ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୩୦୪ ଜଣ କରୋନା ପଜିଟିଭ
ଆମ୍ପାନ ଡିଉଟିରୁ ଫେରିଥିବା ୪୨ ଜଣ ଅଗ୍ନିଶମ ଓ ଏନଡିଆରଏଫ କର୍ମଚାରୀ ବି ପଜିଟିଭ
ଭୁବନେଶ୍ୱର :ଆଜି ଟ୍ରିପଲ ସେଞ୍ଚୁରୀ ମାରିଛି କରୋନା | ଆଜି ପୂର୍ବର ସବୁ ରେକର୍ଡ ଭାଙ୍ଗି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୩୦୪ ଜଣ କରୋନା ପଜିଟିଭ | ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ଭିତରେ ଆଉ ଦୁଇଜଣଙ୍କ ମଧ୍ୟ ଜୀବନ ଯାଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଫଳରେ ମୃତକଙ୍କ ସଂଖ୍ୟା ୧୪ରେ ପହଂଚିଛି |
ଆଜିର ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ପହଂଚିଛି ୫୧୬୦ରେ | ଏମାନନଙ୍କ ମଧ୍ୟରୁ ୨୭୨ଜଣ କ୍ଵାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ସାଧାରଣ ଅଂଚଳରୁ ୩୨ ଜଣ | ଆଜି ଚିହ୍ନଟ ହୋଇଥୁବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ୫ ଜଣ, ମାଲକାନଗିରି ୨ଜଣ, କଟକ ୧୩ଜଣ, ନୟାଗଡ ୩ଜଣ, ଜଗତସିଂହପୁର ୨୯ ଜଣ, ଝାରସୁଗୁଡା ୨୫,ବାଲେଶ୍ୱର ୧୭, ବଲାଙ୍ଗୀର, ସୁନ୍ଦରଗଡ ଓ ଢେଙ୍କାନାଳରୁ ଜଣେ ଲେଖାଏ , ସୋନେପୁର ୪ଜଣ, କନ୍ଧମାଳ ୧୨, ଭଦ୍ରକ ୧୧, ବରଗଡ ୧୪, ଯାଜପୁର ୨୧, ଗଂଜାମ ୪୦, ଗଜପତି ୪୭, ପୁରୀ ୩, ସମ୍ବଲପୁର ୨, ମୟୁରଭଞ୍ଜ ୬, କେନ୍ଦ୍ରାପଡା ୫ ଜଣ ଓ ଆମ୍ପାନ ଡିଉଟିରୁ ଫେରିଥିବା ୪୨ ଜଣ ଅଗ୍ନିଶମ ଓ ଏନ ଡି ଆର ଏଫ କର୍ମଚାରୀ ସାମିଲ |