟ ଅଂଚଳ ଘୋଷଣା କରିଥିଲେ । ରଙ୍ଗଣୀପାଟଣା, ରବିଗାଡିଆ ସହିତ ଉପରୋକ୍ତ ପଂଚାୟତ  ଗୁଡିକର ୧୫ଖଣ୍ଡ ଗାଂକୁ ବଫର ଜୋନ ଅଂଚଳ ଘୋଷଣା କରିଛନ୍ତି । ସ୍ଥାନୀୟ ଅଂଚଳର  ଗୁଡିକୁ କଂଟେନମେଂଟ ଜୋନ ଘୋଷଣା କରାଯାଇଥିବା ବେଳେ ବର୍ତମାନ ପରିସ୍ଥିତିକୁ ଅନୁଧ୍ୟାନ କରି ପ୍ରଶାସନ ଅଧିକ କ୍ରିୟାଶୀଳ ହେବା ସହିତ ସ୍ଥାନୀୟ ଅଂଚଳବାସୀ ସଞ୍ଜମତା ରକ୍ଷା କରି ପ୍ରଶାସନକୁ ସହଯୋଗ କରିବା ନିତାନ୍ତ ଆବଶ୍ୟକ ହୋଇପଡିଛି । 

0
0
0
s2sdefault