ଝାରବନ୍ଧ-ମନୋହର ଦାଶ : ରାଜ୍ୟ ସରକାର ଲେବର କାର୍ଡ ପାଇଥିବା ଶ୍ରମିକ ମାନଙ୍କୁ କରୋନା ସମୟରେ କାର୍ଡ ପିଛା ୧୫୦୦ ଶହ ଟଙ୍କା ପ୍ରଦାନ କରୁଥିବା ବେଳେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକରେ ଏହି ଯୋଜନାରେ ବହୁ ଅଯୋଗ୍ୟ ଶ୍ରମିକ ସରକାରୀ ସହାୟତା ହାତେଇବା ସାଧାରଣରେ ଅଭିଯୋଗ ହେଉଛି । ଶ୍ରମିକ ନୁହନ୍ତି ହେଲେ ଲେବର କାର୍ଡ ବାହାରକରି ନାମ ପଞ୍ଜିକରଣ କରିବାରେ ବହୁ ଧନୀ ଶ୍ରେଣୀ ଲୋକେ ସକ୍ଷମ ହୋଇଛନ୍ତି । ଏପରିକି ପୂର୍ବରୁ ଶ୍ରମିକ କାର୍ଡରେ ସାଇକେଲ ପାଇଥିବା ବେଳେ ଵର୍ତମାନ ସରକାର ସହାୟତା ୧୫୦୦ ଶହ ଟଙ୍କା ପାଇଥିବା ନେଇ ଅଭିଯୋଗ ମାନ ଶୁଣିବାକୁ ମିଲୁଛି ।ରାଜ୍ୟ ସରକାର ଝାରବନ୍ଧ ବ୍ଲକ ରେ ପ୍ରକୃତ ଶ୍ରମିକ ଙ୍କୁ ସହାୟତା କରିନଥିବା ବେଳେ କେତେକ ନିର୍ଦ୍ଧିଷ୍ଟ ଦଲାଲ ମାଧ୍ୟମରେ ୫୦୦ରୁ ୧୦୦୦ହଜାର ଟଙ୍କା ଖର୍ଚ୍ଚ କରି ଅଯୋଗ୍ୟ ଲୋକ ଲେବର କାର୍ଡ ହଟେଇଥିଲେ । ନା ସେମାନେ ଶ୍ରମିକ ,ହେଲେ ସରକାରୀ ଗଣନା ରେ ଶ୍ରମିକ ବୋଲି ପରିଚୟ ସୃଷ୍ଟି କରି ସରକାରୀ ସହାୟତା ହତେଇବାରେ ସକ୍ଷମ ହେଉଥିବା ଏହି ଅଯୋଗ୍ୟ ଵ୍ୟକ୍ତି ମାନଙ୍କୁ ରାଜ୍ୟ ସରକାର ତୁରନ୍ତ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧ ରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ରେ ଦାବି ହେଉଛି ।
ରାଜ୍ୟ
ଲେବର କାର୍ଡ ଅର୍ଥ ହାତେଇଛନ୍ତି ବହୁ ଅଯୋଗ୍ୟ
- Hits: 434