ହେଡଲାଇନସ୍:

୧୦ ବର୍ଷ ଧରି  ଶୀତଳ ଭଣ୍ଡାରରେ ପଡ଼ିଛି ଆଞ୍ଚଳିକ ବୈଷମ୍ୟ ତଦନ୍ତ କମିଶନ ରିପୋର୍ଟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର, ୨୬ା୦୪: ରାଜ୍ୟରେ ଲାଗି ରହିଥିବା ଆଞ୍ଚଳିକ ବୈଷମ୍ୟ ସମସ୍ୟାର କାରଣ ଖୋଜିବା ସହ ଏହାର ନିରାକରଣ ପାଇଁ ଜଷ୍ଟିସ୍ ଏସ୍.କେ ମହାନ୍ତିଙ୍କ ଅଧ୍ୟକ୍ଷତାରେ ବସାଯାଇଥିବା କମିଶନଙ୍କ ରିପୋର୍ଟ ୧୦ ବର୍ଷ ଧରି କାର୍ଯ୍ୟକାରୀ ହୋଇନାହିଁ । କମିଶନଙ୍କ ରିପୋର୍ଟର ତର୍ଜମା ଲାଗି ବସାଯାଇଥିବା ସବ୍କମିଟି ଆଳରେ ମୂଳ ରିପୋର୍ଟକୁ ବି ପ୍ରକାଶ କରାଯାଉନାହିଁ । ବିଧାୟକ  ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ଉଷା ଦେବୀ ଦେଇଥିବା ସୂଚନାରୁ ଏହା ଜଣାପଡ଼ିଛି । 

ମନ୍ତ୍ରୀ କହିଛନ୍ତି ଯେ ଅବସରପ୍ରାପ୍ତ ହାଇକୋର୍ଟ ବି·ରପତି ଏସ୍.କେ ମହାନ୍ତିଙ୍କ ଅଧ୍ୟକ୍ଷତାରେ ୨୦୦୪ ଫେବୃଆରୀ ୨୦ ତାରିଖରେ ରିଜିଓନାଲ ଇମ୍ବାଲାନ୍ସ ଇନ୍କ୍ୱାରୀ କମିଶନ ସରକାର ଗଠନ କରିଥିଲେ । ଏଥିରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ. ପି.କେ ପତି ଓ ଅର୍ଥନୀତି ବିଭାଗର ପ୍ରଫେସର ପ୍ରସନ୍ନ ତ୍ରିପାଠୀ ଏବଂ କୋରାପୁଟର କାଉନ୍ସିଲ୍ ଅଫ୍ ଆନାଲିଟିକାଲ ଟ୍ରାଇବାଲ୍ ଷ୍ଟଡିଜ୍ର ନିଦେ୍ର୍ଧଶକ ପ୍ରଫେସର ପି.ସି ମହାପାତ୍ର, ତିନିଜଣ ଅନ୍ୟ ସଦସ୍ୟ ଏବଂ ଯୋଜନା ଓ ସମନ୍ୱୟ ବିଭାଗର ଜଣେ  ଅଧିକାରୀଙ୍କୁ ଏହି କମିଶନରେ ସାମିଲ କରାଯାଇଥିଲା । 

ସରକାରଙ୍କ ପକ୍ଷରୁ କୁହାଯାଇଛି ଏହି କମିଶନ ୨୦୦୮ ଅଗଷ୍ଟ ୬ ତାରିଖରେ ସରକାରଙ୍କୁ ତାଙ୍କ ରିପୋର୍ଟ ପ୍ରଦାନ କରିଛନ୍ତି । କମିଶନଙ୍କ ରିପୋର୍ଟକୁ ସବ୍କମିଟି ତର୍ଜମା କରୁଥିବାରୁ ଏହାକୁ ପ୍ରକାଶ କରାଯାନାହିଁ । ୨୦୦୮ ମସିହାରେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ୧୧ଟି ବିଭାଗର ଶାସନ ସଚିବମାନଙ୍କୁ ନେଇ ଏହି ସବ୍କମିଟି ଗଠନ କରାଯାଇଛି । ଉକ୍ତ ସବ୍କମିଟିର ବୈଠକ ୨୦୦୮, ୨୦୧୦, ୨୦୧୩ ଓ ୨୦୧୫ ମସିହାରେ ମାତ୍ର ଥରେ ଲେଖାଏଁ ବସିଛି । 

ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ କହିଛନ୍ତି ଯେ ଓଡ଼ିଶାର ୩୧୪ଟି ବ୍ଲକ୍ ମଧ୍ୟରୁ ୧୫୬ଟି ପଛୁଆ ଓ ଅତି ପଛୁଆ ଥିବା କମିଶନ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି । ଏହାଛଡ଼ା ରାଜ୍ୟର ସୀମାନ୍ତବର୍ତ୍ତୀ ୬୪ଟି ବ୍ଲକ୍ ମଧ୍ୟରୁ ୫୦ଟି ଅନଗ୍ରସର ବୋଲି ଉଲ୍ଲେଖ କରିଛନ୍ତି । ଏହାଛଡ଼ା ଓଡ଼ିଶାରେ ଯେତେ ପଛୁଆ ଓ ଅତି ପଛୁଆ ବ୍ଲକ୍ ରହିଛନ୍ତି ତାହାର ୭୨ ପ୍ରତିଶତ ଆଦିବାସୀ ଅଧ୍ୟୁଷିତ ଆଇଟିଡିଏ ଅଞ୍ଚଳରେ ଥିବା ଏବଂ ୩୦ଟି ଜିଲ୍ଲା ମଧ୍ୟରୁ ୧୫ଟି ପଛୁଆ ଓ ଅତି ପଛୁଆ ଅବସ୍ଥାରେ ଥିବା ଏହି ରିପୋର୍ଟରେ ଦର୍ଶାଯାଇଛି । ରାଜ୍ୟରେ ଆଞ୍ଚଳିକ ବୈଷମ୍ୟ ଯୋଗୁ ଅନଗ୍ରସରତା ଲାଗି ରହୁଥିବା ପରିପ୍ରେକ୍ଷୀରେ ରାଜ୍ୟର ସାମଗ୍ରିକ ବିକାଶକୁ ଆଖି ଆଗରେ ରଖି କମିଶନ ତାଙ୍କ ରିପୋର୍ଟରେ ବହୁ ଉପାଦେୟ ସୁପାରିଶ କରିଥିବା ବେଳେ ଏହାକୁ କାହିଁକି ଏପର୍ଯନ୍ତ କାର୍ଯକାରୀ କରାଯାଉନାହିଁ ସେଥିଘେନି ଶ୍ରୀ ରାୟ ଉଦ୍ବେଗ ପ୍ରକାଶ କରିଛନ୍ତି । 

0
0
0
s2sdefault