ହେଡଲାଇନସ୍:

କାରଣ କରୋନା : ରଥ ଯାତ୍ରାକୁ ସୁପ୍ରିମ କୋର୍ଟଙ୍କ ନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ : ଏଥର ରଥଯାତ୍ରା ହେବନି । କରୋନା ଯୋଗୁ ସୃଷ୍ଟି ହୋଇଥିବା ପରିସ୍ଥିତିରେ ରଥଯାତ୍ରା କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି ସୁପ୍ରିମ କୋର୍ଟ । ସାମାଜିକ ଦୁରତା ଓ କରୋନା ପ୍ରୋଟୋକାଲ ଭିତରେ ଏତେବଡ ବିଶାଳ ଆୟୋଜନ କରିବା ଦ୍ୱାରା ସମ୍ଭାବ୍ୟ ସଂକ୍ରମଣ ଆଶଙ୍କା କରି ସୁପ୍ରିମ କୋର୍ଟ ଜନ ସାଧରଣଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ରଥଯାତ୍ରା ନ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ରଥ ଯାତ୍ରା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା ଜାରି ରହିଥିଲା । ରଥ ନିର୍ମାଣ ସାରିଥିବା ବେଳେ ବଡଦାଣ୍ଡ ଉପରୁ ତିନିଦିନ ଭିତରେ ଦୋକାନ ଖାଲି କରିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଥିଲା ।  ବିନା ଶ୍ରଦ୍ଧାଳୁରେ ରଥଯାତ୍ରା କରିବା ପାଇଁ ବିକଳ୍ପ ପଦକ୍ଷେପ ଉପରେ ଶ୍ରୀମନ୍ଦିର ଓ ସେବାୟତମାନେ ମିଳିତ ମାନସ ମଂଥ୍ସନ ଚଳାଇଥିଲେ ।

 

0
0
0
s2sdefault