ହେଡଲାଇନସ୍:

୬ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ଘଟଣା : ଅଭିଯୁକ୍ତ ଗିରଫ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନାବାଳିକାକୁ ଭେଟି ସ୍ୱାସ୍ଥ୍ୟବସ୍ଥା ବୁଝିଲେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା 

୬ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ଘଟଣା : ଅଭିଯୁକ୍ତ ଗିରଫ 

 ସାଲେପୁର- ସାଲେପୁରରେ ୬ ବର୍ଷିୟା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ରବିବାର  ଜଣକୁ ଗିରଫ କରିଛି ପୋଲିସ  । ଅଭିଯୁକ୍ତ ଜଣକ ହେଲେ ସ୍ଥାନୀୟ ଅଂଚଳର ଏମ.ଡି. ମୁସ୍ତାଫା  । ତାଙ୍କ ବିରୋଧରେ ୩୭୬, ୩୦୭ ଆଇ(ଏମ), ଶିଶୁ ଯୌନ ନିରୋଧ ଆଇନ (ପୋକ୍ସୋ) ଦଫା ବଳରେ ମାମଲା ରୁଜୁ ହୋଇଛି  । ଆଜି ଶିଶୁ କନ୍ୟାକୁ ଭେଟିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା  ।  ଶିଶୁକନ୍ୟାର ଚିକିତ୍ସା ପାଇଁ ଏକ ୧୩ ଜଣିଆ ଡାକ୍ତରୀ ଟିମ୍ ଗଠନ କରାଯାଇଛି ଏବଂ ପୀଡ଼ିତାଙ୍କୁ କିପରି ଉତମ ଚିକିତ୍ସା ଯେଗାଇ ଦିଆଯିବ ସେନେଇ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ଜେନା | 

ଗତକାଲି ରାତିରେ ସାଲେପୁର ଥାନା ଅଂଚଳର ଏକ ସ୍କୁଲ ବାରଣ୍ଡାରୁ ସମ୍ପୃକ୍ତ ନାବାଳିକାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା  । ତାକୁ ପ୍ରଥମେ ସାଲେପୁର ଏବଂ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା  । ନାବାଳିକାକୁ କେହି ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ କରିଥିବା ନେଇ ପରିବାର ଲୋକେ ସନ୍ଦେହ କରି ସାଲେପୁର ଥାନାରେ ଅଭିଯୋଗ କରିଥିଲେ  । ରବିବାର ସକାଳୁ ସାଇଂଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ଛାନଭିନ୍ କରି ଫେରିଛନ୍ତି  । ଘଟଣାର ପ୍ରତିବାଦ କରି ସ୍ଥାନୀୟ କାଜିହାଟ ଛକ ଠାରେ ଲୋକେ ରାସ୍ତାରୋକ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା  । ଅନ୍ୟପକ୍ଷରେ ପ୍ରାଥମିକ ତଦନ୍ତରୁ ଶିଶୁକୁ ଶାରିରୀକ ଆଘାତ ଲାଗିଥିବା ଜଣାପଡିଛି, ତେବେ ଦୁଷ୍କର୍ମ ହୋଇଛି କି ନାହିଁ ତାହା ଡାକ୍ତରୀ ମାଇନା ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି  । 

0
0
0
s2sdefault