ହେଡଲାଇନସ୍:

ଆଜି ରାଜ୍ୟରେ ୧୭୪ ଜଣ କରୋନା ପଜିଟିଭ : ଗଂଜାମରେ  ୫୬ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଆଜି ରାଜ୍ୟରେ ୧୭୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି |  ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୪୬ଜଣ ଚିହ୍ନଟ ହୋଇଥିବା ବେଳେ ସାଧାରଣ ଅଂଚଳରୁ ଚିହ୍ନଟ ହୋଇଛନ୍ତି ୨୮ ଜଣ |  ଫଳରେ କରୋନା ପଜିଟିଭଙ୍କ ସଂଖ୍ୟା ୪୫୧୨ ରେ ପହଂଚିଛି | ଏଯାବତ ୩୦୪୭ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାଙ୍କଙ୍କ ସଂଖ୍ୟା୧୪୫୧ ରେ ପହଂଚିଛି | ସେମାନଙ୍କ ମଧ୍ୟରେ   ଗଂଜାମ ୫୬,  ବାଲେଶ୍ୱର  ୩୪ ,  ପୁରୀ  ୧୬,  ଖୋର୍ଦ୍ଧା ୧୦, ଯାଜପୁର ୯, ନବରଙ୍ଗପୁର ଓ କେନ୍ଦ୍ରାପଡା  ୭ ଜଣ ଲେଖାଏ ,  କଳାହାଣ୍ଡି  ଓ କୋରାପୁଟ ୬ ଲେଖାଏ , କେନ୍ଦୁଝର  ୫, ବରଗଡ ୪, କନ୍ଧମାଳ, ସୁନ୍ଦରଗଡ ଓ ଭଦ୍ରକ ୩  ଜଣ ଲେଖାଏ,  ବୌଧ  ୨, ନୂଆପଡା, ବଲାଙ୍ଗୀର,  ମାଲକାନଗିରିରେ ଜଣେ ଲେଖାଏ ଅନ୍ତର୍ଭୁକ୍ତ 

ସୂଚନାଯୋଗ୍ୟ ଯେ ସାରା ଦେଶରେ ଏ ଯାବତ ୩, ୫୪,୦୬୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୧,୯୦୩ ଜଣଙ୍କ ମୃତ୍ୟୁ ଘଟିଲାଣି | ଏହି ରୋଗରୁ ୧, ୮୬,୯୩୫ ଜଣ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ସକ୍ରିୟଙ୍କ ସଂଖ୍ୟା ୧,୫୫,୨୨୭ରେ ପହଂଚିଛି | 

0
0
0
s2sdefault