ହେଡଲାଇନସ୍:

ବିଜ୍ଞାନର ଅଭୂତପୂର୍ବ ଉନ୍ନତିର ଅନନ୍ୟ ଉଦାହରଣ ଟେଲି ମେଡିସିନ -ଜିଲ୍ଲାପାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଟେଲି ମେଡିସିନ୍ ସୋସାଇଟି ଅଫ୍ ଇଣ୍ଡିଆ, ଓଡ଼ିଶା ଚାପ୍ଟରର ସପ୍ତମ ବାର୍ଷିକ ସମ୍ମିଳନୀ

କେନ୍ଦୁଝରରୁ ଏସ . ନାୟକ - ବିଜ୍ଞାନର ଅଭୂତପୂର୍ବ ଉନ୍ନତି ଫଳରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ଉନ୍ନତି ଆସିଛି । ଟେଲି ମେଡିସିନ କାର୍ଯ୍ୟକ୍ରମ ଏକ ଉଲ୍ଲେଖନୀୟ ଉଦାହରଣ । ଏହା ଫଳରେ ରୋଗୀମାନେ ବିଶେଷ ଭାବେ ଉପକୃତ ହୋଇ ପାରୁଛନ୍ତି ।  ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ଟେଲି ମେଡିସିନ୍ ସେବାକୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଧିକ ବ୍ୟାପକ କରାଯାଇପାରିଲେ ଜନସାଧାରଣ ବହୁଳ ଭାବେ ଉପକୃତ ହୋଇପାରିବେ ବୋଲି କହିଛନ୍ତି  ଜିଲ୍ଲାପାଳ ଆଶିଷ ଠାକରେ  ।  ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ  ଦରବାର ହଲ୍ ଠାରେ ଟେଲି ମେଡିସିନ୍ ସୋସାଇଟି ଅଫ୍ ଇଣ୍ଡିଆ ଓଡ଼ିଶା ଚାପ୍ଟରର ସପ୍ତମ ବାର୍ଷିକ ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜିଲ୍ଲାପାଳ ଶ୍ରୀ ଠାକରେକହିତôଲେ ଯେ,  ଓଡ଼ିଶାରେ ତଥା ଦେଶରେ ଟେଲି ମେଡିସିନ୍ କାର୍ଯ୍ୟକ୍ରମକୁ କ୍ରିୟାଶୀଳ କରିବାରେ ସୋସାଇଟିର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ଉଦବୋଧନ ଛଳରେ ଜିଲ୍ଲାପାଳ ଶ୍ରୀ ଠାକରେ କହିଥିଲେ ଯେ,  ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିକାଶ ଆଣିବା ଦିଗରେ ସରକାର ବହୁବିଧ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ବିଭିନ୍ନ ପ୍ରତିକୂଳ ପରିସ୍ଥିତି, ଭୌଗୋଳିକ ପ୍ରତିବନ୍ଧକ ସତ୍ୱେ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା କ୍ଷେତ୍ରରେ ଡାକ୍ତର, ପାରାମେଡିକାଲ ଷ୍ଟାଫ୍, ନର୍ସ, ଆଶା କର୍ମୀମାନଙ୍କର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ ଏବଂ ଏ ଦିଗରେ ସେମାନେ ପ୍ରଶଂସନୀୟ କାର୍ଯ୍ୟ କରୁଛନ୍ତି । ଅନେକ ଡାକ୍ତରଖାନାରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ହେଲେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରଭୃତ ଉନ୍ନତି ହୋଇପାରିବ । କେନ୍ଦୁଝର ଜିଲ୍ଲାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଜିଲ୍ଲା ମିନେରାଲ ଫାଉଣ୍ଡେସନ୍ ଫଣ୍ଡ୍ ବିନିଯୋଗରେ ପଦକ୍ଷେପ ନିଆଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ଠାକରେ ସୂଚନା ଦେଇଥିଲେ । ଟେଲି ମେଡିସିନ୍ ସୋସାଇଟି ଅଫ୍ ଇଣ୍ଡିଆ ଓଡ଼ିଶା ଚାପ୍ଟରର ବାର୍ଷିକ ସମ୍ମିଳନୀ ଅବସରରେ ଆୟୋଜିତ କର୍ମଶାଳା/ଆଲୋଚନାଚକ୍ର ଟେଲି ମେଡିସିନ କ୍ଷେତ୍ରରେ ନୂତନ ଦିଗନ୍ତ ସୃଷ୍ଟି କରିବା ସହିତ ଜନସାଧାରଣଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ନୂତନ ନିର୍ଯ୍ୟାସ ବାହାର କରିବ ବୋଲି ଜିଲ୍ଲାପାଳ କହିବା ସହିତ ସମ୍ମିଳନୀର ସଫଳତା କାମନା କରିଥିଲେ । ଓଡ଼ିଶା ଚାପ୍ଟରର ସଭାପତି ଡଃ ଶିବାନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁÂିତ ଏହି ସମ୍ମିଳନୀରେ ଟେଲି ମେଡିସିନ ସୋସାଇଟି ଅଫ୍ ଇଣ୍ଡିଆର ଜାତୀୟ ସଭାପତି ଏ.କେ ସଙ୍ଗଲ୍ ବକ୍ତବ୍ୟ ପ୍ରଦାନ କରି ଟେଲି ମେଡିସିନ କାର୍ଯ୍ୟକ୍ରମ ଆରମ୍ଭର ଇତିବୃତି ସମ୍ପର୍କରେ ଆଲୋକପାତ କରି ନିଜର ଦୀର୍ଘ ଅନୁଭବ ଏବଂ ଉପଲବ୍ଧି ସମ୍ପର୍କରେ ଅବତାରଣା କରିଥିଲେ । କେନ୍ଦୁଝରରେ ଏ ପ୍ରକାରର ବାର୍ଷିକ ସମ୍ମିଳନୀରେ ଯୋଗଦେଇ ଅତ୍ୟନ୍ତ ଆନନ୍ଦ ପ୍ରକଟ କରିବା ସହିତ ଓଡ଼ିଶାରେ ଟେଲି କାର୍ଯ୍ୟକ୍ରମର କ୍ରିୟାଶୀଳତା ପାଇଁ ସାଧୁବାଦ ଜଣାଇଥିଲେ । ସାଟେଲାଇଟ୍ ମାଧ୍ୟମରେ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ସହିତ ଯୋଗାଯୋଗ ରକ୍ଷା କରି ରୋଗୀମାନଙ୍କୁ ମାଗଣାରେ ଟେଲି ମେଡିସିନ କାର୍ଯ୍ୟକ୍ରମ ଜରିଆରେ ଡାକ୍ତରମାନଙ୍କ ଦ୍ୱାରା କିପରି ପରାମର୍ଶ ଦିଆଯାଉଛି ସେ ସମ୍ପର୍କରେ ଅବତାରଣା କରିଥିଲେ । ସମଗ୍ର ଦେଶରେ ଓଡ଼ିଶା ରାଜ୍ୟ ଟେଲି ମେଡିସିନ କ୍ଷେତ୍ରରେ କିପରି ଉଲ୍ଲେଖନୀୟ ଅଗ୍ରଗତି କରିଛି ତାହା ଉଲ୍ଲେଖ କରିଥିଲେ । 

ଏହି ସମ୍ମିଳନୀରେ ଓଡ଼ିଶା ଚାପ୍ଟରର ସଭାପତି ଡଃ ଶିବାନନ୍ଦ ମହାନ୍ତି, ସାଂଗଠନିକ ସଭାପତି ଡଃ ବି.ଏନ୍ ମହାନ୍ତି ପ୍ରମୁଖ ଟେଲି ମେଡିସିନ କାର୍ଯ୍ୟକ୍ରମ ସମ୍ପର୍କରେ ସବିସ୍ତାର ଆଲୋଚନା କରିଥିଲେ  ।  ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କେନ୍ଦୁଝର ଡଃ ଏସ୍.ଗଡ଼ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଓଡ଼ିଶା ଚାପ୍ଟରର ସମ୍ପାଦକ ଡଃ ଏ.କେ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଉଦଘାଟନୀ ସମାରୋହ ପରେ ଆୟୋଜିତ କର୍ମଶାଳା/ଆଲୋଚନାଚକ୍ରରେ ଓଡ଼ିଶାରେ ଏବଂ ଭାରତରେ ଟେଲି ମେଡିସିନ କ୍ଷେତ୍ରରେ ବିିଭିନ୍ନ ପର୍ଯ୍ୟାୟରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ବିଶଦ ଭାବେ ଆଲୋଚନା କରାଯାଇଥିଲା । ଏହି ଅବସରରେ ବାଙ୍ଗାଲୋରରୁ ଡଃ ସଞ୍ଜୟ ଶର୍ମା ଭିଡିଓ କନଫରେନସିଂ ଜରିଆରେ ଟେଲି ମେଡିସିନ ଉପରେ ନିଜର ସାରଗର୍ଭକ ମନ୍ତବ୍ୟ ରଖିଥିଲେ  । 

0
0
0
s2sdefault