ହେଡଲାଇନସ୍:

ବାଗଜାନ ତୈଳକୂପ ଅଗ୍ନିକାଣ୍ଡ ଘଟଣା:  ଆସାମ ମୁଖ୍ୟମନ୍ତ୍ରୀଙ୍କ ସହ ଘଟଣାର ସ୍ଥିତି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆସାମ,(ଶାସକ ପ୍ରଶାସକ) – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଆସାମର ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୱାଲ ଏବଂ ମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସହ ଆସାମର ବାଗଜାନ ଠାରେ ତୈଳକୂପ ଅଗ୍ନିକାଣ୍ଡ ଘଟଣାର ବର୍ତମାନ ସ୍ଥିତି ଉପରେ ସମୀକ୍ଷା କରିଛନ୍ତି ।

ଆସନ୍ତାକାଲି ଆସାମର ମୁଖ୍ୟମନ୍ତ୍ରୀଙ୍କ ସହ ବାଗଜାନକୁ ଶ୍ରୀ ପ୍ରଧାନ ଗସ୍ତ କରିବା ସହ ଗ୍ରାଉଣ୍ଡ ଜିରୋରୁ ସ୍ଥିତି ଅନୁଧ୍ୟାନ କରିବା ନେଇ ସେ ସୂଚନା ଦେଇଛନ୍ତି । ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ଘଟଣାସ୍ଥଳରେ ନିଆଁକୁ ଆୟତ କରିବା ପାଇଁ ନିଆଯାଉଥିବା ପଦକ୍ଷେପ ଉପରେ ଅଏଲ ଇଣ୍ଡିଆ, ଓଏନଜିସି ଏବଂ ପରିଚାଳନା ଟିମ୍ ପକ୍ଷରୁ ବିସ୍ତୁତ ସୂଚନା ଦିଆଯାଇଛି । ସେଠାରେ ସ୍ଥିତିକୁ ନିୟନ୍ତ୍ରଣ କରିବା ତଥା କ୍ଷତି ଅଧିକ ନହେବା ପାଇଁ ବିଶେଷଜ୍ଞଙ୍କ ପକ୍ଷରୁ ପରିଚାଳନା କାର୍ଯ୍ୟ ଯୋରସୋରରେ ଚାଲିଛି । ଆମର ଦଳ ୨୪ ଘଂଟା କାର୍ଯ୍ୟ କରୁଛନ୍ତି । ଲୋକଙ୍କ ସୁରକ୍ଷା ଏବଂ କଲ୍ୟାଣ ପାଇଁ ପେଟ୍ରୋଲିୟମ ମନ୍ତ୍ରଣାଳୟ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ ଏହି ଅବସରରେ ଦୋହରାଇଛନ୍ତି ।

0
0
0
s2sdefault