ପୋଲିସ ମାଓ ଏନକାଉଣ୍ଟର ପରେ କନ୍ଧମାଳ ଗସ୍ତରେ ଡିଜି
କନ୍ଧମାଳରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ଚାରି କ୍ୟାଡର ମାଓବାଦୀ ମୃତ ସୂଚନା
ଘୁ.ଉଦୟଗିରି : କନ୍ଧମାଳ ପୋଲିସକୁ ମିଳିଛି ବଡ଼ ସଫଳତା ଆଜି ସକାଳୁ ସକାଳୁ ବାଂଶଧାରା ଘୁମୁସର ନାଗବଳି ମାଓସଂଘଠନ ସହିତ କନ୍ଧମାଳ ପୋଲିସର ଏସ ଓ ଜି ଯବାନଙ୍କ ମଧ୍ୟରେ ଗୁଳିବିନିମୟରେ ଚାରି କ୍ୟାଡ଼ର ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି ଏବେ ବି ଗୁଳି ବିନିମୟ ଜାରି ରହିଛି l କନ୍ଧମାଳ ଜିଲା ପୋଲିସର ଡିଷ୍ଟ୍ରିକ୍ଟ ଭଲ୍ଯୁଣ୍ଟାର ଯବାନ କୈାଣସି ସୂତ୍ରରୁ ଖବର ପାଇ ତୁମୁଡିବନ୍ଧ ଥାନା ଅନ୍ତର୍ଗତ ସିର୍ଲା ପଞ୍ଚାୟତର କରୁଗାଡ଼ଙ୍ଗା ଜଙ୍ଗଲରେ ମାଓବାଦୀଙ୍କ କ୍ୟାମ୍ପଥିବା ଜାଣି ଚଢ଼ାଉକରିଥିଲା I ଓଡିଶା ପୋଲିସ ଗୁଇନ୍ଦା ସୂଚନା ଆଧାରରେ ଏହି ଅପରେସନ ହୋଇଥିବା ଅନୁମାନକରାଯାଉଛି I ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ସୂଚନା ମିଳିଛି I
ଆଜି ସକାଳ ପ୍ରାୟ ସାତଟାରେ ମାଓବାଦୀ ପୋଲିସ ଗୁଳିବିନିମୟରେ ମୃତ ମାଓବାଦୀ ମାନେବଂଶଧାରା-ଘୁମୁସର-ନାଗାବଳୀ (ବିଜିଏନ୍) ଗ୍ରୁପର ସଦସ୍ୟ ହୋଇଥିବା ସୂଚନା I ମୃତ ମାଓବାଦୀଙ୍କ ନାଁରେ ସରକାରଙ୍କ ପକ୍ଷରୁ ପୁରସ୍କାର ମଧ୍ୟ ଥିବା ଜଣା ପଡିଛି I ବର୍ତ୍ତମାନ ଅଧିକ୍ କୁମ୍ବିଂ ଅପରେସନ ଜାରିରହି ଗୁଳିବିନିମୟ ଜାରି ରହିଛି ସିର୍ଲା ଗାଁ ନିକଟରେ ଗୁଳିବିନିମୟ ଘଟିଥିବାରୁ ଗ୍ରାମବାସୀ ଆତଙ୍କିତ ଥିବା ଜଣାପଡିଛି l ଆଜି ପୁଲିସ ଡିଜି କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ମାଓବାଦୀଙ୍କୁ ମୂଖ୍ୟ ସ୍ରୋତରେ ସାମିଲ ହେବାକୁ ଅପିଲ କରିଛନ୍ତି |