ଏଆରଏସଏସ କମ୍ପାନୀରୁ ଚୋରି, ଏଆରଏସଏସ କମ୍ପାନୀଲୋକ ସମ୍ପୃକ୍ତ
ଟିଟିଲାଗଡ ଅଞ୍ଚଳରେ ଦିନ କୁ ଦିନ ବଢିବା ରେ ଲାଗିଛି ଚୋରି ଓ ଡକାୟତି। ଟିଟିଲାଗଡ ନିକଟ ରେ ଥିବା ତୁଲାଙ୍ଗ ଗ୍ରାମରେ ଏଆରଏସଏସ କମ୍ପାନୀରୁ କିଛି ଟଙ୍କା ଚୋରି ହୋଇଥିବା ଏଆରଏସଏସର ଆକାଉଣ୍ଟାଣ୍ଟ ଟିଟିଲାଗଡ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ଆକାଉଣ୍ଟାଣ୍ଟ କଳିଙ୍ଗ ଖୁଣ୍ଟିଆ ଙ୍କ କହିବା ଅନୁସାରେ ସେ ଗତ 01 ତାରିଖ ଜୁଲାଇ ମାସରେ ବଡ଼ମାଳ ରେ ଥିବା ICICI ବ୍ୟାଙ୍କ୍ ରୁ 3,77,000 ଟଙ୍କା ଉଠାଇ ତାଙ୍କ ଅଫିସ କୁ ଆସିଥିଲେ । ସେଠାରେ ସେ ତାଙ୍କ କର୍ମଚାରୀ ମାନଙ୍କୁ ପାଉଣା ଦେବା ସହ ଅନ୍ୟାନ୍ୟ କିଣା କିଣି ରେ 1,08,080 ଟଙ୍କା ଖର୍ଚ୍ଚ କରିଥିଲେ ଆଉ ବାକି ତକ ଟଙ୍କା ଅଫିସ ରେ ଥିବା ଟେବୁଲ ର ଡ୍ର ରେ ରଖି ଦେଇଥିଲେ। କିନ୍ତୁ ତା ପରଦିନ ଅଫିସ କୁ ଆସି ଦେଖିଥିଲେ ଝରକା ଓ ଡ୍ର ଭାଙ୍ଗି ଟଙ୍କା ତକ ଚୋରି ହୋଇଯାଇଛି। ଏହା କୁ ନେଇ ସେ ସଙ୍ଗେ ସଙ୍ଗେ ଟିଟିଲାଗଡ ପୋଲିସ ଷ୍ଟେସନ ରେ ଲିଖିତ ଅଭିଯୋଗ କରିଥିଲେ। ଟିଟିଲାଗଡ ପୋଲିସ ଷ୍ଟେସନ ର DSP ସୁରେନ୍ଦ୍ର ନାଥ ଶତପଥୀ, ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତି, ASI ମନୋଜ ମୁଣ୍ଡା ସଦଳ ବଳେ ଉକ୍ତ ସ୍ଥାନ କୁ ପହଁଚି ଛାନବିନ କରିଥିଲେ। ସେହି ସ୍ଥାନ ରେ ସକ୍ରିୟ ଥିବା କିଛି ଚୋର କୁ ପୋଲିସ ଷ୍ଟେସନ କୁ ଆଣି ପଚରା ଉଚରା କରି ପୋଲିସ ବିଫଳ ହେବା ଫଳ ରେ ଏଆରଏସଏସ ରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ଆଣି ପଚରା ଉଚରା କରି ଥିଲେ। କମ୍ପାନୀ ରେ କାମ କରୁ ଥିବା ଦୁଇ ଜଣ ଲେବ ଆସିଷ୍ଟାଣ୍ଟ ଙ୍କ ଉପରେ ସନ୍ଦେହ କରି ପଚରା ଉଚରା କରିଥିଲା। କିଛି ସମୟ ତାଗିଦ କରିଲା ପରେ ଦୁଇ ଜଣ ବ୍ୟକ୍ତି ଲିପୁନ ସାହୁ ଓ ଦିଲସନ ରାଓ ଚୋରି କରିଥିବା କଥା ପୁଲିସ ସମୁଖରେ ସ୍ଵୀକାର କରିଥିଲେ କିନ୍ତୁ କହିଥିଲେ ଯେ ପଇସା ଟା ଖର୍ଚ୍ଚ ହେଇ ଯାଇଛି, ତାଙ୍କ ପାଖରେ ରେ ଟଙ୍କା ତକ ନାହିଁ। ଦୁଇ ଜଣ ଅପରାଧୀ ପୋଲିସ କୁ ଭୁଆଁ ବୁଲାଇବାକୁ ଚେଷ୍ଟା ଚଳାଇଥିଲେ ମଧ୍ୟ ପୁଲିସ ତାଙ୍କ କଥା ଏତକି ସହଜ ରେ ଗ୍ରହଣ କରିପାରି ନ ଥିଲା।ପୁଣି ପଚାରିବା ପରେ କହିଥିଲେ ଯେ ଗୋଟିଏ ଗାତ କରି ପ୍ଲାଷ୍ଟିକ ଜରି ଭିତରେ ଭରି ଲୁଚେଇ ରଖିଛନ୍ତି। ଏହା ପରେ ସବ ଇନ୍ସପେକ୍ଟର ମନୋଜ ମୁଣ୍ଡା ଖୋଲତାଡ଼ କରି ଚୋରି ହେଇଥିବା 2,68920 ଟଙ୍କା ରୁ 2,65,000 ଟଙ୍କା ଜବତ ହୋଇଛି ବୋଲି ଟିଟିଲାଗଡ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥି ଓ ଥାନା ଅଧିକାରୀ ପ୍ରଭାତ ରଞ୍ଜନ ମହାନ୍ତି ଏକ ପ୍ରେସ ରିଲିଜ ମାଧ୍ୟମ ରେ ସୂଚନା ଦେଇଛନ୍ତି।