ଗୁଣପୁର/ସିଦ୍ଧାର୍ଥ ଦାଶ : ଓଡିଶା ସରକାର ଙ୍କ ରାଜସ୍ୱ ବିଭାଗ ନୋଟିଫିକେଶନ୍ ନଂ – ୧୭୨୩୫ ତା ୨୬/୦୫/୨୦୨୦ ଅନୁଯାୟୀ ସପ୍ତାହକ ମଧ୍ୟରେ ପଟ୍ଟା ପ୍ରଦାନ କରାଯିବାକୁ ବିଜ୍ଞପ୍ତି ପ୍ରକାଶ କରିଥିବା ବେଳେ ରାୟଗଡ଼ା ଜିଲ୍ଲା ଗୁଣୁପୁର ସଦର ତହସିଲ ଠାରେ ଏହି କାର୍ଯ୍ୟର ଶୁଭାରମ୍ଭ ହୋଇଯାଇଛି । ଗୁଣୁପୁର ତହସିଲଦାର ଶ୍ରୀ ଲକ୍ଷ୍ମୀନାରାୟଣ ସାବତ ସବରେଜେଷ୍ଟ୍ରି କାର୍ଯ୍ୟାଳୟ ରେ ଗତ ୧ ତାରିଖ ଏବଂ ୨ ତାରିଖ ଦୁଇ ଦିନରେ ଗୁଣୁପୁର ଅଞ୍ଚଳ ର ୮୪ ଜଣ ହିତାଧିକାରୀଙ୍କୁ ଜମି ପଟ୍ଟା ବଣ୍ଟନ କରିଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରଦତ୍ତ କୋଭିଡ ୧୯ ଗାଇଡ଼ ଲାଇନ କୁ ଦୃଷ୍ଟିରେ ରଖି ଧିତାଧିକାରୀ ପାଇବାକୁ ଥିବା ଜମି ପଟ୍ଟା ଗୁଡିକ ରେଜିଷ୍ଟ୍ରି ଡାକ ମାଧ୍ୟମରେ ପ୍ରେରଣ କରିଥିବା ଶ୍ରୀ ସାବତ ସୂଚନା ଦେଇଛନ୍ତି । ପଟ୍ଟା ବଣ୍ଟନ ବେକେ ହେବାକୁ ଥିବା ଜନଗହଳିକୁ ଏଡାଇବାକୁ ଯାଇ ସେ ଏଭଳି ଡାକ ମାଧ୍ୟମର ପନ୍ଥା ଗ୍ରହଣ କରିଥିବା ସ୍ପଷ୍ଟ କରିଛନ୍ତି । ତହସିଲଦାର ଶ୍ରୀ ସାବତଙ୍କ ଏଭଳି ପଦକ୍ଷେପକୁ ବୁଦ୍ଧିଜୀବି ମହଲରେ ଭୁୟସୀ ପ୍ରସଂସା କରାଯାଇଥିବାବେଳେ ହିତାଧିକାରୀ ତହସିଲଦାରଙ୍କ ଏଭଳି ସହଯୋଗ ପାଇଁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଯେଉଁ ପଟ୍ଟା ଗୁଡ଼ିକ ରେ ” ଏହା ହସ୍ତାନ୍ତର ଯୋଗ୍ୟ ନୁହଁ ” ରହିଛି ସେଗୁଡିକୁ ଖୁବ୍ ଶୀଘ୍ର ରୟତି ପଟ୍ଟାରେ ପରିବର୍ତ୍ତନ କରି ପଟ୍ଟା ପ୍ରଦାନ କରାଯିବା ଦିଗରେର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ଶ୍ରୀ ସାବତ କହିଛନ୍ତି ।
ରାଜ୍ୟ
ଘଣ୍ଟାଏରେ ପଟ୍ଟା ପ୍ରସ୍ତୁତ କରି ଦି ଦିନରେ ୮୪ ପଟ୍ଟା ପ୍ରଦାନ କଲେ ଗୁଣୁପୁର ତହସିଲଦାର
- Hits: 279