ହେଡଲାଇନସ୍:

ଜଣାଶୁଣା ଯୁବ ନେତା ଡ଼ ସ୍ମୃତିରଞ୍ଜନଙ୍କୁ ଓଡିଶା ଯୁବ କଂଗ୍ରେସ ଦାୟିତ୍ୱ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର (ଶାସକ ପ୍ରଶାସକ)  ଭାରତୀୟ କଂଗ୍ରେସର ଉଦ୍ଦିୟମାନ ଯୁବ ଚେହେରା ତଥା ଭାରତୀୟ ଯୁବ କଂଗ୍ରେସର ଜାତୀୟ ସମ୍ପାଦକ ଡ଼ ସ୍ମୃତିରଞ୍ଜନ ଲେଙ୍କାଙ୍କୁ ଓଡିଶା ପ୍ରଦେଶ ଯୁବ କଂଗ୍ରେସର ମୁଖିଆ ଦାୟିତ୍ୱରେ ଅବସ୍ଥାପିତ କରାଯାଇଛି | ତାଙ୍କୁ ପ୍ରଦେଶ ଯୁବ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ଭାବେ ନିଯୁକ୍ତି ଦିଆଯାଇଥିବା ବିଷୟରେ ଅଖିଳ ଭାରତ ଯୁବ କଂଗ୍ରେସ ସଭାପତି ବି ଭି ଶ୍ରୀନିବାସ ପତ୍ର ମାଧ୍ୟମରେ ସୂଚନା ଦେଇଛନ୍ତି | ରାଜ୍ୟରେ ହୁଵା କଂଗ୍ରେସକୁ ଅଧିକ କ୍ରିୟାଶୀଳ କରିବା ଦିଗରେ ଡ଼ ଲେଙ୍କାଙ୍କ ନେତୃତ୍ୱ ସଫଳ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି | ସେହିପରି ଅଖିଳ ଭାରତୀୟ କଂଗ୍ରେସର ଜାତୀୟ ସମ୍ପାଦକ ତଥା ପ୍ରଦେଶ କଂଗ୍ରେସର ଚର୍ଚିତ ଚେହେରା ଡ଼ ବିଶ୍ୱରଂଜନ ମହାନ୍ତି ଓଡିଶା ଯୁବ କଂଗ୍ରେସର ସଭାପତି ଭାବେ ଡ଼ ଲେଙ୍କାଙ୍କ ନିଯୁକ୍ତିକୁ ସ୍ୱାଗତ କରିଛନ୍ତି | ଡ଼ ସ୍ମୃତି ରଞ୍ଜନ ଲେଙ୍କାଙ୍କ ଦକ୍ଷ ନେତୃତ୍ୱ, ଦକ୍ଷତା ଓ କାଟିନ ପରିଶ୍ରମ ଓଡିଶା ଯୁବ କଂଗ୍ରେସକୁ ସଫଳତାର ନୂଆ ସୋପାନରେ ପହଂଚାଇବା ବୋଲି ଦୃଢମତ ପୋଷଣ କରିବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି | 

ସୂଚନାଯୋଗ୍ୟ ଯେ ଛାତ୍ରାବସ୍ଥାରୁ କଂଗ୍ରେସ ସହିତ ଜଡିତ ହୋଇ ଦୀର୍ଘ ଦିନର ସାଙ୍ଗଠନିକ ଅଭିଜ୍ଞତା ଓ ଅନୁଭୂତି ରଖିଥିବା ସ୍ମୃତିରଞ୍ଜନ ସମ୍ପ୍ରତି ଯୁବ କଂଗ୍ରେସର ଜାତୀୟ ସଂପାଦକ ଭାବେ କାର୍ଯ୍ୟ କରୁଛନ୍ତି | ତୃଣମୂଳ ସ୍ତରଠାରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ ଯୁବ କଂଗ୍ରେସ ସଙ୍ଗଠନରେ ଦୀର୍ଘଦିନର ଅଭିଜ୍ଞତା ରଖିଥିବା ସ୍ମୃତିରଞ୍ଜନ  ପୂର୍ବରୁ ଓଡିଶା ପ୍ରଦେଶ କଂଗ୍ରେସ ସୋସିଆଲ ମେଡିଆ ଡିପାର୍ଟମେଣ୍ଟର ସଦସ୍ୟ, ପ୍ରଦେଶ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ଓ ମୁଖପାତ୍ର, ସମ୍ପାଦକ -ମୁଖପାତ୍ର, କଟକ ଲୋକ ସଭା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ଉପ ସଭାପତି, ତଥା ବିଧାନ ସଭା ନିର୍ବାଚନ ମଣ୍ଡଳୀ ଯୁବ  କଂଗ୍ରେସର ଯୁବ କଂଗ୍ରେସ ଉପ ସଭାପତି ଭାବେ କାର୍ଯ୍ୟ କରିବାର ବିଶାଳ ଅନୁଭୂତି ରହିଛି |  ରାଜ୍ୟ କଂଗ୍ରେସର ସବୁ ଗୋଷ୍ଠୀଙ୍କ ଦ୍ୱାରା ଗ୍ରହଣୀୟ ତଥା ନିର୍ବିବାଦୀୟ ସର୍ବୋପରି ଜଣେ ଉତ୍ସର୍ଗୀତ କଂଗ୍ରେସ ଯୁବ ନେତା ସ୍ମୃତିରଞ୍ଜନଙ୍କ ନେତୃତ୍ୱରେ ପ୍ରଦେଶ ଯୁବ କଂଗ୍ରେସ ବେଶ କ୍ରିୟାଶୀଳ ହେବ ବୋଲି ଦଳୀୟ ମହଲରେ ଆଶା ସଂଚାର ହୋଇଛି |  

 

0
0
0
s2sdefault