ହେଡଲାଇନସ୍:

୭୨ଘଂଟିଆ ସଟଡାଉନ ଶୁଖୁଆ ପୋଡ଼ାରେ ଗଲା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଛ ନିଶାରେ ଭୁଲିଗଲେ ସାମାଜିକ ଦୁରତା ଓ ମାସ୍କ 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ସଙ୍ଗରୋଧ ଗୃହରୁ ମୁକ୍ତ ହେବାର ୪ ଦିନ ପରେ କରୋନା ପଜେଟିବ ବାହାରିଥିବା କୋମଣ୍ଡର ଦାଦା ପୁତୁରାଙ୍କୁ ନୟାଗଡ଼ ଜିଲା୍ଲ ପ୍ରଶାସନ କୋଭିଡ ହସ୍ପିଟାଲ ପଠାଇବା ପରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ହେଲେ ସଟଡାଉନ ସମୟ ସରିବାର ଦିନେ ୨ଦିନ ମଧ୍ୟରେ ଗାଁ ପୋଖରିରୁ ମାଛଧରା ବେଳେ ସ୍ଥାନୀୟ ଅଂଚଳବାସୀ ଗୋଟିଏ ସ୍ଥାନରେ ରୁଣ୍ଡହୋଇ ମୁଣ୍ଡକୁ ମୁଣ୍ଡ ଯୋଡ଼ି ମାଛ କିଣୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ମାଛ ନିଶାରେ କିଛି ସମୟ ପାଇଁ ସେମାନଙ୍କ ମନରୁ କରୋନା ସଂକ୍ରମନର ଭୟ ଯେପରି ହଜିଯାଇଥିଲା । ଭୁଲିଯାଇଥିଲେ ସାମାଜିକ ଦୁରତା ଏବଂ ମାସ୍କ ପିନ୍ଧିବା  । ସମସ୍ତେ ମାଛ କିଣିବାରେ ବ୍ୟସ୍ତ ରହିଥିଲେ । ଫଳରେ ୭୨ଘଂଟିଆ ସଟଡାଉନ ଏଠାରେ ଏକାବେଳେ ଯେମିତି ଫସର ପାଟିଯାଇଥିଲା । ସଟଡାଉନ ହେଉ ବା ଲକଡାଉନ ଜନ ସଚେତନତାର ଅଭାବ ଅବା ଅମାନିଆଁଙ୍କ ମନମାନି କାରଣରୁ ଏଠାରୁ ନିତି ଚୋରାରେ ମାଙ୍କଡା ପଥର ଚାଲାଣ ହେବା, ଦାକାନ ବଜାର ଖୋଲିବା ଓ ଏକାଠି ମିସି ତାସ ଖେଳିବା କୈାଣସି ବ୍ୟତିକ୍ରମ ଦେଖିବାକୁ ମିଳିନଥାଏ । 

 

0
0
0
s2sdefault