ହେଡଲାଇନସ୍:

ବାଲେଶ୍ୱର ସଦର ବିଜେପି ବିଧାୟକ ମଦନମୋହନ ଦତଙ୍କୁ ରାଜ୍ୟ ବିଜେପି ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଜଂଳି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ରାଜ୍ୟ କାର୍ଯ୍ୟାଳୟରେ ଅନ୍ତିମ ଦର୍ଶନ କଲେ ବିଜେପି ନେତାଙ୍କ ସମେତ ବହୁ କାର୍ଯ୍ୟକର୍ତା

 ସ୍ୱର୍ଗତଃ ଦତଙ୍କୁ ବିଜେପି ଦଳୀୟ ପତାକା ଘୋଡାଇ ଦିଆଗଲା ଶେଷ ସମ୍ମାନ 

ଭୁବନେଶ୍ୱର(ମାନସୀ ମିଶ୍ର): ବାଲେଶ୍ୱର ସଦର ବିଜେପି ବିଧାୟକ ମଦନମୋହନ ଦତଙ୍କ ବିୟୋଗରେ ରାଜ୍ୟ ବିଜେପିର ବରିଷ୍ଠନେତାମାନେ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଆଜି ମଧ୍ୟାହ୍ନରେ ସ୍ୱର୍ଗତଃ ଦତଙ୍କ ପାର୍ଥୀବ ଶରୀର ବିଜେପି କାର୍ଯ୍ୟାଳୟକୁ ଅଣାଯାଇଥିଲା । ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ସ୍ୱର୍ଗତଃ ଦତଙ୍କ ମରଶରୀରରେ ଉପରେ ବିଜେପି ଦଳୀୟ ପତାକା ଘୋଡାଇ ତାଙ୍କୁ ଶେଷ ସମ୍ମାନ ପ୍ରଦାନ କରିଥିଲେ । ଦଳର ବହୁ ବରିଷ୍ଠ  ନେତା, ରାଜ୍ୟ ପଦାଧିକାରୀ, ସାସଂଦ, ବିଧାୟକଙ୍କ ସମେତ କାର୍ଯ୍ୟକର୍ତାମାନେ ସ୍ୱର୍ଗତଃ ଦତଙ୍କ ଅନ୍ତିମ ଦର୍ଶନ କରିବା ସହ ଅଶ୍ରୁଳ ଶ୍ରଦ୍ଧାଜଂଳୀ ଜ୍ଞାପନ କରିଥିଲେ । 

ସ୍ୱର୍ଗତଃ ଦତ ଜଣେ ଦକ୍ଷ ସଙ୍ଗଠକ ଏବଂ ଲୋକପ୍ରିୟ ଜନନେତା ଭାବେ ବେଶ ଜଣାଶୁଣା ଥିଲେ । ସବୁ ସମୟରେ ସେ ଲୋକଙ୍କ ସୁଖ ଦୁଃଖରେ ସାମିଲ ହେଉଥିଲେ । ନିଜ ବିଧାନସଭାର ପ୍ରତିଟି ବ୍ୟକ୍ତି ପାଇଁ ସେ ପୂରା ସମର୍ପିତ ଥିଲେ । ସାଧାରଣ ଗରୀବ ଲୋକଟିଏ କିପରି ସରକାରୀ ଯୋଜନାର ଲାଭ ଉଠାଇ ପାରିବ ସେ ନେଇ ସ୍ୱର୍ଗତଃ ଦତ ଅହରହ ଉଦ୍ୟମ ଚଲାଇଥିଲେ । ବିଜେପି ଦଳରେ ସେ ଜଣେ ସାଧାରଣ କାର୍ଯ୍ୟକର୍ତା ଭାବେ ଦାୟୀତ୍ୱ ତୁଲାଇଥିଲେ । ତୃଣମୂଳ ସ୍ତରରେ ସଙ୍ଗଠନ କରି ବିଜେପିକୁ ବାଲେଶ୍ୱର ସଦରରେ ବିଜୟୀ କରିବାରେ ତାଙ୍କର ମୁଖ୍ୟ ଭୂମିକା ଥିଲା । 

୧୯୯୦ ମସିହାରେ ସ୍ୱର୍ଗତଃ ଦତ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ପ୍ରମୁଖ କାର୍ଯ୍ୟକର୍ତା ଥିଲେ । ପରେ ବିଜେପିରେ ସାମିଲ ହୋଇ ବାଲେଶ୍ୱର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ହୋଇଥିଲେ । ସେ ଜିଲ୍ଲା ପରିଷଦ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ପରେ ସେ ଜିଲ୍ଲା ପରିଷଦର ଭାଇସ ଚେୟାରମ୍ୟାନ ହୋଇଥିଲେ । ସ୍ୱର୍ଗତଃ ଦତ ରେମୁଣା ବ୍ଲକ ଚେୟାରମ୍ୟାନ ଏବଂ ବାଲେଶ୍ୱର ଜିଲ୍ଲା ସଭାପତି ହେବା ପରେ ବାଲେଶ୍ୱର ସଦରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । 

ଏହି ଶ୍ରଦ୍ଧାଜଂଳିରେ ବରିଷ୍ଠ  ନେତା ଐର ଖାରବେଳ ସ୍ୱାଇଁ, ସାସଂଦ ଅପରାଜିତା ଷଡଙ୍ଗୀ, ବିଧାୟକ ସନାତନ ବିଜୁଳୀ, ବୃଦ୍ଧାନ ମୁର୍ମୁ, ପ୍ରଭାତି ପରିଡା, ଭୃଗୁ ବକ୍ସିପାତ୍ର, ଭାସ୍କର ମଢେଇ, ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର,ପୃଥ୍ୱୀରାଜ ହରିଚନ୍ଦନ, ମାନସ ମହାନ୍ତି, ସୁଦୀପ୍ତ ରାୟ, ଯତିନ ମହାନ୍ତି, ଜଗନ୍ନାଥ ପ୍ରଧାନଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

 

0
0
0
s2sdefault