ହେଡଲାଇନସ୍:

 କରୋନା ପ୍ରତିକାର ପାଇଁ କ୍ଷେତରାଜପୁର ଅଞ୍ଚଳରେ ସଚେତନତା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ):  କରୋନା ପ୍ରତିକାର ପାଇଁ ମଙ୍ଗଳବାର  କ୍ଷେତରାଜପୁର ଅଞ୍ଚଳରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି ।ମହିଳା ଆରୋଗ୍ୟ ସମିତି, ଆଶା, ଅଙ୍ଗନୱାଡି ଓ ସ୍ଥାନୀୟ ଏସଏଚଜି ମହିଳାଙ୍କୁ ନେଇ ସ୍ୱଚ୍ଛତା,ହାତ ଧୋଇବା ୬ ପ୍ରଣାଳୀ ବିଷୟରେ କୌଶଳଜ୍ଞାନ ପ୍ରଦାନ ସହିତ ମ୍ୟାଲେରିଆ, ଡାଇରିଆ, ଯକ୍ଷ୍ମା, ଜ୍ୱର, କାଶ,ଥଣ୍ଡା ପ୍ରଭୃତି ରୋଗ ଉପରେ ବିଭିନ୍ନ ସ୍ଲୋଗାନ ଦେଇ ନଗର ପରିକ୍ରମା କରି ସଚେତନତା ସୃଷ୍ଟି କରାଯାଇଥିଲା । ଏଥିରେ ୟୁଏଚଏମୟୁ ଟିମର ଆୟୁଷ ଡାକ୍ତର ରାଜାରାମ ଷଡଙ୍ଗୀ ଏଏନଏମ ଶ୍ରଦ୍ଧାଞ୍ଜଳି ମହଳା ସଚେତନତା ଜ୍ଞାନ କୌଶଳ ଓ ବାର୍ତ୍ତା ପ୍ରଦାନ କରିଥିଲେ । ଏହାପରେ ମାସିକ ସ୍ୱାସ୍ଥ୍ୟ କ୍ୟାମ୍ପ ଅୟୋଜନ କରାଯାଇ ଏହାର ସୁବିଧା ଓ ସୁଯୋଗ ନେବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଥିଲା ।

0
0
0
s2sdefault