ହେଡଲାଇନସ୍:

କରୋନାର ଆତଙ୍କ ଭିତରେ ଆସନ୍ନ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗଜପତି ଜିଲ୍ଲାସ୍ତରୀୟ ମକ୍ ଡ୍ରିଲ୍ ପାଇଁ ପୂର୍ବ ପ୍ରସ୍ତୁତି ଆଲୋଚନା 

କରୋନା ସତର୍କତାର ସହ ମକ ଡ୍ରିଲ ପାଇଁ ନିର୍ଦ୍ଦେଶ ଦେଲେ ଗଜପତି ଜିଲ୍ଲାପାଳ 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲାସ୍ତରୀୟ ମକ୍‌ ଡ୍ରିଲ୍ ପାଇଁ ଏକ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଜିଲ୍ଲାପାଳ ଅନୁପମ ସାହାଙ୍କ  ତତ୍ୱାବଧାନରେ ଓସୱ।ନ ଭିଡିଓ କନଫେରେସିଂ ହଲ୍ ଠାରେ ଏହି ଆଲୋଚନା ହୋଇଯାଇଛି ।  ଏହି ଆଲୋଚନା କାର୍ଯ୍ୟରେ ଗଜପତି ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରମାନେ ଉପସ୍ଥିତ ରହି ମକ୍ ଡ୍ରିଲ୍ ଆଲୋଚନାରେ ଯୋଗଦେଇଥିଲେ।

ଏହି ଅବସରରେ କାଶୀନଗର ଗୋଷ୍ଠୀ ଉନ୍ନୟନ କାର୍ଯ୍ୟଳୟ ଠାରେ ୨ଗୋଟି ବହୁମୁଖୀ ବାତ୍ୟା / ବନ୍ୟା ଆଶ୍ରୟ ସ୍ଥଳ ରହିଥିବା ସ୍ଥଳେ ୨ଗୋଟି ଆଶ୍ରୟ ସ୍ଥଳରେ ମକ୍‌ ଡ୍ରିଲ୍ ପାଇଁ ପୂର୍ବ ପ୍ରସ୍ତୁତି ଆଲୋଚନା କରାଯାଇଥିଲା।  ଏହି ପ୍ରସ୍ତୁତି ଆସନ୍ତା ୧୯-୦୬-୨୦୨୦ ତାରିଖ ଦିନ କାଶୀନଗରର ଭୁପତି ଲକ୍ଷ୍ମୀପୁର ଓ ପାର୍ଥଡା ଗ୍ରାମରେ କାର୍ଯ୍ୟକ୍ରମ କରିବାକୁ ଥିବା ବେଳେ ଗୋଷାଣୀ , ରାୟଗଡ , ଆର୍ . ଉଦୟଗିରି , ନୂଆଗଡ , ମୋହନା ଓ ଗୁମ୍ମା ଗୋଷ୍ଠୀ ଉନ୍ନୟନ କେନ୍ଦ୍ର ମାନଙ୍କରେ  ମକ୍ ଡ୍ରିଲ୍ କାର୍ଯ୍ୟକ୍ରମ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

 ଜିଲ୍ଲାପାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରମାନଙ୍କୁ କୋଭିଡ୍‌-୧୯ ନିୟମକୁ ଆଖି ଆଗରେ  କାର୍ଯ୍ୟକୁ ସୁଚାରୁ ରୂପେ  ସମ୍ପାଦନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଆବଶ୍ୟକୀୟ ସରଞ୍ଜାମ ସବୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନେ ପ୍ରସ୍ତୁତ ଓ ପରୀକ୍ଷା କରି ରଖିବା ପାଇଁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଉଦ୍ଧାରକାରୀ ଦଳ ପିପିଇ (ppe) କିଟ୍ ସଂପୂର୍ଣ୍ଣ ଭାବେ ପରିଧାନ କରି ଉଦ୍ଧାର  କାର୍ଯ୍ୟ ସମ୍ପାଦନ କରିବେ।ପ୍ରତ୍ୟେକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଜେନେରେଟର , ଆବଶ୍ୟକୀୟ ଟ୍ରି କଟର ରଖିବେ ଓ ଅଗ୍ନିଶମ କର୍ମଚାରୀ ମାନେ କାର୍ଯ୍ୟ ପରିଦର୍ଶନ କରି ପରୀକ୍ଷା ଦେଖାଇବେ ଓ ଏହାର କାର୍ଯ୍ୟକାରୀତାକୁ ଫୋଟ ଓ ଭିଡିଓ ମାଧ୍ୟମରେ ରେକର୍ଡ ରଖିବେ।

ଏହି ଅବସରରେ ଯେଉଁ ଗ୍ରାମ ଗୁଡିକ ବିପର୍ଯ୍ୟୟରେ କ୍ଷତିଗସ୍ତ ହେବାର ସମ୍ଭାବନା ରହିଛି ସେହି ଗ୍ରାମର ଜନସାଧାରଣଙ୍କୁ ଆଶ୍ରୟ ସ୍ଥଳକୁ ପ୍ରଶାସନ ଦ୍ବାରା ସ୍ଥାନାନ୍ତର ବ୍ୟବସ୍ଥା କରାଯିବ ଓ ଜନସାଧାରଣଙ୍କ ପାଇଁ ରହିବା ଓ ଖାଦ୍ୟ ପାନୀୟ ସୁବ୍ୟବସ୍ଥା କରାଯିବାକୁ ପଦକ୍ଷେପ ନିଆଯିବ। ସ୍ବେଚ୍ଛାସେବୀ ଅନୁଷ୍ଠାନ 'ପ୍ରଭା'ର କର୍ମକର୍ତ୍ତା ମାନେ କାଶୀନଗର ଠାରେ ୨ ଗୋଟି ଆଶ୍ରୟ ସ୍ଥଳରେ ହେବାକୁ ଥିବା ମକ୍ ଡ୍ରିଲ୍ ରେ ସହଯୋଗ କରିବେ।

ଏହି ଅବସରରେ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଜ୍ଞାନରଞ୍ଜନ ଭଞ୍ଜଦେଓ , ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ବୃନ୍ଦ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।

0
0
0
s2sdefault