ହେଡଲାଇନସ୍:

ବିଶ୍ଵ ରକ୍ତଦାତା ଦିବସରେ ରକ୍ତ ଦାନ କଲେ ରକ୍ତ ଭଣ୍ଡାର କର୍ମଚାରୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡା : -( ସୁବାଷ ସାହାରେ ) ବିଶ୍ଵ ରକ୍ତ ଦାତା ଦିବସ ରେ ଝାରସୁଗୁଡା ରକ୍ତଭଣ୍ଡାର ରେ ରକ୍ତଦାନ କରି ଥିବା ବ୍ୟକ୍ତି ଙ୍କୁ ୟଙ୍ଗ ଷ୍ଟାରସ୍ ଚେରିଟେବୁଲ ଟ୍ରଷ୍ଟ ତରଫ ରୁ ସାର୍ଟିଫିକେଟ ଦେଇ ସମ୍ମାନିତ ତଥା ଉତ୍ସାହିତ କରାଯାଇଥିଲା। ଏହି ବିଶେଷ ଦିବସ ରେ ବିଭିନ୍ନ ରୋଗୀ ଙ୍କ ପାଇଁ ପାଖା ପାଖି ୨୦ ଜଣ ରକ୍ତଦାନ କରିଥିଲେ। ଖିସି ର କଥାଯେ କେବଳ ରକ୍ତଭଣ୍ଡାରରୁ ତିନି ଜଣ ରକ୍ତଦାନ କରିଥିଲେ ଯଥା ଭାଗିରଥି ବେହେରା,କିରଣ ସାହୁ, ଓ ଦଳଗୋବିନ୍ଦ ଛଛାନ ଅନ୍ୟ ମାନଙ୍କ ମଧ୍ୟରେ ଯୋଗେସ୍ବର ମଣ୍ଡଳ ଓ ଲଖନ ତଥା ଏହି ଦିନ୍ ରେ ରକ୍ତଦାନ ଶିବିର ଆୟୋଜନ କରିଥିବା ଭୋଇ ମେମୋରିଆଲ ଯୁବକ ସଂଘ ଆଦିଙ୍କୁ ସାର୍ଟିଫିକେଟ ରକ୍ତଭଣ୍ଡାର ଅଧିକାରୀ ସିଲବନ୍ତି ଜୋଜୋ ପଦାନ କରିଥିଲେ। ଟ୍ରଷ୍ଟ ସଭାପତି ଇଂ ଅରବିନ୍ଦ ବାରିକଙ୍କ ସଂଯୋଜନାରେ ରାଜେଶ ପାଢ଼ୀ ସମସ୍ତ ରକ୍ତଦାତା ଓ ଆୟୋଜକ ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଟ୍ରଷ୍ଟ ରୁ ସମୀର ରଞ୍ଜନ ଦାଶ,ଆଲୋକ ଚନ୍ଦ୍ର ପାଣିଗ୍ରାହୀ, ସୋନୁ ଯାଦବ ଆଦି ଉପସ୍ଥିତ ରହି ଉତ୍ସାହିତ କରିଥିଲେ।

         ସେହିଭଳି ବିଶ୍ୱ ରକ୍ତଦାନ ଦିବସରେ ଝାରସୁଗୁଡା ଭୋଇ ମେମୋରିଆଲ ଯୁବକ ସଂଘ ଏବଂ ମହିଳା ଆରୋଗ୍ୟ ସମିତି ଙ୍କ ଅଧ୍ୟକ୍ଷତାରେ ବୁରୋମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ରକ୍ତ ଦାନ ଶିବିର ଆୟୋଜିତ ହୋଇଥିଲା l ଉକ୍ତ ଶିବିରକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼. ଜଗଦୀଶ ଚନ୍ଦ୍ର ବାରିକ ଏବଂ ଜିଲ୍ଲା ରକ୍ତଭଣ୍ଡାର ଅଧିକାରୀ  ଡ଼ ସିଲବନ୍ତି ଜୋଜୋ  ଶୁଭାରମ୍ଭ କରିଥିଲେ l ଏହି  ରକ୍ତଦାନ ଶିବିରରେ ସର୍ବମୋଟ ୫୩  ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l  ମହିଳା ଆରୋଗ୍ୟ ସମିତି ତରଫରୁ ବିଶେଷ କରି 10 ଟି ମହିଳା ସଦସ୍ୟ  ରକ୍ତଦାନ କରି ଅନ୍ୟ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ l  ଏହି  ସଭାକୁ ଭୋଇ ମେମୋରିଆଲ ଯୁବକ ସଂଘ ର ସଭାପତି ସୁବାଷ ଚନ୍ଦ୍ର  ସେଠ ପରିଚାଳନା କରିଥିଲେ l 

ସମ୍ପାଦକ ପ୍ରବୀଣ କୁମାର ମିଶ୍ର,  କୋଷାଧକ୍ଷ ପଞ୍ଚାନନ ସଂଘର ଅନ୍ୟ କର୍ମକର୍ତ୍ତା   ଗୋପୀନାଥ ମିଶ୍ର, ପ୍ରେମାନନ୍ଦ ପ୍ରଧାନ, ତୁଳସୀ ଦାସ, ଗଜାନନ ତିୱାରୀ,  ସଂଜୟ  ଭୋଇ , ରମେଶ ମିଶ୍ର , କୌଶଳ ସାହୁ , ଦିନେଶ ବଡ଼େକ୍ , ସୁଶିଲ ସେଠ୍ , ଲକ୍ଷ୍ମୀକାନ୍ତ ପ୍ରଧାନ, ସୋନୁ ସା, ଆଲୋକ ଭୋଇ , ଦେବାଶିଷ ପ୍ରଧାନ, ବିଜୟ ଭୋଇ , ଦେବାର୍ଚ୍ଚନ୍ ସାହୁ ଏହି  ରକ୍ତଦାନ ଶିବିର କୁ ସଫଳତା ସହିତ ସମ୍ପାଦନ କରିଥିଲେ l 

ଉକ୍ତ କାଯ୍ୟ କ୍ରମରେ ସମାଜିକ ଦୂରତାକୁ ବିଶେଷ  ଧ୍ୟାନ ଦେଇ ପରିଚାଳନା କରାଯାଇଥିଲା l

0
0
0
s2sdefault