ଆକ୍ରାନ୍ତଙ୍କ ମଧ୍ୟରେ ସବୁଠାରୁ ଅଧିକ ଗଞ୍ଜାମରେ ୧୧୬ ଜଣ ଚିହ୍ନଟ ହୋଇଥିବା ବେଳେ କଟକରେ ୯୪ ଜଣ, ସୁନ୍ଦରଗଡରେ ୬୬, ଖୋର୍ଦ୍ଧାରେ ୨୭, ଯାଜପୁରରେ ଓ କେନ୍ଦୁଝରରେ୨୫ଜଣ ଲେଖାଏ , ନୟାଗଡରେ ୨୪
ଭୁବନେଶ୍ୱର (ଶାସକ ପ୍ରଶାସକ) ଆଜି ବି ରାଜ୍ୟରେ ୪୦୦ ଉପରେ କରୋନା | ରାଜ୍ୟରେ ୪୬୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ଭିତରୁ ୩୧୭ ଜଣ କ୍ଵାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ସର୍ବସାଧାରଣ ଅଂଚଳରୁ ୧୫୨ ଚିହ୍ନଟ ହୋଇଥିବା ଚିନ୍ତା ବଢ଼ାଇ ଦେଇଛି | ଫଳରେ ରାଜ୍ୟରେ ପଜିଟିଭ ସଂଖ୍ୟା ୯୦୭୦ ହୋଇଥିବା ବେଳେ ଏଯାଏ ଆରୋଗ୍ୟ ହୋଇଛନ୍ତି ୫୯୩୪ ଜଣ | ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶା ସକ୍ରିୟଙ୍କ ସଂଖ୍ୟ ପହଁଚିଲା ୩୦୯୦ରେ | ଆଜି ଯାଇଛି ଦୁଇଜଣଙ୍କ ଜୀବନ |ଫଳରେ କରୋନା ଜନିତ ମୃତ୍ୟୁ ସାଂଖ୍ୟ ୩୬ର ପହଂଚିଛି | ଆଜି ମୃତକଙ୍କ ମଧ୍ୟରେ ଗଜପତି ଜିଲ୍ଲାରେ ଜଣେ ବ୍ୟକ୍ତି ମୃତ୍ୟବରଣ କରିଥିବା ବେଳେ ତାଙ୍କ ବୟସ ବୟସ ୪୫ ବର୍ଷ ଓ ସୁନ୍ଦରଗଡରୁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ବୟସ ୬୪ ବର୍ଷ | ନଗଦ ନଗଦ ଏକ ଟୁଇଟ ମାଧ୍ୟମରେ ବାଲେଶ୍ୱରରୁ ଜଣେ ୪୫ ବର୍ଷ ବୟସ୍କ ମହିଳାଙ୍କ ଦେହାନ୍ତ ହୋଇଥିବା ଖବର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି |
ଆଜି ଆକ୍ରାନ୍ତଙ୍କ ମଧ୍ୟରେ ସବୁଠାରୁ ଅଧିକ ଗଞ୍ଜାମରେ ୧୧୬ ଜଣ ଚିହ୍ନଟ ହୋଇଥିବା ବେଳେ କଟକରେ ୯୪ ଜଣ, ସୁନ୍ଦେରଗଡରେ ୬୬, ଖୋର୍ଦ୍ଧାରେ ୨୭, ଯାଜପୁରରେ ଓ କେନ୍ଦୁଝରରେ ୨୫ଜଣ ଲେଖାଏ , ନୟାଗଡରେ ୨୪, ଅନୁଗୁଳରେ ୧୧, ବାଲେଶ୍ୱରରେ ୮, ଭଦ୍ରକରେ ୧୬, ସମ୍ବଲପୁରରେ ୧୩, ଗଜପତିରେ ୧୨, ପୁରୀରେ ୮, ମୟୁରଭଞ୍ଜରେ ୬, କେନ୍ଦ୍ରାପଡାରେ ୫, ବଲାଙ୍ଗୀରରେ ୩, କଳାହାଣ୍ଡି ଓ ନବରଙ୍ଗପୁରରେ ୨ ଜଣ ଲେଖାଏ , କନ୍ଧମାଳ, ମାଲକାନଗିରିରେ ଜଣେ ଲେଖାଏ ଏବଂ NDRF ରୁ ୪ଜଣ ସାମିଲ ଅଛନ୍ତି |