ହେଡଲାଇନସ୍:

ଟିଟିଲାଗଡରେ ବ୍ୟାପକ ନିଶା କଳା ବେପାର ଅଭିଯୋଗ : ନୀରବ ଦ୍ରଷ୍ଟା ଅବକାରୀ ବିଭାଗ। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଟିଟିଲାଗଡ (ଗୌରବ ଦର୍ଜି)-  ଟିଟିଲାଗଡ଼ ଅଞ୍ଚଳରେ ବେଆଇନ ନିଶା କାରବାର ବିଗତ ଦିନରେ ବୃଦ୍ଧି ପାଇଛି । ବେଆଇନ ନିଶା କାରବାରକୁ ରୋକିବା ପାଇଁ ଟିଟିଲାଗଡ଼ଠାରେ ଏକ ଅବକାରୀ କାର୍ଯ୍ୟାଳୟ ରହିଛି । କାର୍ଯ୍ୟାଳୟ ଅଛି ସତ କିନ୍ତୁ କାର୍ଯ୍ୟ କିଛି ନାହିଁ ବୋଲି ଚର୍ଚ୍ଚା ଚଳୁଛି। ଫଳରେ ଆଗାମୀ ଦିନରେ ମଦମୃତ୍ୟୁ ବୃଦ୍ଧି ଆଶଙ୍କା ରହିଛି । ଟିଟିଲାଗଡ ରେ ବେଆଇନ ନିଶା କାରବାର ମଧ୍ୟ ବ୍ୟାପକ ବଢ଼ି ଥିବା ଅଭିଯୋଗ ହୋଇଛି। ସହର ମଝି ରେ ବିଭିନ୍ନ ସ୍ଥାନରେ ଘରେ ଘରେ ଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗ ଉଠାଇଛନ୍ତି ଟିଟିଲାଗଡ ବାସୀ।

ଟିଟିଲାଗଡ଼ ଅବକାରୀ ଥାନା ଅନ୍ତର୍ଗତ ତଥା ସଇଁନ୍ତଲା ପୁଲିସ ଅଧୀନ ଧରପଗଡ ଗ୍ରାମରେ ବେଆଇନ ଦେଶୀ ମଦ କାରଖାନା ଆବିଷ୍କାର ହୋଇଛି ଏହି ମଦ ପିଇ ଧରପଗଡ ଗ୍ରାମର କଲାକର ଷାଣ୍ଢ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି । ଅବକାରୀ ବିଭାଗର ଗୋଚରରେ ବହୁ ଦିନରୁ ଏହି କାରବାର ଚାଲିଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି । ଗାଁ ସଂଲଗ୍ନ ଖଣ୍ଡାଧାର ନାଳରେ ପ୍ରାୟ ଏକ କିଲୋମିଟର ବ୍ୟାପ୍ତ ଅଂଚଳରେ ବେଧଡକ ମଦ ରନ୍ଧା ଚାଲିଥିବା ଦେଖାଯାଇଛି ।ଏନେଇ ପୁଲିସ ପକ୍ଷରୁ ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟ ଲୋକେ ଖସିଯାଇଥିବା ଆଲୋଚନା ହୋଇଛି ।  ଏଠାରେ ପ୍ରସ୍ତୁତ ହୋଇ ମଦ ବିକ୍ରୟ ପାଇଁ ବଲାଙ୍ଗିର ତଥା ପଡୋଶୀ କଲାହାଣ୍ଡି ଜିଲ୍ଲା ଅଂଚଳକୁ ଚାଲାଣ କରାଯାଉଥିବା ଜଣାପଡିଛି । ସ୍ଥାନୀୟ ଲୋକେ ଏନେଇ ଅବକାରୀ ବିଭାଗ ନିକଟରେ ଅଭିଯୋଗ କଲେ, ମଦ୍ୟପାନରେ ଜଣକର ମୃତ୍ୟୁ ଘଟଣା ପରେ ମଧ୍ୟ ପାଟି ଫିଟାଇଲେ ମାରି ଦେବାକୁ ଧମକ ଦିଆଯାଉଥିବା ପୁଲିସ ପାଖରେ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସୁରକ୍ଷା ପାଇଁ ଟିଟିଲାଗଡ ଉପଜିଲାପାଳଙ୍କଠାରେ ଗ୍ରାମବାସୀ ନିବେଦନ କରିଛନ୍ତି । ମୃତକଙ୍କ ପତ୍ନୀ ସହାୟତା ପାଇଁ ନିବେଦନ କରିଛନ୍ତି । ଏନେଇ ପୁଲିସ ପକ୍ଷରୁ ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟ ଲୋକେ ଖସିଯାଇଥିବା ଆଲୋଚନା ହୋଇଛି । ଟିଟିଲାଗଡ ପୋଲିସ ଓ ଅବକାରୀ ବିଭାଗ ଦ୍ଵାରା ଟିଟିଲାଗଡ ର କେତେକ ସ୍ଥାନ ରେ ଚଢାଉ କରି କିଛି ମାତ୍ର ରେ ବିଦେଶୀ ମଦ ଜବତ କରିଥିଲେ, କିନ୍ତୁ ସେହି ସ୍ଥାନରେ ପୁଣି ଥରେ ବିଦେଶୀ ମଦ ବିକ୍ରି କରୁଥିବା କ'ଣ ଅବକାରୀ ବିଭାଗ କୁ ଅଜଣା ରହିଛି କି ବୋଲି ଜନସାଧାରଣ ରେ ଚର୍ଚ୍ଚା ଚଳୁଛି। ଅନେକ ବିଦେଶୀ ମଦ ଦୋକାନ କୁ ପ୍ରଶାସନ ତରଫରୁ ସିଲ୍ କରାଯାଇଥିଲେ ମଧ୍ୟ ସେମାନେ ପଛପଟୁ ତାଙ୍କ ବ୍ୟାପାର ଚଲେଇ ରଖୁଥିବା ମଧ୍ୟ ଚର୍ଚ୍ଚା ଚାଲିଛି।

ଅନ୍ୟପକ୍ଷରେ ଏତେ ସବୁ ଘଟଣା ପରେ ମଧ୍ୟ ଟିଟିଲାଗଡ ଅବକାରୀ ବିଭାଗ କୌଣସି ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି । ଟିଟିଲାଗଡ ଏବଂ ସଇଁନ୍ତଲା ଦୁଇଟି ବ୍ଲକ ଅଂଚଳ ଟିଟିଲାଗଡ଼ ଅବକାରି ଥାନା ଅଧୀନରେ ରହିଛି । ସଡାଉନ ପରିପ୍ରେକ୍ଷୀରେ ସରକାରୀ ଦେଶୀ ମଦ ଭାଟି ବନ୍ଦ ଥିବାବେଳେ ଟିଟିଲାଗଡ ବ୍ଲକ ଅଂଚଳର ମହୁଲପଡ଼ା , ଗୁଲମି , କୁଟ୍ରାକେନ , ମାଥନପଲା , ସାତବହନି , ବୁଡିପଡ଼ା , କୁମ୍ଭେପଡା , ଖାସମୁଣ୍ଡା , ପିପିଲିବନ୍ଧ ତଥା ସଇଁନ୍ତଲା ବ୍ଲକ ଅଂଚଳର ସୁଲିଆମାଲ , ତାଲବାହାଲ , ଲମକାନି , ଜୁରାବନ୍ଧ , ଧଣ୍ଡାମୁଣ୍ଡା , ନୂଆମୁଣ୍ଡା , ମିର୍ଜାପାଲି ଆଦି ଅନେକ ଅଂଚଳର ନିଛାଟିଆ ତଥା ଜଙ୍ଗଲିଆ ସ୍ଥାନମାନଙ୍କରେ ଏବେ ସୁଦ୍ଧା ମଦ ପ୍ରସ୍ତୁତି ଜାରି ରହିଥିବା ଅଭିଯୋଗ ହୋଇଛି । ବିଦେଶୀ ମଦ ଉପରେ ସରକାରଙ୍କ ୫୦ ପ୍ରତିଶତ ଅଧିକ ଟ୍ୟାକ୍ସ  ଏବଂ ଡେଲିଭରି ଚାର୍ଜ ନେଇ ଦର ବୃଦ୍ଧି ଯୋଗୁଁ ସହଜରେ ଉପଲବ୍ଧ ରନ୍ଧା ମଦ ଏବେ ଗ୍ରହଣୀୟ ହୋଇଥିବା ଆଲୋଚନା ହୋଇଛି । ମଦ ପ୍ରସ୍ତୁତିରେ ସାଇକଲ ଟ୍ୟୁବ୍ ପମ୍ପଚର୍ ରେ ବ୍ୟବହାର ହେଉଥିବା ସୋଲ୍ୟୁସନ , ଭୋଲ୍ୟୁମ ଟେନ , ରକେଟ ଗୁଲି, କଫ ସିରଫ୍, ୟୁରିଆ ସାର ଆଦି ବ୍ୟବହାର କରାଯାଉଛି ।  ମଦ ପ୍ରସ୍ତୁତି ବେଳେ ଅତ୍ୟନ୍ତ ବିଷାକ୍ତ ରହୁଥିବା ବେଳେ ପିଇବା ପୂର୍ବରୁ ପ୍ରକୃତ ମାପ ଅନୁସାରେ ପାଣି ନ ମିଶାଇଲେ ଜୀବନ ଯିବା ଭୟ ରହିଥାଏ ବୋଲି ଜଣାପଡିଛି । ସରକାରୀମଦ ଭାଟି ଗୁଡିକରେ ମଦର ପ୍ରକୋପ ନେଇ ମାପ ମେସିନ ରହିଥାଏ । ତେବେ ଏଭଳି ବିଷାକ୍ତ ମଦ୍ୟପାନ କରି ଜଣକର ମୃତ୍ୟୁ ପରେ ମଧ୍ୟ ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି । ତେବେ କିଛି ସ୍ଥାନରେ ପୁଲିସ ତଥା ଅବକାରୀ ବିଭାଗ ଚଢଉ କରି ମଦ ଜବତ କରିଥିବା ବେଳେ ମଦର ମାନ ନେଇ କୌଣସି ପରୀକ୍ଷା ନିରୀକ୍ଷା କରିବା , ଲୋକଙ୍କୁ ଏନେଇ ଜୀବନ ହାନୀ ଭଳି ବିପଦ ରହିଥିବା ସମ୍ପର୍କରେ ସଚେତନ କରାଯାଉନାହିଁ ।

ପ୍ରତ୍ୟେକ ସହରର ତଥା ଗ୍ରାମାଂଚଳରେ ବେଆଇନ ଭାବରେ ପ୍ରସ୍ତୁତ ରନ୍ଧା ମଦ ଖୁଲମଖୁଲା ବିକ୍ରୟ ହେଉଛି । ଏଥିରୁ ରାଜ୍ୟ ସରକାରଙ୍କ ପାଖକୁ କୌଣସି ରାଜସ୍ବ ଆସୁନଥିବା ବେଳେ ଚୋରା କାରବାରକୁ ପ୍ରୋତ୍ସାହନ କାହିଁକି ବୋଲି ପ୍ରଶ୍ନ ହୋଇଛି । 

କେବଳ ମଦ ନୁହେଁ , ଟିଟିଲାଗଡ ଅଞ୍ଚଳ ରେ ନିଶା ପାଇଁ ଅନେକ ଦ୍ରବ୍ୟ ବ୍ୟବହାର କରାଯାଏ। କେବଳ ଯୁବକ ନୁହେଁ ଛୋଟ ଛୋଟ ପିଲା ମାନେ ମଧ୍ୟ ନିଶା କରୁଛନ୍ତି। ଛୋଟ ପିଲାଠୁ ଆରମ୍ଭ କରି ବୃଦ୍ଧ ମାନେ ମଧ୍ୟ ବିଭିନ୍ନ ନିଶା କରୁଛନ୍ତି। ସ୍କୁଲ୍ ରେ ପଢା ପିଲା ମାନେ ମଧ୍ୟ ବିଡି, ମଦ, ଗଞ୍ଜେଇ ତଥା ସିଗାରେଟ୍ ବ୍ୟବହାର କରୁଥିବା ଲୋକ ଲୋଚନ କୁ ଆସିଛି। ପୂର୍ବ ରୁ ଅନେକ ଥର କଲେଜ୍ ପଢୁଥିବା ପିଲା ମାନେ ମଧ୍ୟ ମଦ୍ୟପାନ କରି ଶ୍ରେଣୀ ଗୃହକୁ ଯାଉଥିବା ସୂଚନା ମିଳିଥିଲା। ଟିଟିଲାଗଡ ର ବିଭିନ୍ନ ପାନ ଦୋକାନ ରେ ରକେଟ୍ ଗୁଳି ସୁଲଭ ମୂଲ୍ୟ ରେ ମିଳୁଥିବା ଅଭିଯୋଗ ହୋଇଛି। ଫେଭିକଲ୍ ସଲ୍ୟୁସନ୍ , ଓ ଟ୍ୟୁବ୍ ପମ୍ପଚର ରେ ବ୍ୟବହୃତ ସଲ୍ୟୁସନ୍ ବହୁଳ ପରିମାଣ ରେ ବ୍ୟବହାର ହେଉଥିବା ଜଣାଯାଇଛି। 

ଏଦିଗରେ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ ନକଲେ ନିଶା ପାନ କରି ମୃତ୍ୟୁ ବୃଦ୍ଧି ପାଇବା ଆଶଙ୍କା ରହୁଛି ।

0
0
0
s2sdefault