ହେଡଲାଇନସ୍:

ରାଜ୍ୟରେ ଆଜି ୧୭୫ ଜଣ କରୋନା ପଜିଟିଭ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସର୍ବାଧିକ ୫୭ଜଣ ଚିହ୍ନଟ ହୋଇଛନ୍ତି ଗଜପତି ଜିଲ୍ଲାରୁ

 ଭୁବନେଶ୍ୱର:  ଆଜି ରାଜ୍ୟରେ ଚିହ୍ନଟ ହୋଇଛନ୍ତି୧୭୫ ଜଣ କରୋନା ପଜିଟିଭ | ସେମାନଙ୍କ ମଧ୍ୟରୁ ୧୪୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୦ ଜଣ ସର୍ବସାଧାରଣ ଅଂଚଳରୁ | ଫଳରେ ରାଜ୍ୟରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୪୩୩୮ ରେ ପହଂଚିଛି | ଗତକାଲି ସୁସ୍ଥ ହୋଇଥିବା ୧୨୦ ଜଣଙ୍କୁ ମିଶାଇ ରାଜ୍ୟରେ ଏଯାବତ ୨,୯୭୪ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୫୦ ରହିଛି | 

ଆଜି  ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ୫୭ଜଣ ଚିହ୍ନଟ ହୋଇଛନ୍ତି ଗଜପତି ଜିଲ୍ଲାରୁ | ସୁନ୍ଦରଗଡ ଓ ମୟୁରଭଞ୍ଜରୁ  ୫, ଖୋର୍ଦ୍ଧାରୁ ୨୫,  କଟକରୁ ୩,  କନ୍ଧମାଳ ଓ ଜଗତସିଂହପୁରରୁ   ୭ ଜଣ ଲେଖାଏ , ବାଲେଶ୍ୱର ୬,  ନୂଆପଡ଼ାରୁ  ୪, ବରଗଡରୁ  ୧୧, ପୁରୀରୁ ୧୮,  ଗଜପତିରୁ  ୫୭, ବଲାଙ୍ଗୀରରୁ ୩, କେନ୍ଦ୍ରାପଡା, ଗଂଜାମ ଓ ଝାରସୁଗୁଡାରୁ  ଜଣେ ଲେଖାଏ   ପଶ୍ଚିମନ୍ଵଙ୍ଗରୁ ବାତ୍ୟା ଡ୍ୟୁଟି ସାରି ଫେରିଥିବା ୨୧ ଜଣ ଅଗ୍ନିଶମ କର୍ମଚାରୀ ସାମିଲ | 

0
0
0
s2sdefault