ହେଡଲାଇନସ୍:

କରୋନା ଦଣ୍ଡ : ଶୋଚନୀୟ ପାରିବାରିକ ସ୍ଥିତି, ଭୁଶୁଡି ଯାଇଛି ଆର୍ଥିକ ମେରୁଦଣ୍ଡ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଅତ୍ୟନ୍ତ ଦୁଃଖଦ ପରିସ୍ଥିତି ରେ ନୃସିଂହନାଥ ମନ୍ଦିରର ସେବାୟତ ଓ ଦୋକାନୀ

ବରଗଡ :- କୋରୋନା ମହାମାରୀ ଆଜି ସାରା ବିଶ୍ୱରେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ବିଗତ ତିନି ମାସରେ ଅନେକ ଲୋକ ନିଜର ଜୀବନ ଜୀବିକା ସମ୍ପୁର୍ଣ୍ଣ ଭାବରେ ହରେଇ ସାରିଲେଣି । ମୁଖ୍ୟତଃ ଆମ ରାଜ୍ୟର ଧାର୍ମିକ ଅନୁଷ୍ଠାନ ଓ ପର୍ଯ୍ୟଟନ ସ୍ଥଳୀ  ଉପରେ ନିର୍ଭର କରି ନିଜର ପରିବାର ପୋଷଣ କରୁଥିବା ଅନେକ ସେବାୟତ କର୍ମଚାରୀ ଓ ସେହି ସବୁ ସ୍ଥାନରେ ରହିଥିବା ଦୋକାନୀମାନଙ୍କର ଅବସ୍ଥା ଅତି ଶୋଚନୀୟ । ଅନେକ ଏବେ ଦାରୁଣ ଦୁଃସ୍ଥିତି ଭିତରେ ଗତି କରୁଥିବା ବେଳେ କେତେକଙ୍କ ଘରେ ଭଲରେ ଚୁଲି ଜଳୁନି | ପାରିବାରିକ ସ୍ଥିତି ଶୋଚନୀୟ ଓ ଭୁଶୁଡି ଯାଇଛି ଆର୍ଥିକ ମେରୁଦଣ୍ଡ |

       ତା ଭିତରୁ ବାଡ଼ ପଡ଼ିନାହାନ୍ତି ପଶ୍ଚିମ ଓଡ଼ିଶାର ପବିତ୍ର ତୀର୍ଥ ତଥା ପର୍ଯ୍ୟଟନ ସ୍ଥଳ ନୃସିଂହନାଥ ମନ୍ଦିର ଉପରେ ନିର୍ଭରକରି ଚାଲୁଥିବା ପରିବାରଙ୍କ ସଂସାର | ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରପୁର ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର । ଗତ ମାର୍ଚ୍ଚ ମାସ 17 ତାରିଖ ପର୍ଯନ୍ତ ସବୁ ଠିକ ଥିଲା ଏହି ସ୍ଥାନରେ ହେଲେ ସରକାରଙ୍କର ନିର୍ଦେଶ କ୍ରମେ ମାର୍ଚ୍ଚ ରାଜ୍ୟର ସମସ୍ତ ଧାର୍ମିକ ଅନୁଷ୍ଠାନ ଗୁଡିକ ଅନିର୍ଦ୍ଦିଷ୍ଟ କାଳ ପର୍ଯନ୍ତ ଲକଡାଉନ କରିଦିଆଗଲା । ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପ୍ରଶାସନ ଓ ଏଠାରେ ଥିବା ସମସ୍ତ ଦୋକାନୀ ମାନେ ସର୍ବ ପ୍ରଥମେ ଲକଡାଉନ କରିଥିଲେ ଯାହାକି ଆଜି ପର୍ଯନ୍ତ ଜାରି ରହିଛି ଓ ସମ୍ଭବତଃ କୋରୋନା କଟକଣା ସମ୍ପୂର୍ଣ୍ଣ ଭାବରେ ନ ହଟିବା ପର୍ଯନ୍ତ ରହିଥିବ । 

             ଲକଡାଉନ କଟକଣା ଲାଗି ରହିଥିବା ପର୍ଯନ୍ତ କୋଣସି ଶ୍ରଦ୍ଧାଳୁ କିମ୍ବା ପର୍ଯଟକ ଏହି ପବିତ୍ର ପୀଠକୁ ଆସିବାର ସମ୍ଭାବନା ଅତିକମ । ଶ୍ରଦ୍ଧାଳୁ ଓ ପର୍ଯଟକ ନ ଆସିବା ଫଳରେ ଏହି ପବିତ୍ର ତୀର୍ଥ କ୍ଷେତ୍ର ଉପରେ ନିର୍ଭର କରି ଏହି ପୀଠ ରେ ଦୋକାନ ଖୋଲି ନିଜର ପରିବାର ପୋଷଣ କରୁଥିବା ସମସ୍ତ ଦୋକାନୀ ବନ୍ଧୁ ମାନଙ୍କର ଦୋକାନ ବନ୍ଦ ଥିବା କାରଣରୁ ବର୍ତମାନ ସେମାନଙ୍କର ଅବସ୍ଥା ଅତି ଶୋଚନୀୟ ହୋଇଗଲାଣି । ସେବାୟତ ମାନଙ୍କର କଥା ନ କହିବା ଭଲ । ଶ୍ରଦ୍ଧାଳୁ ନଥିବା କାରଣରୁ ସେମାଙ୍କର ଅବସ୍ଥା ମଧ୍ୟ ଖରାପ । ଯଦି ସରକାରୀ ସାହାଯ୍ୟ ଓ ସହଯୋଗ ନ ମିଳେ ତେବେ ଆଗାମୀ ଦିନରେ ଏହି ଦୋକାନୀ ଓ ମନ୍ଦିର ସେବାୟତ ମାନଙ୍କର ଅବସ୍ଥା ନିଶ୍ଚିତ ଭାବରେ ଆହୁରି ଶୋଚନୀୟ ହେବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । 

 

0
0
0
s2sdefault