ହେଡଲାଇନସ୍:

ସୁଶାନ୍ତ ସିଂ ରାଜପୁତଙ୍କ ଅସମୟ ଆତ୍ମହତ୍ୟା: ଦୁଃଖରେ ମ୍ରିୟମାଣ ଆଇପିଏସ ଅମିତାଭ ଠାକୁର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ବଲିଉଡର ଜଣେ ଲୋକପ୍ରିୟ କଳାକାର ଭାବେ ଜଣାଶୁଣା ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଅସମୟ ଆତ୍ମହତ୍ୟା ସମଗ୍ର ବଲିଉଡ ଓ ଦେଶର କଳାପ୍ରେମୀ ମହଲ ମର୍ମାହତ ହୋଇପଡିଥିବା ବେଳେ ଦୁଃଖରେ ଭାଙ୍ଗି ପଡିଛନ୍ତି ଓଡିଶା କ୍ୟାଡର ବରିଷ୍ଠ ଆଇପିଏସ ଅଫିସର ଅମିତାଭ ଠାକୁର | ନିଜର ଜଣେ ପ୍ରିୟ ମଣିଷକୁ ହରାଇ ମ୍ରିୟମାଣ ହୋଇପଡିଛନ୍ତି ଶ୍ରୀ ଠାକୁର |  ଆଉ ତାହା ପ୍ରମାଣିତ ହୋଇଛି ଶ୍ରୀ ଠାକୁରଙ୍କ ଟୁଇଟର ହାଣ୍ଡଲରେ | 

କିଛି ଦିନ ତଳେ ସୁଶାନ୍ତଙ୍କ ସହ ଫୋନରେ କଥା ହୋଇଥିବାବେଳେ ଅମିତାଭଙ୍କ ବାହାଘରରେ ସୁଶାନ୍ତଙ୍କ ବରଯାତ୍ରୀ ଡ୍ୟାନ୍ସ ତାଙ୍କ ସ୍ମୃତିକୁ ଉଜ୍ଜୀବିତ କରିଛନ୍ତି ତାଙ୍କ ଟୁଇଟରେ  | ଅମିତାଭ କରିଥିବା ଟ୍ଵିଟରେ ଶ୍ରୀ ଠାକୁର ଅତ୍ୟନ୍ତ ଭାବପୂର୍ଣ୍ଣ ଶୈଳୀରେ ଲେଖିଛନ୍ତି,”ଏହି ଖବର ଶୁଣି ମୁଁ ମର୍ମାହତ…ନିର୍ବାକ  , କିଛି ଦିନ ତଳେ ଆମେ କଥା ହୋଇଥିଲେ , ତୁମେ ମୋ ବାହାଘର ବରଯାତ୍ରୀରେ ସବୁଠୁ ଅଧିକ ନାଚିଥିଲ |ତୁମେ ଏମିତି କେମିତି କରିପାରିଲ, ତୁମେ ଶାନ୍ତିରେ ରୁହ ” | ସୁଶାନ୍ତ ବିହାରର ପାଟନାରେ ଜନ୍ମଗ୍ରହଣ କରିଥିବାବେଳେ ଅମିତାଭଙ୍କ ଘର ମଧ୍ୟ ବିହାର, ଆଉ ସେ ସୁଶାନ୍ତଙ୍କଠାରୁ ବୟସରେ ବଡ ହୋଇଥିଲେ ବି ସୁଶାନ୍ତ ତାଙ୍କ ସାନ ଭାଇ ବା ସାଙ୍ଗ ଭଳି ଥିଲେ |

0
0
0
s2sdefault