ହେଡଲାଇନସ୍:

ମୟୂରଭଞ୍ଜ : କରୋନା ଆକ୍ରାନ୍ତ ସଂଖ୍ୟା ୧୨୧ରେ ପହଁଞ୍ଚିଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ ଆଜି ପୁଣି ୧୩ ପଜିଟିଭ ଚିହ୍ନଟ ହୋଇଛନ୍ତି ଏବଂ ସଂକ୍ରମିତମାନଙ୍କ ସଂଖ୍ୟା ୧୨୧କୁ ଛୁଇଁଛି । ଜିଲ୍ଲାର ବାଙ୍ଗିରିପୋଷି, ରରୁଆଁ, ବଡ଼ସାହି ଆଦି ପ୍ରତ୍ୟେକ ବ୍ଲକ ଅଞ୍ଚଳ କ୍ୱାରେଣ୍ଟିନ ସେଣ୍ଟରଗୁଡ଼ିକରୁ ଜଣେ ଲେଖାଏଁ  ମୋଟ ୪ ଜଣ ରାସଗୋବିନ୍ଦପୁର ଓ କୁସୁମୀ ବ୍ଲକ ଅଞ୍ଚଳ କ୍ୱାରେଣ୍ଟିନ ସେଣ୍ଟରରୁ ୨ ଜଣ କରି ୪ ଜଣ ଏହିପରି ମୋଟ ୮ ଜଣ ଅନ୍ତେବାସୀମାନଙ୍କ ରିପୋର୍ଟ ପଜିଟିଭ ଆସିଛି । ଏମାନଙ୍କ ମଧ୍ୟରୁ ୩ ଜଣ ଉତ୍ତରପ୍ରଦେଶ, ୨ ଜଣ ଲେଖାଏଁ ମହାରାଷ୍ଟ୍ର ଓ ତାମିଲନାଡ଼ୁ ଓ ଜଣେ ଛତିଶଗଡ଼  ଫେରିବା ପରେ ସିଧାସଳଖ କ୍ୱାରେଣ୍ଟିନ ସେଣ୍ଟରଗୁଡ଼ିକରେ ରହିଆସୁଥିଲେ । ସେହିପରି ବାରିପଦା ପୌରପରିଷଦରେ କର୍ତ୍ତବ୍ୟରତ କୋଭିଡ଼-୧୯ ଯୁଦ୍ଧା ୩ ଜଣ, ବାରିପଦା ବ୍ଲକ-୧ ଓ ଗୋପବନ୍ଧୁନଗର ବ୍ଲକ-୧ କୁ ମିଶାଇ ଲୋକାଲ କଣ୍ଟାକ୍ଟରୁ ମୋଟ ୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।  ଚିହ୍ନଟ ହୋଇଥିବା ସମସ୍ତ ସଂକ୍ରମିତମାନଙ୍କୁ ବାରିପଦା ବାଙ୍କିଶୋଳସ୍ଥିତ କୋଭିଡ଼ ହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି ଏବଂ ସମସ୍ତ ସଂକ୍ରମିତମାନଙ୍କର ଟ୍ରାଭେଲ ହିଷ୍ଟ୍ରି ଯାଞ୍ଚ କରାଯାଉଛି ବୋଲି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଏଥି ସହିତ ଜିଲ୍ଲାରେ ଆଜି ସୁସ୍ଥ ହୋଇ ଫେରିଥିବା ୧୦ ଜଣଙ୍କୁ ମିଶାଇ ମୋଟ ୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଆସିଥିବା ବେଳେ ସକ୍ରିୟ ସଂଖ୍ୟା ଆଜକୁ ମିଶାଇ ୭୮ରେ ପହଁଞ୍ଚିଛି  ଏବଂ ଜଣକର କଟକ ଅଶ୍ୱନୀ କୋଭିଡ଼ ହସପିଟାଲରେ ଚିକିତ୍ସା ଚାଲିଥିବା ବେଳେ ୭୭ ଜଣକର ବାରିପଦା ବାଙ୍କିଶୋଳସ୍ଥିତ କୋଭିଡ଼ ହସପିଟାଲରେ ଚିକିତ୍ସା ହେଉଥିବାର ଜଣାପଡ଼ିଛି ।  

                  ବର୍ତ୍ତମାନ ସୁଦ୍ଧା ମୟୂରଭଞ୍ଜ ଜିଲ୍ଲାର ୧୯ଟି ବ୍ଲକ ଓ ଗୋଟାଏ ପୌରପରିଷଦରେ କରୋନା ତାର କାୟା ବିସ୍ତାର କରି ଆଗକୁ ଆଗକୁ ମାଡ଼ି ଚାଲିଛି । ଜୁନ ୧୩ ସୁଦ୍ଧା କରୋନା ସଂକ୍ରମିତମାନଙ୍କ ମଧ୍ୟରୁ ୩ ଜଣ ୫୦, ୬୫ ଓ ୭୦ ବର୍ଷର ରହିଛନ୍ତି । ସେହିପରି ୨୦ରୁ ୩୮ ବର୍ଷ ମଧ୍ୟରେ ପ୍ରାୟ ୭୫ ପ୍ରତିଶତରୁ ଅଧିକ ରହିଥିବା ବେଳେ ଜଣେ ୬ ବର୍ଷର ନାବାଳିକାକୁ ମିଶାଇ ୧୨ ଜଣ ମହିଳା ଥିବାର ଜଣାପଡ଼ିଛି । ତେବେ ଜିଲ୍ଲା ପ୍ରଶାସନର ହୁଗୁଳା ନୀତି ସାଙ୍ଗକୁ ଅମାନିଆ ଜନତାଙ୍କ ପାଇଁ ଆଜି ମୟୂରଭଞ୍ଜ ଜିଲ୍ଲା ଗ୍ରୀନ ଜୋନରୁ ବାହାରି ଅରେଞ୍ଜ ଜୋନରେ ପହଁଞ୍ଚିଛି । ଏହି ସମୟରେ ସତର୍କତା ଅବଲମ୍ବନ କରାନଯାଏ ତେବେ ସମଗ୍ର ମୟୂରଭଞ୍ଜ ଜିଲ୍ଲାବାସୀଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିବ ଏଥିରେ ଦ୍ୱିମତ ନାହିଁ । 

0
0
0
s2sdefault