ହେଡଲାଇନସ୍:

 ଆଖି ବୁଜିଦେଲେ ବିଧାୟକ ମଦନ ମୋହନ  : ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ନେତୃବୃନ୍ଦ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲେଶ୍ୱର : ବାଲେଶ୍ୱର ସଦର ବିଧାୟକ, ବିଜେପିର ବରିଷ୍ଠ ନେତା ତଥା ଟାଣୁଆ ତୃଣମୂଳ ସଂଗଠକ ଶ୍ରୀ ମଦନ ମୋହନ ଦତ୍ତ ଅକାଳ ଦେହାନ୍ତ ହୋଇଯାଇଛି | ତାଙ୍କ ବିୟୋଗରେ ବାଲେଶ୍ୱର ମାଟି ଜଣେ ଦରଦୀ ଓ ଲୋକପ୍ରିୟ ଜନନେତାଙ୍କୁ ହରାଇଲା l ବାଲେଶ୍ୱର ଜିଲ୍ଲା ତଥା ରାଜ୍ୟ ବିଜେପି ସଂଗଠନରେ ବହୁ ପଦପଦବୀ ରହି ବେଶ ଦକ୍ଷତାର ସହିତ ଦଳର କାର୍ଯ୍ୟ ନିର୍ବାହ କରିପାରି ଥିଲେ l ଜିଲ୍ଲାରେ ଦଳର ଅଭିବୃଦ୍ଧିରେ ତାଙ୍କର ଭୂମିକା ଅତୁଳନୀୟ ଥିଲା | ତାଙ୍କ ବିୟୋଗରେ ବାଲେଶ୍ୱର ଅଂଚଳରେ ଶୋକର ଛାୟା ଖେଳି ଯାଇଛି | 

ବିଧାୟକ ମଦନ ମୋହନ ଦତ୍ତଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ସେ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ "  ବାଲେଶ୍ୱରର ବିଧାୟକ ମଦନମୋହନ ଦତ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।" 

ଶ୍ରୀ ଦତ୍ତଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ସେ ସ୍ବର୍ଗତ ବିଧାୟକଙ୍କ ପରିବାର ବର୍ଗଙ୍କ ସହ କଥା ହୋଇ ସମବେଦନା ଜ୍ଞାପନ କରିଛନ୍ତି | ଶ୍ରୀ ପ୍ରଧାନ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି ଯେ "ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତ ପ୍ରିୟ ମଙ୍ଗୁ ଭାଇଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଶ୍ରୀଯୁକ୍ତ ଦତ୍ତ ମୋର ଭାଇ ଭଳି ଥିଲେ । ଅତ୍ୟନ୍ତ ଖୋଲା, ଆମାୟିକ ତଥା ଲୋକଙ୍କ  ପାଇଁ ସମର୍ପିତ ଥିଲେ  | ମଙ୍ଗୁ ଭାଇଙ୍କ ପୁଅ ମାନସ କୁମାର  ଦତ୍ତଙ୍କ ସହ କଥା ହେଲି । ଏପରି ଦାରୁଣ ଦୁଃଖ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପରିବାରକୁ ଅସୀମ ଧୈର୍ଯ୍ୟ ଓ ସାହାସ ଦିଅନ୍ତୁ । ଅମର ଆତ୍ମାର ସଦଗତି କାମନା କରୁଛି ।" 

ସେହିପରି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଢଙ୍ଗି ମଧ୍ୟ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ " ବାଲେଶ୍ବରର ବିଧାୟକ ତଥା ପୂର୍ବତନ ଜିଲ୍ଲା ସଭାପତି ଶ୍ରଦ୍ଧେୟ ମଙ୍ଗୁ ଭାଇଙ୍କ ଅକାଳ ବିୟୋଗ ବିନା ମେଘରେ ବଜ୍ରପାତ ଭଳି ଆମ ସମସ୍ତଙ୍କୁ ମର୍ମାହତ କରିଛି ।

ଗରିବ ଲୋକଙ୍କ ହକ ପାଇଁ ସେ ସର୍ବଦା ଅନ୍ୟାୟ ,ଅନୀତି ଏବଂ ଶୋଷଣ ବିରୁଦ୍ଧରେ ସାଲିସ୍ ବିହୀନ ସଂଘର୍ଷ ଜାରି ରଖିଥିଲେ ।

ଏଭଳି ଏକ ଘଡିସନ୍ଧି ମୁହୁର୍ତ୍ତରେ ପ୍ରଭୂ ଜଗନ୍ନାଥଙ୍କ ପାଖେ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ ପରିବାରକୁ ସମବେଦନା ଜଣାଉଛି ଏବଂ ବନ୍ଧୁ , ବାନ୍ଧବ ଓ ଶୁଭେଚ୍ଛୁ ମାନଙ୍କୁ ଏହି ଦୁଃଖକୁ ସହନ ନିମନ୍ତେ ଧର୍ଯ୍ଯ ପ୍ରଦାନ କରିବା ପାଇଁ ମୁଁ ପରମେଶ୍ଵରଙ୍କ ନିକଟରେ ପ୍ରାର୍ଥନା କରୁଛି " 

ସେହିପରି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ତାଙ୍କ ଶୋକସନ୍ଦେଶରେ କହିଛନ୍ତି ଯେ " ବାଲେଶ୍ୱର ସଦର ବିଧାୟକ ଶ୍ରୀ ମଦନମୋହନ ଦତ୍ତଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଠାରେ ତାଙ୍କର ଅମର ଆତ୍ମାର ସଦଗତି କାମନା କରୁଛି । ମହାପ୍ରଭୁ ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହାସ ଦିଅନ୍ତୁ । |  ସେ ଜଣେ ଦକ୍ଷ ସଂଘଠକ ଥିଲେ, ଦୀର୍ଘ ବର୍ଷ ଧରି ଦଳକୁ ସୁଦୃଢ କରିବା ପାଇଁ ସେ ଆପ୍ରାଣ ଚେଷ୍ଟା କରିଛନ୍ତି । ବାଲେଶ୍ୱର ର ବିଧାୟକ ଭାବେ ମଧ୍ୟ ସେ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିଛନ୍ତି । ତାଙ୍କର ବିୟୋଗ ବିଜେପି ଦଳ ସହ ଓଡ଼ିଶା ରାଜ୍ୟ ପାଇଁ ଅପୁରଣୀୟ କ୍ଷତି ସୃଷ୍ଟି କରିଛି ।

ରାଜ୍ୟ ବିଧାନସଭାରେ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି "ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତ ପ୍ରିୟ ମଙ୍ଗୁ ଭାଇଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ବିଶ୍ୱାସ ହେଉନି ମଙ୍ଗୁ ଭାଇ ଆମ ଗହଣରେ ଆଉ ନାହାନ୍ତି । ବିଧାୟକ ଭାବରେ ନିଜ ନିର୍ବୀଚନ ମଣ୍ଡଳି ର ବିକାଶ ପାଇଁ ସେ ସର୍ବଦା ଚେଷ୍ଟାରତ ଥିଲେ । ଅମର ଆତ୍ମାର ସଦଗତି କାମନା କରୁଛି ।" 

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ " ବାଲେଶ୍ୱର ସଦର ବିଧାୟକ ଶ୍ରୀ ମଦନ ମୋହନ ଦତ୍ତଙ୍କ ଅକାଳ ଵିୟୋଗରେ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ l ତାଙ୍କର ଅକାଳ ବିୟୋଗରେ ବାଲେଶ୍ୱର ମାଟି ଜଣେ ଦରଦୀ ଓ ଲୋକପ୍ରିୟ ଜନନେତାଙ୍କୁ ହରାଇଲା l ବାଲେଶ୍ୱର ଜିଲ୍ଲା ତଥା ରାଜ୍ୟ ବିଜେପି ସଂଗଠନରେ ବହୁ ପଦପଦବୀ ରହି ବେଶ ଦକ୍ଷତାର ସହିତ ଦଳର କାର୍ଯ୍ୟ ନିର୍ବାହ କରିପାରି ଥିଲେ l ଜିଲ୍ଲାରେ ଦଳର ଅଭିବୃଦ୍ଧିରେ ତାଙ୍କର ଭୂମିକା ଅତୁଳନୀୟ ଥିଲା l ଭଗବାନ ତାଙ୍କର ଅମର ଆତ୍ମାକୁ ସଦଗତି ପ୍ରଦାନ କରିବା ସହିତ ଏହି ଦୁଃଖଲାଘବ ପାଇଁ ତାଙ୍କର ଶୋକସନ୍ତାପ୍ତ ପରିବାରଵର୍ଗ ଓ ଅତ୍ମୀୟ ସ୍ୱଜନଙ୍କୁ ଅସୀମ ଧର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ l " 

ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ସାଧାରଣ ସମ୍ପାଦକ ମୁରଲୀ ମନୋହର ଶର୍ମା ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ " ମୋ' ପାର୍ଟି ଭାଜପାର ଟାଣୁଆ ନେତା, ବାଲେଶ୍ୱର ବିଧାୟକ ଶ୍ରୀ ମଦନ ମୋହନ ଦତ୍ତ (ମଙ୍ଗୁ ଭାଇ)ଙ୍କ ଅକାଳ ବିୟୋଗ ଖବର୍ ପାଇ ମୁଁ ବାକଶୂନ୍ୟ । ଭଗବାନ୍ ତାଙ୍କ ଅମର ଆତ୍ମାକୁ ଶାନ୍ତି ଦିଅନ୍ତୁ ; ତାଙ୍କ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଧୈର୍ଯ୍ୟ ଦିଅନ୍ତୁ, ଏତିକି ପ୍ରାର୍ଥନା ।" 

ବିଜେପି କୃଷକ ମୋର୍ଚା ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ " ମୋର ପରମ ବନ୍ଧୁ ବାଲେଶ୍ଵର ବିଧାୟକ ମଦନ ମୋହନ ଦତ୍ତ (ମଂଗୁ)  ଭାଇଙ୍କ ଆକସ୍ମିକ ଦେହାନ୍ତ ଖବରପାଇ ମୁଁ ବିଶେଷ ମର୍ମାହତ ଓ ଦୁଃଖିତ ।" 

ବିଜେପିର ବରିଷ୍ଠ ନେତା ଦିଲ୍ଲୀପ ମଲ୍ଲିକ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ "ବାଲେଶ୍ଵର ସଦରର ବିଧାୟକ ବିଜେପିର ବରିଷ୍ଠ ନେତା ଶ୍ରୀ ମଦନମୋହନ ଦତ୍ତ (ସମସ୍ତଙ୍କର ପ୍ରିୟ ମଙ୍ଗୁଭାଇ) ଆଉ ଆମ ଗହଣରେ ନାହାନ୍ତି। ମଙ୍ଗୁଭାଇଙ୍କ ବିୟୋଗରେ ମୁଁ ମର୍ମାହତ। ସ୍ୱର୍ଗତ ଆତ୍ମାର ସଦଗତି ପ୍ରାପ୍ତି ଓ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ  ଅସୀମ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ ପ୍ରଭୁ ଜଗନ୍ନାଥ।" 

 

0
0
0
s2sdefault