ହେଡଲାଇନସ୍:

ଗଜପତି ଜିଲ୍ଲାପାଳଙ୍କ "ସମ୍ପୂର୍ଣ୍ଣ ମାସ୍କ ଗ୍ରାମ " ପରିଦର୍ଶନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କରୋନାରୁ ନିଜକୁ ଦୂରେଇବାକୁ ହେଲେ ମାସ୍କ ପିନ୍ଧିବା ଜରୁରୀ ହୋଇଥିବା ବେଳେ ଗଜପତି ଜିଲ୍ଲା ପ୍ରଶାସନ ଏହାକୁ ଜିଲ୍ଲାର ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ଏକ ଯୋଜନା ଆରମ୍ଭ କରିଛନ୍ତି ଯାହାର ନାମ " ସମ୍ପୂର୍ଣ୍ଣ ମାସ୍କ ଗ୍ରାମ" ଅଭିଯାନ।

 ଜିଲ୍ଲାପାଳଙ୍କ ନେତୃତ୍ୱରେ ଓଡ଼ିଶା ଜୀବିକା ମିଶନ ଏବଂ ମିଶନ ଶକ୍ତିର ସହଯୋଗରେ ଗତ କିଛି ଦିନ ହେଲା ଆରମ୍ଭ ହୋଇଛି । ଏହି ଯୋଜନାକୁ ସମ୍ପୂର୍ଣ୍ଣ କରିବା ପାଇଁ ତୃଣମୂଳ ସ୍ତରରେ ସ୍ୱୟଂ ସହାୟକ ଗୋଷ୍ଠୀର ମାଆ

 ମାନେ କାମ କରୁଥିବା ବେଳେ ଏମାନଙ୍କୁ ସହଯୋଗ କରିବା ପାଇଁ ଓଡ଼ିଶା ଜୀବିକା ମିଶନର ପଞ୍ଚାୟତ ସ୍ତରୀୟ ନେତୃବୃନ୍ଦ ଏବଂ କର୍ମଚାରୀ ନିୟୋଜିତ ଅଛନ୍ତି ।   ଏହି ଯୋଜନାର ଲକ୍ଷ୍ୟ ଗଜପତିର ପ୍ରତ୍ୟେକ ଜିଲ୍ଲାବାସୀଙ୍କ ପାଖରେ ଦୁଇ ଗୋଟି ମାସ୍କ ରହିବା ସହ ପ୍ରତ୍ୟେକ ଏହାକୁ କିପରି ବ୍ୟବହାର କରିବେ ଏଥିପାଇଁ ଆବଶ୍ୟକ ହେଉଥିବା ୧୨ ଲକ୍ଷରୁ ଉର୍ଦ୍ଧ୍ୱ ମାସ୍କ ତିଆରି କରିବା କାର୍ଯ୍ୟ ୧୧୦ ଗୋଟି ସ୍ୱୟଂ ସହାୟିକା ଗୋଷ୍ଠୀ ଉପରେ ଦାୟିତ୍ୱ ଦିଆଯାଇଥିବା ବେଳେ ଏହାର ବଣ୍ଟନ ଏବଂ ବ୍ୟବହାର ନିମନ୍ତେ ୨୩୦୦ ରୁ ଉର୍ଦ୍ଧ୍ୱ ଅଙ୍ଗନବାଡି କର୍ମୀ,ପଞ୍ଚାୟତରାଜ ବିଭାଗର କର୍ମକର୍ତ୍ତା ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ମାଆ ମାନଙ୍କୁ ଦିଆଯାଇଛି । ଜିଲ୍ଲାରେ ଥିବା ୧୫୩୪ ଗ୍ରାମ କିପରି ସମ୍ପୂର୍ଣ୍ଣ ମାସ୍କ ଗ୍ରାମ ଭାବେ ଘୋଷିତ ହେବ ସେଥିପାଇଁ ସମସ୍ତେ କାର୍ଯ୍ୟରତ ।

 ବର୍ତ୍ତମାନ ସୁଦ୍ଧା ସ୍ୱୟଂ ସହାୟକ ଗୋଷ୍ଠୀର ମାଆ ମାନେ ୩ ଲକ୍ଷ ରୁ ଉର୍ଦ୍ଧ୍ୱ ମାସ୍କ ତିଆରି କରି ସାରିଥିବା ବେଳେ ୨ ଲକ୍ଷ ରୁ ଉର୍ଦ୍ଧ୍ୱ ମାସ୍କ ବିକ୍ରି କରି ସାରିଛନ୍ତି । ଅନ୍ୟ ପଟେ ୪୬୫ ଗୋଟି ଗ୍ରାମ ସମ୍ପୂର୍ଣ୍ଣ ମାସ୍କ ଗ୍ରାମରେ ସାମିଲ ହୋଇ ସାରିଥିବା ବେଳେ ଅନ୍ୟ ଗ୍ରାମ ଗୁଡିକରେ ଏହାର ଚାହିଦା ଏବଂ ବ୍ୟବହାର ପାଇଁ ଜିଲ୍ଲା ପ୍ରଶାସନ ଅହରହ କାର୍ଯ୍ୟ କରୁଛି । 

 ସ୍ୱୟଂସହାୟକ ଗୋଷ୍ଠୀ ମାନଙ୍କୁ ଏଥିରେ କାର୍ଯ୍ୟ କରିବା ପାଇଁ ଋଣ ଏବଂ ଯନ୍ତ୍ରପାତି ଓଡ଼ିଶା ଜୀବିକା ମିଶନ ଯୋଗାଉ ଥିବାବେଳେ ଏହାର ବିକ୍ରି ପାଇଁ ମିଶନ ଶକ୍ତିର କର୍ମକର୍ତ୍ତା କାର୍ଯ୍ୟ କରିଛନ୍ତି । ଜିଲ୍ଲାପାଳ ଏହି କାର୍ଯ୍ୟକ୍ରମର ପରିଦର୍ଶନରେ ଯାଇ ପ୍ରଥମେ ବଡ଼ପଦା ଗ୍ରାମରେ ମଦର ଟେରେସା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟମାନେ ତିଆରି କରିଥିବା ମାସ୍କ ଉତ୍ପାଦନ କେନ୍ଦ୍ରରେ ପହଞ୍ଚିଥିଲେ । 

 ସେଠାରେ ଦଳର ସଭ୍ୟମାନଙ୍କ ସହ ଆଲୋଚନା କରିବା ସହ ଆଗକୁ କିପରି ଏହାର ଉତ୍ପାଦନ ଅଧିକାରୁ ଅଧିକା ହେବ ଏବଂ ଆବଶ୍ୟକ ସରକାରୀ ସହଯୋଗ ଯୋଗାଇବା ପାଇଁ ପ୍ରତିଶୃତି ଦେଇଥିଲେ । ତାପରେ ନୂଆଗଡ଼ ବ୍ଳକର ଲୁହାଙ୍ଗର ଗ୍ରାମ ପଞ୍ଚାୟତର ଲୁହାଙ୍ଗର ଗ୍ରାମ ବୁଲି ଗ୍ରାମର ସମସ୍ତ ସଦସ୍ୟ ମାନେ ମାସ୍କ ପରିଧାନ କରିଥିବା ଏବଂ ଏହାର ବ୍ୟବହାର ଉପରେ ଜାଣିଥିବା ଦେଖି ବିଶେଷ ଖୁସି ବ୍ୟକ୍ତ କରିଥିଲେ । ପରବର୍ତ୍ତୀ ସମୟରେ ସେଠାରେ ଥିବା ମିଶନ ଶକ୍ତି ଏବଂ ଓଡ଼ିଶା ଜୀବିକା ମିଶନର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । 

ଏହି ପରିଦର୍ଶନ ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଏବଂ ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ରଶ୍ମିରଞ୍ଜନ ସେଠୀ ଉପସ୍ଥିତ ଥିଲେ । ଏହି ପରିଦର୍ଶନ ସମୟରେ ନୂଆଗଡ଼ ବ୍ଳକର ଓଡ଼ିଶା ଜୀବିକା ମିଶନର ପଞ୍ଚାୟତ ସମିତି ସ୍ତରୀୟ ସଂଯୋଜକ ସମୀର କୁମାର ଏବଂ ମିଶନ ଶକ୍ତି ର ପଞ୍ଚାୟତ ସମିତି ସ୍ତରୀୟ ସଂଯୋଜକ ମନୋଜ ପାଣି ସହଯୋଗ କରିଥିଲେ ।

 

0
0
0
s2sdefault