ହେଡଲାଇନସ୍:

ସସିରାମ (ମୋଚି ) ରୋହିଦାସଙ୍କ ଶବ ନେବ କିଏ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଏତେ ସଂଗଠନ, ଏତେ ରାଜନେତା, ସମାଜସେବୀ ଯାହାକୁ ଯେତେ 

ସୁନ୍ଦରଗଡ଼:-  ସଦରଥାନା ଅନ୍ତର୍ଗତ ଅଲେଇକେରା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଭାରସାମ୍ୟ ହରାଇ କଲଭର୍ଟ ତଳକୁ ଖସିପଡ଼ିବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତକଙ୍କ ଘର  କିଞ୍ଜିରକେଲା ଥାନା ଅଧୀନରେ ଥିବା କୁଲବା ପଞ୍ଚାୟତ  ବାଙ୍କିବାହଲ ଗ୍ରାମର ବୋଲି ଜଣାପଡ଼ିଛି।  ମୃତକଙ୍କ ନାମ  ଦୀପକ ମାଝୀ ୨୨ ଏବଂ ଅନ୍ୟ ଜଣଙ୍କର ନାଁ ସସିରାମ (ମୋଚି )ରୋହିଦାସ ୧୮ | ଗୁରୁତର ଗମ୍ଭୀର ଭାବରେ ଆହତ ଆହତ ବ୍ୟକ୍ତିଙ୍କ ନାମ ଜଣାପଡିନାହିଁ |

ମିଳିଥିବା ସୂଚନା ଅନୁସାରେ, ଆଜି ଦିନ ଗୋଟାଏ ସମୟରେ ତିନି ଜଣ ଯୁବକ ଏକ ମୋଟର ସାଇକେଲରେ କୁଲବାରୁ ସୁନ୍ଦରଗଡ଼ ଅଭିମୁଖେ ଯାଉଥିଲେ। ଏହି ସମୟରେ ଆଲେଇକେରା ନିକଟରେ ବାଇକ୍‌ଟି ଭାରସାମ୍ୟ ହରାଇ କଲଭର୍ଟରେ ପିଟିହୋଇ ତଳକୁ ଖସିପଡ଼ିଥିଲେ । ଗ୍ରାମବାସୀ ମାନେ ଖବର ପାଇଁ ଘଟଣାସ୍ଥଳରେ ଦୌଡ଼ିଯାଇ ତୁରନ୍ତ ସଦର ପୋଲିସ ଷ୍ଟେସନକୁ ଜଣାଇଥିଲେ  | ଘଟଣା ସ୍ଥଳରେ  ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ। ପୁଲିସ୍ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଆହତ ଜଣଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି |କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ମୃତକଙ୍କ ମଧ୍ୟରେ ଜଣଙ୍କର ପରିବାର ବର୍ଗ ଅଛିନ୍ତି ହେଲେ ଅନ୍ୟ ( ମୋଚି)ରୋହିଦାସ ଙ୍କ ନା ଅଛନ୍ତି ପରିବାର ନା ଆତ୍ମୀୟ ଲୋକ ପ୍ରାପ୍ତ ସୂଚନା ରୁ ଯାହା ଜଣାପଡିଛି କିଛିବର୍ଷ ଆଗରୁ ତାଙ୍କର ପରିବାର ଲୋକଙ୍କ ଅଭାବ ଅନାଟନ ଯୋଗୁଁ ପରିବାର ଗୁଜୁରାଣ ମେଣ୍ଟେଇ ବା ପାଇଁ ତାଙ୍କର ବଡ଼ ଭଉଣୀ ଅନ୍ତରାଜ୍ୟ ହରିଆଣା କୁ ଦାଦନ ଖଟିବା ପାଇଁ ଯାଇଥିବା ହୁଏତ ରାଜ୍ୟ ବାସୀଙ୍କୁ ଅଛପା ହୋଇନପାରେ | ତାଙ୍କର ବାପା ମୃତ୍ୟୁ ବରଣ କରିବା ପରେ ତାଙ୍କ ମାଆ ମଧ୍ୟ କୁଆଡେ ଚାଲି ଯାଇଛନ୍ତି ତାଙ୍କର ଭଉଣୀ ମଧ୍ୟ କୁଆଡେ ଚାଲିଗଲେ ତାହାର ମଧ୍ୟ ଖୋଜ ଖବର ନଥିବା ବେଳେ ତାଙ୍କର ଗୋଟିଏ ବଡ଼ ଭାଇ ମଧ୍ୟ କେଉଁ ଅନ୍ତରାଜ୍ୟକୁ ଦାଦାନ ଶ୍ରମିକ ଭାବେ ଚାଲିଯାଇଛନ୍ତି ହେଲେ ଏବେ ତାଙ୍କର ମୃତ ଦେହ ନେବକିଏ | ସେ ବାରଦୁଆର ରେ କାମ କରି ପେଜ ପଖାଳଖାଇ କୌଣସିସ ହୃଦୟବ୍ୟକ୍ତି  କେଉଁ ବାରଣ୍ଡାରେ ଶୋଇବା ପାଇଁ ଦେଲେ ଶୋଇବା ଅବସ୍ଥାରେ ତାଙ୍କର ଜୀବନ ଅବିବାହିତ ହୋଇଛି | ଏବେ ତାଙ୍କର ମୃତଦେହ ନେବ କିଏ ଅନ୍ତିମ ସଂସ୍କାର କରିବ କିଏ ??? ଜିଲ୍ଲାରେ ଏତେ ବଡ଼ବଡ଼ ସକ୍ରିୟ ରାଜନେତା , ସ୍ୱେଚ୍ଛାସେବୀ ସଂଗଠନ ଗୁଡ଼ିକ ରହିଛି ଦେଖାଯାଉ ସେମାନେ ସତରେ ଗରିବ ଅସହାୟ ଜନସାଧାରଣ ପାଇଁ କାର୍ୟ୍ଯ କରୁଛନ୍ତି ନା ଦେଖେଇ ହେବା ପାଇଁ କାର୍ଯ୍ୟକରୁଛନ୍ତି ତାହାହିଁ ଦେଖିବା ପାଇଁ ବାକି ରହିଛି  |

 

0
0
0
s2sdefault