ହେଡଲାଇନସ୍:

ପଥର ଖାଦାନ ଲିଜ୍ ପ୍ରତିବାଦରେ ଉପଜିଲ୍ଲାପାଳଙ୍କୁ ଭେଟିଲେ  ଗ୍ରାମବାସୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ  : ସମ୍ବଲପୁର ଜିଲ୍ଲା  ରେଢାଖୋଲ ତହସିଲ୍ ତରଫରୁ  ବଂଶାଜାଲ ଗ୍ରାମପଞ୍ଚାୟତର ସରପାଳ ଗ୍ରାମରେ ପଥରଖାଦାନ ଲିଜ୍ ଦେବାକୁ ନୋଟିସ ଜାରି ହେବା ପରେ ଗ୍ରାମରେ ଅସନ୍ତୋଷ ଦେଖା ଦେଇଛି । ଏନେଇ ଗ୍ରାମବାସୀ ଉପଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି ।

ସୂଚନା ମୁତାବକ ଯେ, ରେଢାଖୋଲ ତହସିଲର ବଂଶାଜାଲ ପଞ୍ଚାୟତର ସରପାଳ ଗ୍ରାମ ନିକଟରୁ ୧୦୦ ମିଟରେ ଦୂରରେ ରେଢାଖୋଲ ତହସିଲ ପଥରଖାଦାନ ଲିଜ୍ ଦେବାକୁ ନୋଟିସ୍ ଜାରି କରିଛି । ଏଠାରେ ପଥର ଖାଦାନ ହେଲେ ଗ୍ରାମରେ ଚାଷ ଜମି ପଥର ଗୁଣ୍ଡରେ ନଷ୍ଟ ହେବା ସହ ନିକଟସ୍ଥ ଜଙ୍ଗଲରେ ପଥର ଗୁଣ୍ଡ ପଡି ନଷ୍ଟ ହୋଇଯିବ । ଯାହା ଫଳରେ ସେଇ ଜଙ୍ଗଲରେ ଗାଈ ଗୋରୁମାନେ ଚରିପାରିବେ ନାହିଁ । ସେଠାରେ ପଥର ବ୍ଲାଷ୍ଟିଙ୍ଗ ହୋଇ ଘରଦ୍ୱାର ଭାଙ୍ଗିଯିବାର ସମ୍ଭାବନା ରହିଛି ବୋଲି ଗ୍ରାମବାସୀ ଲିଖିତାକାରରେ ରେଢାଖୋଲ ଉପଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି । ଏପରିକି ସରପାଳ ଗ୍ରାମସହ ଆଖପାଖ ଗ୍ରାମଗୁଡିକ ଦୂଷିତ ହେବାର ସମ୍ଭାବନା ରହିଛି ।

ଏହି ପଥର ଖାଦାନକୁ ୫ବର୍ଷ ପାଇଁ ହିଁ ଲିଜ୍ ଦିଆଯିବାକୁ ତହସିଲ ତରଫରୁ ନୋଟିସ୍ ହୋଇଛି । ଗତ ମେ ମାସ ୧୮ ତାରିଖ ରେ , ଗ୍ରାମରେ ହେବାକୁଥିବା ପଥର ଖାଦାନକୁ ୫ବର୍ଷ ପାଇଁ ଲିଜ୍ ଦିଆଯିବାର ଅଛି ଯଦି ଗ୍ରାମବାସୀଙ୍କର ଅଭିଯୋଗ ଅଛି ୧୫ ଦିନ ଭିତରେ ରେଢାଖୋଲ ତହସିଲରେ ଅଭିଯୋଗ କରିବାକୁ ନୋଟିସ୍ ମଧ୍ୟ ହୋଇଥିଲା । ଏହା ପରେ ଗ୍ରାମବାସୀ ରେଢାଖୋଲ ଉପଜିଲ୍ଲାପାଳଙ୍କୁ ପଥରଖାଦାନ ପ୍ରତ୍ୟାହାର କରିବାକୁ ଉପଜିଲ୍ଲାପାଳଙ୍କୁ ଲିଖିତାକାରରେ ଅଭିଯୋଗ କରିଛନ୍ତି । ଯଦି ସରକାର ଏହି ଖାଦାନ ଲିଜ୍‌କୁ ପ୍ରତ୍ୟାହାର ନ କରନ୍ତି ଆଗାମୀ ଦିନରେ ଗ୍ରାମବାସୀ ଆନ୍ଦୋଳନ କରିବେ ବୋଲି ଚେତାବନି  ଦେଇଛନ୍ତି ।

0
0
0
s2sdefault