ହେଡଲାଇନସ୍:

ଏକ ନେ ଦିଲ ଜିତା ଥା, ଦୁଶରେନେ କିୟା ଦିଲ ପର ବାର !!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଚର୍ଚ୍ଚାରେ ମୟୂରଭଞ୍ଜର ଦୁଇ ଜିଲାପାଳ

ଜଣେ ପ୍ରଭାକର ଆଉ ଜଣେ ସୁରେନ୍ଦ୍ର କୁମାର 

24-04-18-JILLAPALA.jpg - 77.23 kB 

BARIPADA/DILLIP MOHANTY :  କଥାରେ ଅଛି, ପ୍ରାଣୀର ଭଲମନ୍ଦ ବାଣି ମରଣ କାଳେ ତାହା ଜାଣି  । ମାନେ ଲୋକ କେତେ ଭଲ କେତେ ଖରାପ ତାହା ତାହାର ଜୀବନ ଛାଡିଲା ବେଳେ ଜଣାପଡେ  ।  ଠିକ୍ ସେହିପରି ଜଣେ ଜିଲ୍ଲାପାଳ କେତେ ଭଲ ଆଉ  କେତେ ମନ୍ଦ ତାହା ସେ ଜିଲ୍ଲା ଛାଡି ଲା ବେଳେ ଜିଲ୍ଲାବାସୀଙ୍କ ଆଟିଚୁ୍ୟଡ୍ରୁ ଜଣାପଡେ   । କାରଣ ଜଣେ ଆଇଏଏ ଅଫିସର ପାଇଁ ସବୁଠାରୁ ଗୋଲଡେନ ମୋମେଣ୍ଟ ସ୍ୱର୍ଣ୍ଣିମ ମୁହୂର୍ତ୍ତ ହେଉଛି ଜିଲ୍ଲାପାଳ ଭାବେ କାଟିଥିବା ବା କାଟୁଥିବା ଅବଧି  । ଜିଲ୍ଲାର ମୁଖ୍ୟମନ୍ତ୍ରୀ ସେ ଜିଳ୍ଲାର ରାଜ୍ୟପାଳ ସେ ଜିଲ୍ଲାର ସରକାର ସେ  । ମାନେ ଜିଲ୍ଲାର ସର୍ବେସର୍ବା  ।  ଜଣେ ଜିଲ୍ଲାପାଳ ବାଇ ନେଚର ଭଲ କି ମନ୍ଦ ତାହା ଭିନ୍ନ କଥା ! ହେଲେ ସେ ଯଦି ଚାହିଁବ ସାରା ଜୀବନ ସେ ଜିଲ୍ଲାର ଲୋକଙ୍କ ହୃଦୟରେ ପୁଜା ପାଇବ, ସେବେ ଜିଲ୍ଲାପାଳ  ଭାବେ ସମୟଟିକୁ ଠିକଣା ଢଙ୍ଗରେ ଲୋକଙ୍କ ସୁଖଦୁଖ ଓ ସମସ୍ୟା ସୁଧାରିବାରେ ବିନିଯୋଗ କଲେ ବାକି ଜୀବନ ସେଇ ଛାପ ନେଇ ଲୋକଙ୍କ ହୃଦୟରେ ରହିପାରିବ  । ଏମିତି ନିକଟ ଅତୀତରେ କିଛି ଜିଲ୍ଲାପାଳ  ଭାବେ ଏମିତି କାମ କରିଥିଲେ ବା କରିଛନ୍ତି ଯେ  ସେମାନେ ସେ ଜିଲ୍ଲ ଛାଡିଲା ପରେ ବି ଲୋକମାନେ ମନେ ରଖିଛନ୍ତି ସେମାନଙ୍କୁ  ।  ଆଉ ଜିଲ୍ଲା ଛାଡିଲା ବେଳେ ସେମାନଙ୍କୁ କାହିଁକି କେମିତି ଲାଗେ ଜଣେ ଆପଣା ଲୋକ ସେମାନଙ୍କୁ ଛାଡି ଚାଲିଯାଉଛନ୍ତି ବିଦେଶକୁ  । କାରଣ ରାଜ୍ୟ ସରକାରଙ୍କ ପ୍ରତିନିଧି ଭାବେ କାର୍ଯ୍ୟ କରିଥାନ୍ତି ଜିଲ୍ଲାପାଳ । ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ କରାଇବା ଦାୟିତ୍ୱ ଜିଲ୍ଲାପାଳଙ୍କର । ଏଥି ସହିତ ଜିଲ୍ଲାବାସୀଙ୍କ ସୁଖଦୁଃଖରେ ସାଥୀ ହୋଇ ସେମାନଙ୍କର ସମସ୍ୟାର ସମାଧାନ କରାଇ, ଜିଲ୍ଲାବାସୀଙ୍କ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି, ସ୍ଥାପତ୍ୟ ସହିତ ଭାଇଚାରା ଆଦି ସୃଷ୍ଟି କରାଇବାର ମୂଳମନ୍ତ୍ର ସହିତ ଗୁରୁଦାୟିତ୍ୱ ଜିଲ୍ଲାପାଳ ଉପରେ ନ୍ୟସ୍ତ ରହିଥାଏ । ଆଇଏଏସ ଛଇ ଭିତରେ ଯିଏ ରହିଯାଏ, ଲୋକଙ୍କ ସେବକ ବା ଲୋକଙ୍କ ସୁଖଦୁଃଖରେ ସାମିଲ କରିଦିଏ, ବାସ୍ତବିକ ତାଙ୍କୁ ହିଁ ଲୋକ ଅନୁଭବ କରିଥାନ୍ତି ବା ତାଙ୍କ ଅନୁପସ୍ଥିତି ଅନୁଭବ କରନ୍ତ ଜିଳ୍ଲାରୁ ବଦଳି ହୋଇଯିବା ପରେ  । ଆଉ ଜଣେ ଜଣେ ଏମିତି ଜିଲ୍ଲାପାଳ ଅଛନ୍ତି ଯେଉର୍ମାନେ ରହିଲେ କେତେ ବା ଗଲେ କେତେ ତାହା ମାଇନେ ରଖେନି  । ଏପରିକି କିଛି ଜିଳ୍ଲାପାଳଙ୍କ କାର୍ଯ୍ୟକଳାପରେ ଲୋକ ଅତିଷ୍ଠ  ହୋଇପଡନ୍ତି ସେମାନଙ୍କ ବିବାଦୀୟ ତଥା ଜନସାଧାରଣଙ୍କ ଭାବନା ବିରୋଧୀ କାମ କରି  । 

 ବେଶି ଦୂରକୁ ଯିବାନି, ବେଶି ଇତିହାସ ପୃଷ୍ଠା  ଓଲଟାଇବାନି  । ଗୋଟିଏ ଜିଲ୍ଲାରେ କାର୍ଯ୍ୟକରି ବିଦାୟ ନେଇଥିବା ଦୁଇଜଣ ଜିଲ୍ଲାପାଳଙ୍କଙ୍କ କଥା ଆମେ ଅବତାରଣା କରିବୁ  । ଜିଲ୍ଲାର ନାଁ ହେଲେ ମୟୂରଭଞ୍ଜ ଆଉ ଜିଲ୍ଲାପାଳ ଦୁଇଙ୍କ ନାମ ହେଲା ରାଜେଶ ପ୍ରଭାକର ପାଟିଲ ଓ ସୁରେନ୍ଦ୍ର କୁମାର ମୀନା  । ଆମେ ଜାଣିନୁ କି କାାହାର ମର୍ଯ୍ୟାଦା ହାନୀ କରିବାକୁ ଚାହୁଁନୁ କୌଣସି ପବ୍ଲିକ ସର୍ଭ୍ୟାଣ୍ଟ ବା ଜନସେବକଙ୍କର  । ହେଲେ ଲୋକମାନଙ୍କ ଭିତରେ ଏ ଦୁହିଁଙ୍କ ପାଇଁ କାହିଁକି ଭିନ୍ନ ଭିନ୍ନ ଧାରଣା, ସେ ବିଷୟରେ ଆତ୍ମଅନୁଶୀଳନ କରିବା ପାଇଁ ଅନୁରୋଧ କରିବୁ  ।  ଓଡ଼ିଶାର ସର୍ବବୃହତ ଜିଲ୍ଲା ଭାବେ ପରିଚିତ ମୟୂରଭଞ୍ଜ ଜିଲ୍ଲାର ଦୁଇ ଜିଲ୍ଲାପାଳଙ୍କ କାର୍ଯ୍ୟକଳାପ, ଲୋକପ୍ରିୟତା ଓ କାର୍ଯ୍ୟ କରିବାର ତରିକାକୁ ନେଇ ଏବେ ଜିଲ୍ଲାରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଯାଇଛି । ଜିଲ୍ଲାର ୪୬ତମ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ରାଜେଶ ପ୍ରଭାକର ପାଟିଲ ଓ ୪୭ତମ ଜିଲ୍ଲାପାଳ ଭାବେ ଦାୟିତ୍ୱରେ ରହିଥିବା ସୁରେନ୍ଦ୍ର କୁମାର ମୀନାଙ୍କୁ ନେଇ ଏହି ଚର୍ଚ୍ଚା ହେଉଛି । ତୁଳନା କରାଯାଉଛି ଦୁଇଜଣଙ୍କୁ । କିଏ ଶ୍ରେÂ ତାହାକୁ କେନ୍ଦ୍ର କରି ଜିଲ୍ଲାରେ ଆଲୋଚନା ସମାଲୋଚନା ଆଦି ଜାରି ରହିଛି ।  ବାରିପଦା ସହରର ବିଭିନ୍ନ ଖଟିରେ ଛକରେ ଆଉ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଲିଛି ତୁଳନା  । କେତେକ ୪୬ତମ ଜିଲ୍ଲାପାଳ ଶ୍ରୀ ପାଟିଲଙ୍କୁ ଶ୍ରେÂ କହୁଥିବା ବେଳେ ଅନ୍ୟ କେତେକ ଶ୍ରୀ ମୀନାଙ୍କୁ ଶ୍ରେÂ ବୋଲି କହୁଛନ୍ତି । ଅବଶ୍ୟ ଆମ ଜାଣିବାରେ  କେଉଁ ଜିଲ୍ଲାପାଳ ମୟୂରଭଞ୍ଜବାସୀଙ୍କ ନିମନ୍ତେ କଣ କରିଛନ୍ତି ସେ ବିଷୟରେ ଅବତାରଣା କଲେ ଭଲ ହେବ  । 

ମୟୂରଭଞ୍ଜ ଜିଲାପାଳ ଭାବେ ଶ୍ରୀପାଟିଲ ଗତ ୨୦୧୨  ଅଗଷ୍ଟ ପହିଲାରୁ ମୟୂରଭଞ୍ଜ ଜିଲାପାଳ ଦାୟିତ୍ୱ ଗ୍ରହଣ କରିବା ପରେ ପଛକୁ ଅନେଇ ନାହାନ୍ତି । ଅବଶ୍ୟ ଆଠଗଡର ଉପଜିଲ୍ଲାପାଳ ୍୍ଥିବା ବେଳେ ପୂର୍ବ୍ନମନ୍ତ୍ରୀ ରାଜା ସ୍ୱାଇଁଙ୍କ ନାମାଙ୍କନ ପତ୍ର ଖାରଜ ହେବା ଘଟଣାକୁ ନେଇ କିଛିଦିନ ବିବାଦରେ ଛନ୍ଦି ହୋଇପଡିଥିବା ଶ୍ରୀ ପାଟିଲ କିନ୍ତୁ ମୟୂରଭଞ୍ଜ ଜିଳ୍ଲାରେ ଜିଲ୍ଲାପାଳ ଭାବେ ନିଜକୁ ଲୋକଙ୍କ ନିକଟତର କରିବାରେ ସକ୍ଷମ ହୋଇପାରିଥିଲେ  । ବିଶେଷକରି ଜିଲ୍ଲାରେ ବସବାସ କରୁଥିବା ଅନୁସୂଚିତ ଜାତି ଜନଜାତି ସମ୍ପ୍ରଦାୟର ଜୀବନଜୀବୀକାରେ ପରିବର୍ତ୍ତନ ସହିତ ସେମାନଙ୍କର ଆର୍ଥିକ ମେରୁଦଣ୍ଡକୁକୁ ସୁଦୃଢ଼ କରଇବା, ଜିଲାରେ କଳା ଓ ସଂସ୍କୃତିକୁ ପୁନଃରୁଦ୍ଧାର  କରାଇବା, ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା, ମିଶନ ଶକ୍ତି ମାଧ୍ୟମରେ ଆତ୍ମନିଯୁକ୍ତି ସୃଷ୍ଟି କରାଇବା, ମହିଳା ସଶକ୍ତିକରଣ ଆଦି ସହିତ ଜିଲ୍ଲାରେ ଅଶିକ୍ଷା ଦୂର କରିବା ସହ ଡ୍ରପ୍ ଆଉଟ ହାର ବୃଦ୍ଧି କରି ଶିକ୍ଷା ମାଧ୍ୟମରେ ଆଦିବାସୀମାନଙ୍କୁ ସଶକ୍ତି କରିବା ପାଇଁ ତାଙ୍କର ନିଜସ୍ୱ ଯୋଜନା “ମୁଁ ବି ପଢ଼ିବି ” କାର୍ଯ୍ୟକ୍ରମ ମାଧ୍ୟମରେ ଅଧାରୁ ପାଠ ଛାଡ଼ୁଥିବା ବାଳକବାଳିକାମାନଙ୍କୁ ପୁଣି ଥରେ ଶ୍ରେଣୀ କୋଠରୀକୁ ଫେରାଇ ଆଣିବା, ଜିଲାକୁ ଶିଶୁ ଶ୍ରମିକ ମୁକ୍ତ ଜିଲାରେ ପରିଣତ କରାଇବା, ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରି ସେମାନଙ୍କର ବୟସ ଅନୁସାରେ ତାଲିମ ପ୍ରାପ୍ତ ଶିକ୍ଷକମାନଙ୍କ ଦ୍ୱାରା ଶିକ୍ଷାଦାନ ଓ ସେମାନଙ୍କ ରୁଚି ଅନୁସାରେ ତାଲିମ ସହିତ ପରିବାରର ସଦସ୍ୟଙ୍କୁ ଆତ୍ମନିର୍ଭଶୀଳ କରାଇବା ନିମନ୍ତେ ପ୍ରୟାସ କରିବା,  ଭିନ୍ନକ୍ଷମ ଚିହ୍ନଟ ଓ ଥଇଥାନ, ଇକୋ ଟୁରିଜିମ ପ୍ରକଳ୍ପ ନିର୍ମାଣ ଉପରେ ଗୁରୁତ୍ୱ, ବାରିପଦା ଷ୍ଟାଡ଼ିୟମକୁ ଏକ ଜାତୀୟ ଷ୍ଟାଡ଼ିୟମ ଭାବେ ନିର୍ମାଣ ନିମନ୍ତେ କାର୍ଯ୍ୟ ଆରମ୍ଭ କରିବା,  ଜନସାଧାରଣଙ୍କ ଘରେ ବ୍ୟବହାର ହୋଇ ନ ପାରି ପଡ଼ିରହିଥିବା ପଦାର୍ଥ ଅନ୍ୟର ବ୍ୟବହାରରେ ଆସିପାରିବା ନିମନ୍ତେ ସହାୟତା କାନ୍ଥ ନିର୍ମାଣ,  ବାରିପଦା ସହରରେ ଆନ୍ତର୍ଜାତୀୟସ୍ତରର ସ୍କ୍ୱାସ ଟେନିସ କୋର୍ଟ ନିର୍ମାଣ, ଆନ୍ତର୍ଜାତିକ କ୍ରୀଡ଼ା ଦିବସ ଅବସରରେ ଜାତୀୟସ୍ତରର ମିନି ମାରାଥନ ଦୌଡ଼ ପ୍ରତିଯୋଗିତା ଆୟୋଜନ, ବିନା ବିଜୁଳି ଓ ଜେନେରେଟର ଶକ୍ତି ବ୍ୟବହାରରେ ନଦୀନାଳରେ ବନ୍ଧବାନ୍ଧି ତାର ପାଣିକୁ ଜଳ ସେଚନ ନିମନ୍ତେ ବ୍ୟବହାର କରିବା,  ରବର, ଆମ୍ବ, ମକା ଓ ପିଜୁଳି ଆଦି ଚାଷ ନିମନ୍ତେ ଆଗ୍ରହୀ କୃଷକମାନଙ୍କୁ ତାଲିମ ଦେଇ ତାର ମାର୍କେଟିଂର ବ୍ୟବସ୍ଥା ଆଦି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟ , ଜାତୀୟ ଓ ଆନ୍ତର୍ଜାତୀୟ କ୍ଷେତ୍ରରେ ଉଚ୍ଛସିତ ଭାବେ ପ୍ରଶଂସିତ ହେବା ସଂଗେସଂଗେ ବହୁ ପୁରସ୍କାର ମଧ୍ୟ ପାଇଥିଲା । ଏହାବ୍ୟତୀତ ତାଙ୍କର କେତେକ ସ୍ୱପ୍ନ ମଧ୍ୟ ରହିଥିଲା । ତା ମଧ୍ୟରେ ଚିଲିକା ଫ୍ରେସ, ଜିଲ୍ଲାରେ ଶୀତଳ ଭଣ୍ଡାର ନିର୍ମାଣ, ସ୍ପୋର୍ଟସ କମ୍ପେ୍ଲକ୍ସ ନିର୍ମାଣ ଇତ୍ୟାଦି  ! ବିରୋଧୀ ଦଳ ଶ୍ରୀପାଟିଲଙ୍କୁ ଜିଲ୍ଲାରେ ଶାସକ ଦଳର ଜିଲ୍ଲା ସଭାପତି ବୋଲି ଆଲୋଚନା କରିବା  ତାଙ୍କ କାର୍ଯ୍ୟ ଦକ୍ଷତାକୁ ପ୍ରମାଣିତ କରାଇ ଦେଇଥିଲା । କେବଳ ସେତିକି ନୁହେଁ, ଜିଳ୍ଲାର ଗର୍ବ ବା ଗୌରବର ବାର୍ତ୍ତାବୟ ଛଉନୃତ୍ୟର ପ୍ରଚାର, ପ୍ରସାର, ସଂରକ୍ଷଣ ପାଇ, ଡକୁ୍ୟମେଣ୍ଟେସନ ପାଇଁ ସେ ଆରମ୍ଭ କରିଥିଲେ ପ୍ରୋଜେକ୍ଟ ଛାଉଣୀ  । ପାଖାପାଖି ପାଞ୍ଚବର୍ଷ କାଳ ସେ ରହିଲେ . କେମିତି ଚାଲିଗଲା ଜଣାପଡିଲା ନାହିଁ  । ସେ ଜିଲ୍ଲାରୁ ବଦଳି ହୋଇ ଗଲା ବେଳେ ଲୋକମାନେ ଅନୁଭବ କରିଥିଲେ ଜିଲ୍ଲାରେ ତାଙ୍କର ଆଉ କିଛିିଦିନ ରହିବାର ଥିଲା  । 

          ଏହାପରେ ୪୭ତମ ଜିଲ୍ଲାପାଳ ଭାବେ ପ୍ରାୟ ୨୦୧୭ ଅପ୍ରେଲ ୨୧ରେ ଦାୟିତ୍ୱ ଗ୍ରହଣ କଲେ ସୁରେନ୍ଦ୍ର କୁମାର ମୀନା । ଏହି ସ୍ୱଳ୍ପ ସମୟ ମଧ୍ୟରେ ସେ ଅନେକ ବିବାଦ ମଧ୍ୟକୁ ଠେଲି ହୋଇ ଯାଇଥିଲେ । ଯେ କୌଈସି ବଡ ନିଷ୍ପତ୍ତି ନେଲ ଲୋକଙ୍କ ଭିତରେ ୍ରଅସନ୍ତୋଷ ସୃଷ୍ଟି ହେଲା  । ଏପରିକି ଲୋକମାନେ ଜିଲ୍ଲାପାଳଙ୍କ ନିଷ୍ପତ୍ତି ବିରୋଧରେ ଅଦାଲତକୁ ଗଲେ ।  ଜିଲ୍ଲାପାଳ ନେଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅଦାଲତରେ ଷ୍ଟେ ହୋଇ ରହିଲା  । ; ତେଣୁ ତାଙ୍କୁ  ସରାଗରେ ବାରିପଦା ସହରର  କେତେକ ଖଟିରେ ‘ଷ୍ଟେ ଜିଲ୍ଲାପାଳ’ ବୋଲି କହିବା ଆରମ୍ଭ କଲେ । ପ୍ରଥମେ ନିର୍ବାଚିତ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର  କରିବା ଆସିଲା ଓ ଜିଲ୍ଲାପରିଷଦ ବୈଠକରେ ଏହାକୁ ନେଇ ହଟ୍ଟଗୋଳ ପରେ ତାଙ୍କର ଇସ୍ତଫା ଦାବି, ମୟୂରଭଞ୍ଜ ଗଡ଼ଜାତ ରାଜ୍ୟର ଐତିହ୍ୟ ସହିତ ଜଡ଼ି ହୋଇ ରହିଥିବା ବାରିପଦା କ୍ଲବ ପରିସରରେ ଇଭିଏମ ଗୋଦାମ ନିର୍ମାଣକୁ ନେଇ ବିବାଦ, ଭଞ୍ଜପୁର ଛକରେ ଷ୍ଟେଚୁ୍ୟ ସ୍ଥାନାନ୍ତରଣକୁ ନେଇ ମୟୂରଭଞ୍ଜ ଜିଲ୍ଲାରେ ଶହ ଶହ ବର୍ଷର ଭାଇଚାରାରେ ବାଧା ଆଦି ବହୁ ବିବାଦ ମଧ୍ୟକୁ ଠେଲି ହୋଇଯାଇଥିଲେ । କେବଳ ଏତିକି ନୁହେଁ, ସାାଂସଦ ବିଧାୟକମାନଙ୍କ ହାତପାଣ୍ଡିରୁ ଆସିଥିବା ପ୍ରସ୍ତାବ ମଧ୍ୟ କାର୍ଯ୍ୟକାରୀ ହେବାରେ ଅଯଥା ବିଳମ୍ବ କରାଯାଇଥିଲା, ଯାହାର ଶିକାର ହୋଇଥିଲେ ଖୋଦ ରାଜ୍ୟ ସଭା ସାଂସଦ ସରୋଜୀନୀ ହେମ୍ବ୍ରମ  । ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାମରେ ଜିଲ୍ଲାର ଠିକାଦାର ବା ଉଦ୍ୟୋଗୀମନଙ୍କୁ ନଜର ଅନ୍ଦାଜ ଜିଲ୍ଲା ବାହାରର ବା ଠିକାଦାରଙ୍କୁ ନିୟୋଜିତ କରାଇବା ତାଙ୍କ ଜିଲ୍ଲାପାଳ ବେଳେ ହୋଇଥିଲ  । କରି ଏବେ ନିକଟରେ  ଶ୍ରୀ ମିନାଙ୍କର ବଦଳି ଆଦେଶ ପ୍ରଚାରିତ ହେବା ପରେ ବାରିପଦା ସହରରେ ଅଦିନିଆ ଦୀପାବଳୀ ସୃଷ୍ଟି ହୋଇଥିଲା । ପରସ୍ପର ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଏହିପରି ଦୃଶ୍ୟ ମୟୂରଭଞ୍ଜ ଜିଲ୍ଲାରେ ପ୍ରଥମ ଥର ଦେଖିବାକୁ ମିଳିଥିଲା । ଏ କାହାଣୀ ଲେଖିବା ପଛରେ ଆଦୌ ଏ ଉଦ୍ଦେଶ୍ୟ ନୁହେ ଯେ କାହାକୁ କାହା ଆଗରେ ନୀଚା ଦେଖାଇବା | ହେଲେ ଯଦି ଆଜଣାତରେ କେଉଁଠି ତ୍ରୁଟି ବା ଅଭାବ ରହିଯାଉଛି ତାକୁ ସୁଧରିନେବା ପାଇଁ ଏହା ଏକ ଅନୁରୋଧ ମାତ୍ର ! 

0
0
0
s2sdefault