ହେଡଲାଇନସ୍:

କରୋନା ଲଢ଼େକୁ ଶାଣିତ ଓ ଲୋକାଭିମୁଖୀ କରିବାକୁ ମୁଖ୍ୟମନ୍ତ୍ରୀ ନେଲେ ଦୁଇ ଗୁରୁତ୍ୱପୂର୍ଣ ନିଷ୍ପତ୍ତି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଗ୍ରାମାଞ୍ଚଳରେ କୋଭିଡ କେୟାର ହୋମ : ସହର ଓ ଗାମାଞ୍ଚଳରେ ୱାର୍ଡ କମିଟି 

ଭୁବନେଶ୍ୱର :   କରୋନା ବିରୋଧରେ ଲମ୍ବା ଲଢ଼େଇକୁ ଅଧିକ ଶାଣିତ ଓ ନିରାପଦ କରିବା ପାଇଁ  ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଗୁରୁତ୍ୱପୂର୍ଣ ନିଷ୍ପତ୍ତି ନେଇଛନ୍ତି | ଗୋଟିଏ ହେଲା କୋବିଦ କେୟାର ହୋମ ପ୍ରତିଷ୍ଠା ଓ ଦ୍ୱିତୀୟଟି କୋଭିଡ ପରିଚାଳନାର ଵିକେନ୍ଦ୍ରୀକରଣ | 

କୋବିଦ ୧୯ ମୁକାବିଲା ପାଇଁ   ପ୍ରତି ପଂଚାୟତରେ ଟେମ୍ପରାରି ମେଡିକାଲ ସେଣ୍ଟର କରାଯାଇଥିବା ବେଳେ ଏବେ ପ୍ରତି ପଂଚାୟତରେ କୋବିଦ କେୟାର ହୋମ ପ୍ରତିଷ୍ଠା କରାଯିବ | ପ୍ରତି କୋବିଦ କେୟାର ହୋମ ୧୦ରୁ ୨୦ ଜଣ ରହିବା ବ୍ୟବସ୍ଥା କରାଯିବ |  ରାଜ୍ୟରେ ମୋଟ ୭୦୦୦୦ ଲୋକଙ୍କ ପାଇଁ ଏ ବ୍ୟବସ୍ଥା କରାଯିବ | ଥଣ୍ଡା କାଶ  ଲକ୍ଷଣ ଥିବା ଲୋକଙ୍କୁ ସିଧା ସଳଖ ହସପିଟାଲ ପାଠ ନଯାଇ କୋଭିଡି କେୟାର ହୋମରେ ରଖାଯାଇ ଚିକିତ୍ସା କରାଯିବ | 

 ସେହିପରି କୋଭିଡ ପରିଚାଳନାର ଵିକେନ୍ଦ୍ରୀକରଣ ପାଇଁ ସହର ଓ ଗ୍ରାମାଞ୍ଚଳରେ  ସ୍ତରରେ ଗଠିତ ହେବ ୱାର୍ଡ କମିଟି | ଏହି କମିଟିରେ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ସହ ଏଏନଏମ, ଆଶା, ଅଙ୍ଗନବାଡି ଓ ଏସଏଚଜିର ସଦସ୍ୟମାନେ ଏହି କମିଟିରେ ରହିବେ |  ଉକ୍ତ କମିଟିକୁ ମହାମାରୀ ରୋଗ ନିୟନ୍ତ୍ରଣ ଆଇନ ଅନୁଯାୟୀ ସ୍ୱତନ୍ତ୍ର କ୍ଷମତା ଦିଆଯିବ । ବର୍ତ୍ତମାନର ଗାଁ କଲ୍ୟାଣ ସମିତି ଏହି କୋଭିଡ୍ ପରିଚାଳନା କମିଟିର ଦାୟିତ୍ୱ ନିର୍ବାହ କରିବେ । ପ୍ରତି କମିଟିରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାର କ୍ଷମତା ଦିଆଯିବ । କୋଭିଡ୍ କେୟାର ହୋମ୍ ଓ ଟିଏମସିର ଦାୟିତ୍ୱ ପୂର୍ବଭଳି ସରପଞ୍ଚଙ୍କ ଉପରେ ନ୍ୟସ୍ତ ରହିବା ସହ ତାଙ୍କୁ ଆର୍ଥିକ ଓ ପ୍ରଶାସନିକ କ୍ଷମତା ମିଳିବ ।

ସେହିଭଳି, ସହରାଞ୍ଚଳରେ ୱାର୍ଡ କମିଟିଗୁଡ଼ିକ ୱାର୍ଡ ଅଫିସରଙ୍କ ଦ୍ୱାରା ପରିଚାଳିତ ହେବ । ସେଥିରେ ସ୍ଥାନୀୟ ଲୋକ ଓ ସ୍ୱେଚ୍ଛାସେବକମାନେ ସଦସ୍ୟ ରହିବେ । ସେମାନେ ଘରକୁ ଘର ବୁଲି ଜନସାଧାରଣଙ୍କଠାରୁ ସେମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କୀୟ ତଥ୍ୟ ସଂଗ୍ରହ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ । ସହରାଞ୍ଚଳର ବସ୍ତି ଉପରେ କମିଟି ଅଧିକ ଫୋକସ୍ ଦେବା ସହ ବଡ଼ ବଡ଼ ବସ୍ତିଗୁଡ଼ିକରେ କୋଭିଡ୍ କେୟାର ହୋମ୍ ସ୍ଥାପନ କରିବ ।

ଏହି ଅବସରରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ  ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  କୋଭିଡ୍ ପରିଚାଳନାରେ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଏବଂ ଏହାର ସଫଳତା ଉପରେ କହିବା ସହ ଜୁନ୍ ମାସ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଦୋହରାଇଥିଲେ |  କରୋନା ସହିତ ଆମର ଯୁଦ୍ଧ ଏକ ଲମ୍ବା ଲଢ଼େଇ । ଜୀବନ-ଜୀବିକାର ପରିବର୍ତ୍ତିତ ପରିସ୍ଥିତିରେ ଆମକୁ ରଣକୌଶଳ ବଦଳାଇବାକୁ ପଡ଼ିବ ।  ଆମେ ସମେସ୍ତେ ସଚେତନ ହେଲେ ହିଁ ଏହାକୁ ଦୂରେଇ ଦେଇପାରିବା | କରୋନା ଲଢ଼େଇରେ ପ୍ରତିଟି ଲୋକ ହେଉଛନ୍ତି ଜଣେ ଜଣେ ଯୋଦ୍ଧା । ଏ ଯୁଦ୍ଧର ସଫଳତା ପାଇଁ ଆପଣମାନଙ୍କର ସମସ୍ତଙ୍କ ସକ୍ରିୟ ସହଯୋଗ ଆବଶ୍ୟକ । ଏ ପର୍ଯ୍ୟନ୍ତ ଆମେ ହାସଲ କରିଥିବା ସଫଳତାକୁ ଆମକୁ ଆହୁରି ଆଗକୁ ନେବାକୁ ହେବ । ଆମେ ଅଧିକ ସତର୍କ ରହିବା । ସଚେତନ ରହିବା । ଏ ହେଉଛି ଆମ ଧୈର୍ଯ୍ୟ ଓ ସାହାସର ପରୀକ୍ଷାର ସମୟ । ଆମ ପରିବାର ଆମ ପିଲାଛୁଆ ଆମ ଜୀବନଜୀବିକା ପାଇଁ ଏ ଲଢ଼େଇ ଆମକୁ ଜିତିବାକୁ ହେବ । ଆମେ ନିଶ୍ଚିତ ଜିତିବା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

0
0
0
s2sdefault