ବରଗଡ :- ଚାଷୀମାନେ ହେଉଛନ୍ତି ଦେଶର ଅନ୍ନଦାତା ଆଉ ଚାଷୀଙ୍କ ଭରଷା ଇନ୍ଦ୍ରଦେବତା ବା ବର୍ଷା । ବିଶେଷକରି ଚାଷୀ ମୌସୁମୀ ବର୍ଷା ବା ସଂରକ୍ଷିତ ଜଳ ଉପରେ ଭରସା କରିଥାଏ । ସରକାର ବର୍ଷା ଜଳ ବା ବୋହିଯାଉଥିବା ଜଳ କୁ ସଂରକ୍ଷିତ କରି ରଖିବା ପାଇଁ ଅନେକ ଅର୍ଥ ବ୍ୟୟ କରି ଅନେକ ଚେକ ଡେମ ନିର୍ମାଣ କରିଛନ୍ତି କେବଳ ଚାଷୀର ଉନ୍ନତି ପାଇଁ । ଯଦି ମରୁଡ଼ି ବା ସ୍ୱଳ୍ପ ବୃଷ୍ଟିପାତ ହୁଏ ସେହିଭଳି ପରିସ୍ଥିତି ରେ ଚେକ ଡ୍ୟାମ ଗୁଡିକର ଭୂମିକା ଗୁରୁତ୍ୱପୁର୍ଣ । କିନ୍ତୁ ବର୍ତ୍ତମାନ ଅନେକ ସ୍ଥାନରେ ଚେକ ଡେମ ଗୁଡିକର ରକ୍ଷଣାବେକ୍ଷଣ ଅଭାବରୁ ବହୁତ ସମସ୍ୟା ସୃଷ୍ଟି ହେଉଛି । ଏହିଭଳି ଏକ ସମସ୍ୟା ଦେଖିବାକୁ ମିଳିଥିଲା ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମରି ଗ୍ରାମର ମଗରା ନାଲା କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ । ଏବର୍ଷ ଡ୍ୟାମ କବାଟ ଖରାପ ହୋଇଯାଇଥିଲା । ତାହାର ମରାମତି ପାଇଁ ଗତ ମଇ ପାଞ୍ଚ ତାରିଖ ଦିନ ସ୍ଥାନୀୟ ସମାଜସେବୀ ଦୀପା ବାରିକ ପ୍ରଶାସନିକ ଅଧିକାରୀ ମାନଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ଅଧିକାରୀ ଧ୍ୟାନ ଦେଉନଥିଲେ । ଚାଷୀ ମାନଙ୍କର ସମସ୍ୟା କୁ ଦୀପା ଅଧିକାରୀ ମାନଙ୍କୁ ଫୋନ ଯୋଗେ ଜଣାଇବା ସହିତ ମୁଖ୍ୟମନ୍ତ୍ରୀଙ୍କର କାର୍ଯଳୟକୁ ଅଭିଯୋଗ କରିଥିଲେ । ଫୋନରେ ଅଭିଯୋଗ କରିବା ପରେ ଓ ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟାଳୟକୁ ଜଣାଇବା ପରେ ଆଜି ବିଭାଗୀୟ ଅଧିକାରୀ ମାନେ ଆସି ଉକ୍ତ ପ୍ରକଳ୍ପର ଖରାପ ପଡିଥିବା ଗେଟକୁ ସଜାଡ଼ିବା ସହିତ ମରାମତି କାର୍ଯ୍ୟ କରିଥିଲେ । ଫଳରେ ପାଣିର ସଂରକ୍ଷଣ କୁ ସୁନିଶ୍ଚିତ କରାଯାଇ ପେଇଛି । ସମାଜସେବୀ ଦୀପା ବାରିକ ନିଜେ ଉପସ୍ଥିତ ରହି ଏହି କାର୍ଯ ସବୁର ତଦାରଖ ମଧ୍ୟ କରିଥିଲେ । ଦୀପାଙ୍କର ଏହି କାର୍ଯକୁ ସ୍ଥାନୀୟ କୃଷକ ମାନେ ଅନେକ ପ୍ରଶଂସା କରିଥିଲେ ।