ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ରେଙ୍ଗାଲି ସ୍ଥିତ ଶ୍ୟାମମେଟାଲିକ୍ସ ରୁ ଓଭରଲୋଡ଼ିଂ ବନ୍ଦ ଏବଂ ବର୍ଦ୍ଧିତ ଡିଜେଲ ଦର ରେ ଭଡା ସ୍ଥିର କରିବା ପାଇଁ ରେଙ୍ଗାଲି ଆଞ୍ଚଳିକ ଟ୍ରକ ମାଲିକ ମାନେ ଦାବୀ କରିଛନ୍ତି l ଏନେଇ ଟ୍ରକ ମାଲିକାନଙ୍କ ପକ୍ଷରୁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିବା ସହିତ ଜ଼ିଲ୍ଲାପାଳ ଙ୍କୁ ଗତ ୨୨ ତାରିଖ ସୂଚନା ଦିଆଯାଇଥିଲା l ତେବେ ୩ ଦିନ ଭିତରେ ଏକ ତ୍ରିପାକ୍ଷିକ ବୈଠକ କରି ଏହାର ସମାଧାନ ପାଇଁ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରୁ ପ୍ରତିଶୃତି ଦିଆଯାଇଥିଲା l କିନ୍ତୁ ବୈଠକ ହେବା ନେଇ କୌଣସି ସୂଚନା ନ ମିଳିବା ରୁ ସୋମବାର କର୍ମକର୍ତ୍ତା ପୁଣି ଜ଼ିଲ୍ଲାପାଳ ଙ୍କୁ ସାକ୍ଷାତ କରି ଯଥା ଶୀଘ୍ର ଏହି ବୈଠକ କରିବାକୁ ଦାବୀ କରାଯାଇଛି l ବର୍ଦ୍ଧିତ ଡିଜେଲ ଦରରେ ଗାଡି ଚଳାଇବା ମୁସ୍କିଲ ହୋଇ ପଡୁଛି ଏଣୁ ଯଦି ଏହାର ସମାଧାନ ନହୁଏ ତେବେ ଆଗାମୀ ଦିନରେ କମ୍ପାନୀ ଗେଟ ସମ୍ଭୁଖ ରେ ଧାରଣା ଦିଆଯିବ ବୋଲି ରେଙ୍ଗାଲି ଆଞ୍ଚଳିକ ଟ୍ରକ ମାଲିକ ମାନେ ପ୍ରକାଶ କରିଛନ୍ତି l
ରାଜ୍ୟ
ଶ୍ୟାମମେଟାଲିକ୍ସରୁ ଓଭରଲୋଡ଼ିଂ ବନ୍ଦ ପାଇଁ ରେଙ୍ଗାଲି ଆଞ୍ଚଳିକ ଟ୍ରକ ମାଲିକଙ୍କ ଦାବୀ l
- Hits: 750