ଭୁବନେଶ୍ୱର : ଲଦାଖର ଗୁଲୱାନି ଉପତ୍ୟକାରେ ସହିଦ ହୋଇଥିବା ଦୁଇ ଓଡ଼ିଆ ଯବାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଦେଶମାତୃକା ପାଇଁ ସେମାନଙ୍କ ବଳିଦାନ ସର୍ବଶ୍ରେଷ୍ଠ ବୋଲି କହିବା ସହ ସାହାସୀକତାକୁ ଅତୁଳନୀୟ ବୋଲି ବର୍ଣନା କରିଛନ୍ତି ମୁଖ୍ୟମନ୍ତ୍ରୀ | ଦୁଇ ଯବାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସେମାନଙ୍କ ପରିବାର ପାଇଁ ୨୫ ଲକ୍ଷ ଟଂକାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି |
ରାଜ୍ୟ
ଦୁଇ ଓଡ଼ିଆ ସହିଦଙ୍କ ପରିବାର ପ୍ରତି ମୁଖ୍ୟମନ୍ତ୍ରୀ ଜଣାଇଲେ ସମବେଦନା : ଘୋଷଣା କଲେ ୨୫ ଲକ୍ଷ ଟଂକା ଲେଖାଏ ଅନୁକମ୍ପାମୂଳକ ସହାୟତା
- Hits: 417