ହେଡଲାଇନସ୍:

ଉଇକ ଏଣ୍ଡ ଲକ ଡାଉନରେ ବି ଲୋକଙ୍କ ପାଖରେ ମନ୍ତ୍ରୀ  ଅରୁଣ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭର୍ଚ୍ୟୁଆଲ ମାଧ୍ୟମରେ ବୁଝିଲେ ନର୍ବାଚନମଣ୍ଡଳୀ ସମସ୍ୟା

ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟରେ କରୋନା ଏବେ ତାହାର କାୟା ବୃଦ୍ଧି କରି ଚାଲିଥିବା ବେଳେ ନୟାଗଡରେ ବି ତାହାର ପ୍ରଭାବ ପରିଲକ୍ଷିତ ହେଲାଣି | ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କରୋନାର ମୁକାବିଲା ରାଜ୍ୟରେ ସଫଳ ଭାବେ ଚାଲିଥିବା ବେଳେ ଏ ଭଳି ପରିସ୍ଥିତିରେ ନିଜକୁ ସୁରକ୍ଷିତ ରଖି ଲୋକଙ୍କୁ ସୁରକ୍ଷିତ ରହିବା ପାଇଁ ସଚେତନ କରିବା ସକାଶେ ପଦକ୍ଷେପ ନେବା ପାଇଁ ଆଜି ଭର୍ଚ୍ୟୁଏଲ କଳିଙ୍ଗ ମାଧ୍ୟମରେ ନିଜ ନିର୍ବାଚନମଣ୍ଡଳୀର ଲୋକଙ୍କ  ସହିତ ଆଲୋଚନା କରିବା ଅବସରରେ ପରାମର୍ଶ ଦେଇଛନ୍ତି  କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣକୁମାର ସାହୁ | 

ରାଜକାର୍ଯ୍ୟ ଭିତରେ ସମୟ ବାହାରକରି ନିଜ ନିର୍ବାଚନମଣ୍ଡଳୀକୁ ନିୟମିତ ଭାବେ ଯାଇ ଲୋକଙ୍କୁ ସୁଖ ଦୁଃଖ ବୁଝୁଥିବା ତଥା ଖୋଲା ଜନ ଦରବାର କରି ଲୋକଙ୍କ ଅଭିଯୋଗ ଶୁଣାଣି କରୁଥିବା ଅରୁଣ ପ୍ରାୟତଃ ଶନିବାର ସନ୍ଧ୍ୟାରୁ ରବିବାର ଦିନ ସାରା ଲୋକଙ୍କ ଗହଣରେ ରହି ଲୋକଙ୍କ ସମସ୍ୟା, ଦଳୀୟ ବ୍ୟାପାର ବୁଝାବୁଝୀ କରିଥାନ୍ତି | ହେଲେ ଏବେ କରୋନା କଟକଣା ଆଉ ସପ୍ତାହାନ୍ତ (ଉଇକଏଣ୍ଡ) ଲକଡାଉନ | ଲୋକଙ୍କ ପାଖେ ପହଂଚିବାରେ  କଟକଣା ରହିଥିଲେ ବି ଭିଡିଓ କଲିଂ ବା ଭର୍ଚ୍ୟୁଆଲ  ବୈଠକ ଲୋକଙ୍କ ସହ ଆଇ ଦଳୀୟ କର୍ମୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି | ଆଜି ଏହି କ୍ରମରେ ନିଜ ନିର୍ବାଚନ ମଣ୍ଡଳୀର ଲୋକ, ଦଳୀୟ ନେତା ତଥା ଯୁବ, ଛାତ୍ର, ମହିଳା, ଶ୍ରମିକ ଓ ବିଭିନ୍ନ ସଂଗଠନର ନେତୃମଣ୍ଡଳୀଙ୍କ ସହିତ ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ ଆଲୋଚନା କରିଛନ୍ତି  ବିଭିନ୍ନ ପ୍ରସଙ୍ଗରେ । କରୋନା ସମୟରେ ଜୀବନ ଓ ଜୀବିକା ସହିତ କିପରି ଲଢିବା ଏଥିସହିତ ରାଜନୈତିକ କାର୍ଯ୍ୟ ଅନ୍‌ଲାଇନ୍ ମାଧ୍ୟମରେ କରିବା ପାଇଁ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାର କୃଷିକ୍ଷେତ୍ରକୁ ଅଗ୍ରାଧିକାର ଦେଇଛନ୍ତି । କୃଷିକ୍ଷେତ୍ର ପ୍ରତି କୌଣସି କରୋନା କଟକଣା ନଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟଏକ ପକ୍ଷରେ କରୋନା ସମସ୍ତଙ୍କୁ କିଛି ଶିକ୍ଷା ଦେଇଛି ଆଗାମୀ ଦିନରେ ଏହି ଭିଡିଓ କଲିଂ ମାଧ୍ୟମରେ ସମସ୍ତ ରାଜନୈତିକ କାର୍ଯ୍ୟ ଚାଲୁରହିବ । ମୁଖ୍ୟତଃ ସମୟର ବ୍ୟବହାର, ସଂଗଠନକୁ ସୁଦୃଢ଼ କରିବା, ନୂଆ ଯୁବକମାନଙ୍କୁ ରାଜନୈତିକ କ୍ଷେତ୍ରରେ ପ୍ରବେଶ କରିବା ପାଇଁ ପରାମର୍ଶ ଦେବା ଓ ସେମାନଙ୍କ ସହିତ ଜଡିତ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ଅନ୍‌ଲାଇନ୍ ମାଧ୍ୟମରେ ପ୍ରତ୍ୟେକ ଦିନ ସମସ୍ତ ସଂଗଠନ ସହିତ ସୁସମ୍ପର୍କ ରଖି କିପରି ବିଜୁ ଜନତା ଦଳ ସୁଦୃଢ଼ ହେବ ଏହା ଉପରେ ପରାମର୍ଶ ଦେଇଛନ୍ତି । ସମସ୍ତେ ମାସ୍କ ପିନ୍ଧିବା, ସାମାଜିକ ଦୁରତା ରକ୍ଷା କରିବା ଓ ସମସ୍ତଙ୍କୁ ସଚେତନତା କରାଇବା ପ୍ରତ୍ୟେକ ରାଜାନୈତିକ ବ୍ୟକ୍ତିଙ୍କର ମୁଖ୍ୟ କର୍ତ୍ତବ୍ୟ ହୋଇ ରହୁ । ସମାଜସେବାରେ ସ୍ୱେଚ୍ଛାସେବୀଭାବେ ଠିଆହେବା ନିତାନ୍ତ ଆବଶ୍ୟକ । କରୋନା ଯୋଦ୍ଧାରେ ରାଜନୈତିକ ବ୍ୟକ୍ତିମାନଙ୍କର ସଂଶ୍ଳିଷ୍ଟ ଅଧିକ ରହିଛି । ତେଣୁ ସମସ୍ତେ ସମାଜସେବାରେ ବ୍ରତୀ ହେବାପାଇଁ ଆହ୍ୱାନ ଦେଇଛନ୍ତି ମନ୍ତ୍ରୀ ଡ଼ ସାହୁ | 

0
0
0
s2sdefault