ହେଡଲାଇନସ୍:

ଜଳ କମୁଛି , ଜଳ ବିଦ୍ୟୁତ ବଢୁଛି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମହାନଦୀରେ ଛତିଶଗଡ଼ର ବ୍ୟାପକ ବନ୍ଧ ନିର୍ମାଣ ସତ୍ତ୍ୱେ   ଓଡ଼ିଶାରେ ଜଳବିଦ୍ୟୁତ  ଓ ମାଛ ଉତ୍ପାଦନ ବଢ଼ୁଛି

 
14-dillip-ray-1.gif - 30.76 kB
ଭୁବନେଶ୍ୱର : ତିନି ବର୍ଷ ମଧ୍ୟରେ ରାଜ୍ୟରେ ଜଳବିଦ୍ୟୁତ ଉତ୍ପାଦନ ବଢ଼ିଛି । ବିଶେଷ କରି ହୀରାକୁଦର ଉପରମୁଣ୍ଡରେ ଛତିଶଗଡ଼ ବହୁ ବନ୍ଧ ନିର୍ମାଣ କରିଥିବାରୁ ଜଳବିଦ୍ୟୁତ  ଉତ୍ପାଦନ କମୁଛି ବୋଲି ସରକାରୀ ଓ ବେସରକାରୀ ସ୍ତରରେ ଆଶଙ୍କା ବ୍ୟକ୍ତ କରାଯାଉଥିବା ବେଳେ ବିଧାନସଭାରେ ସରକାର ଉପସ୍ଥାପନ କରିଥିବା ପ୍ରକଳ୍ପୱାରୀ ତଥ୍ୟରୁ କିନ୍ତୁ ୨୦୧୫-୧୬ ବର୍ଷ ତୁଳନାରେ ପରବର୍ତ୍ତୀ ବର୍ଷମାନଙ୍କରେ ମହାନଦୀର ହୀରାକୁଦ ଓ ଚିପିଲିମା ଜଳବିଦ୍ୟୁତ  ଉତ୍ପାଦନ କେନ୍ଦ୍ରରେ ଶକ୍ତି ଉତ୍ପାଦନ ବୃଦ୍ଧି ପାଇଥିବା ଦର୍ଶାଯାଇଛି । 
ମହାନଦୀ ସମେତ ରାଜ୍ୟର କେଉଁ ନଦୀର କେଉଁ ସ୍ଥାନରେ ଜଳବିଦ୍ୟୁତ  କେନ୍ଦ୍ରମାନ ରହିଛି, ଏଥିରୁ କାହାର ବିଦୁ୍ୟତ୍ ଉତ୍ପାଦନ କ୍ଷମତା କେତେ ଓ ଗତ ୫ ବର୍ଷ ମଧ୍ୟରେ କେଉଁ କେନ୍ଦ୍ରରୁ କେତେ ପରିମାଣର ଜଳବିଦ୍ୟୁତ ଉତ୍ପାଦିତ ହୋଇଛି ଏବଂ ଏହି କେନ୍ଦ୍ରଗୁଡ଼ିକର ଉପର ମୁଣ୍ଡରେ ବ୍ୟାପକ ସଂଖ୍ୟକ ବ୍ୟାରେଜ୍ ନିର୍ମାଣ କରାଯିବା ଫଳରେ ଆମ ରାଜ୍ୟରେ ଜଳବିଦ୍ୟୁତ ଉତ୍ପାଦନ କମିବା ସଂକ୍ରାନ୍ତରେ ବିଧାୟକ ଦିଲିପ ରାୟ ବିଧାନସଭାରେ ଉଠାଇଥିବା ପ୍ରଶ୍ନର ଉତ୍ତରରେ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂହ ଦେଇଥିବା ତଥ୍ୟରୁ ମହାନଦୀ ସମେତ ଅନ୍ୟ ସ୍ଥାନରେ ଥିବା ଜଳବିଦ୍ୟୁତ  ପ୍ରକଳ୍ପଗୁଡ଼ିକରେ ଉତ୍ପାଦନ ବଢ଼ିଥିବା ଜଣାଯାଇଛି । 
ମନ୍ତ୍ରୀ କହିଛନ୍ତି ଯେ ମହାନଦୀର ବୁର୍ଲା ଓ ଚିପିଲିମା, ସିଲେରୁର ବାଲିମେଳା, ବ୍ରାହ୍ମଣୀର ରେଙ୍ଗାଲି, କୋଲାବର ବାରେଣୀପୁଟ, ଇନ୍ଦ୍ରାବତୀର ମୁଖିଗୁଡ଼ା ଓ ମାଛକୁଣ୍ଡର ଅନୁକାଡେଲି ଠାରେ ଜଳବିଦ୍ୟୁତ  କେନ୍ଦ୍ରମାନ ରହିଛି । ଏହି କେନ୍ଦ୍ରଗୁଡ଼ିକର ଉପରମୁଣ୍ଡରେ ବ୍ୟାପକ ସଂଖ୍ୟକ ବ୍ୟାରେଜ ନିର୍ମାଣ ଓ ଏହା ଯୋଗୁ ରାଜ୍ୟରେ ଗତ ୫ ବର୍ଷରେ କେତେ ଜଳବିଦ୍ୟୁତ  ଉତ୍ପାଦନ କମିଛି ତାହାର ଆକଳନ କରାଯାଇନାହିଁ ।
ତେବେ ଏ ପ୍ରସଙ୍ଗରେ ସରକାରଙ୍କ ପ୍ରଦତ୍ତ ପରିସଂଖ୍ୟାନରୁ ଜଣାପଡ଼ିଛି ଯେ ୨୦୧୩-୧୪ ବର୍ଷରେ ଏହି ୭ଟି ଜଳବିଦ୍ୟୁତ  ପ୍ରକଳ୍ପରୁ ୭୨୦୪. ୬୭ ନିୟୁତ ୟୁନିଟ୍ ବିଦୁ୍ୟତ୍ ଶକ୍ତି ଉତ୍ପାଦିତ ହୋଇଥିବା ବେଳେ ତାହା କମି ୨୦୧୫-୧୬ ବର୍ଷ ବେଳକୁ ୪୫୪୨.୦୫ ନିୟୁତ ୟୁନିଟ୍ରେ ପହଞ୍ଚିଥିଲା । ତେବେ ୨୦୧୬-୧୭ ବର୍ଷରେ ରାଜ୍ୟର ଏହି ଜଳବିଦ୍ୟୁତ  ପ୍ରକଳ୍ପଗୁଡ଼ିକରୁ ବିଦ୍ୟୁତ ଉତ୍ପାଦନ ୪୭୭୪.୨୧ ନିୟୁତ ୟୁନିଟ୍ ଓ ୨୦୧୭-୧୮ ବର୍ଷରେ ୫୭୩୦. ୮୯ ନିୟୁତ ୟୁନିଟ୍କୁ ବୃଦ୍ଧି ପାଇଛି । 
ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ ମହାନଦୀର ବୁର୍ଲାସ୍ଥିତ ହୀରାକୁଦ ଜଳବିଦ୍ୟୁତ  ପ୍ରକଳ୍ପରୁ ୨୦୧୩-୧୪ ବର୍ଷରେ ୭୦୨.୦୧ ନିୟୁତ ୟୁନିଟ୍ ବିଦୁ୍ୟତ୍ ଶକ୍ତି ଉତ୍ପାଦିତ ହୋଇଥିବା ବେଳେ ୨୦୧୫-୧୬ ବେଳକୁ ଏହା ୪୫୭.୦୯ ନିୟୁତ ୟୁନିଟ୍କୁ କମିଥିଲା । ତେବେ ୨୦୧୬-୧୭ରେ ଏହା ୫୩୫.୮୮ ନିୟୁତ ୟୁନିଟ୍ ଓ ୨୦୧୭-୧୮ରେ ୬୧୪.୨୯ ନିୟୁତ ୟୁନିଟ୍କୁ ବୃଦ୍ଧି ପାଇଛି । ସେହିପରି ମହାନଦୀର ଚିପିଲିମା ଠାରେ ଥିବା ଜଳବିଦ୍ୟୁତ ପ୍ରକଳ୍ପରୁ ୨୦୧୩-୧୪ ବର୍ଷରେ ୩୧୨. ୨୩ ନିୟୁତ ୟୁନିଟ୍ ବିଦୁ୍ୟତ୍ ଶକ୍ତି ଉତ୍ପାଦିତ ହୋଇଥିବା ବେଳେ ୨୦୧୫-୧୬ ବେଳକୁ ଏହା ୨୧୬.୭୫ ନିୟୁତ ୟୁନିଟ୍କୁ କମିଥିଲା । ତେବେ ୨୦୧୭-୧୮ ବର୍ଷରେ ଏହା ୨୧୯.୨୩ ନିୟୁତ ୟୁନିଟ୍କୁ ବୃଦ୍ଧି ପାଇଛି । ଗତବର୍ଷ ତୁଳନାରେ ମାଛକୁଣ୍ଡ ପ୍ରକଳ୍ପରେ ବିଦ୍ୟୁତ  ଉତ୍ପାଦନ କମିଥିବା ବେଳେ ଅନ୍ୟ ସବୁ ପ୍ରକଳ୍ପରେ ଏହା ବୃଦ୍ଧି ପାଇଥିବା ଦର୍ଶାଯାଇଛି । 
ସେହିପରି ଛତିଶଗଡ଼ ପ୍ରକଳ୍ପ ଯୋଗୁ ନଦୀରେ ପାଣି କମୁଥିବା ପରିପ୍ରେକ୍ଷୀରେ ମାଛ ଉତ୍ପାଦନ ହ୍ରାସ ପାଇଥିବା ଘେନି ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ବେଗ ପ୍ରକାଶ କରାଯାଉଛି । ସେହିପରି ଦୟା, ଗଙ୍ଗୁଆ ଭଳି ବହୁ ନଦୀର ଜଳ ପ୍ରଦୂଷିତ ହେବା କାରଣରୁ ମାଛ ଉତ୍ପାଦନ ବାଧା ପାଉଥିବା ଘେନି ପରିବେଶବିତ୍ ଓ ସ୍ଥାନୀୟ ଲୋକେ କହିଆସୁଛନ୍ତି । କିନ୍ତୁ ବିଧାୟକ ଶ୍ରୀ ରାୟଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି ଯେ ପ୍ରଦୂଷଣ ଓ ଜଳପ୍ରବାହ କାରଣରୁ ନଦୀରେ ମତ୍ସ୍ୟ ଉତ୍ପାଦନ କମିବା ସରକାରଙ୍କ ନଜରକୁ ଆସି ନାହିଁ  । ସେ ଦେଇଥିବା ପରିସଂଖ୍ୟାନ ମୁତାବକ ୨୦୧୦-୧୧ ବର୍ଷରେ ଓଡ଼ିଶାରେ ନଦୀରୁ ୧୧,୧୦୮ ମେଟ୍ରିକ ଟନ୍ ମାଛ ଧରାଯାଇଥିବା ବେଳେ ୨୦୧୬-୧୭ରେ ଏହା ୨୭,୫୯୪ ମେଟ୍ରିକ୍ ଟନରେ  ପହଞ୍ଚିଛି । 
ଏଠାରେ ଉଲ୍ଲେଖନୀୟ ଯେ ବିଧାୟକ ଶ୍ରୀ ରାୟଙ୍କ ଭିନ୍ନ ଏକ ପ୍ରଶ୍ନର ଉତ୍ତରରେ ଜଳ ସମ୍ପଦ ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଦେଇଥିବା ତଥ୍ୟ ମୁତାବକ ହୀରାକୁଦର ଉପରମୁଣ୍ଡରେ ଛତିଶଗଡ଼ ୨୨୬୮ଟି ବନ୍ଧ ନିର୍ମାଣ କରିସାରିଥିବା ବେଳେ ଆଉ ୪୪୩ଟି ନିର୍ମାଣାଧିନ ରହିଛି । ସେହିପରି ବ୍ରାହ୍ମଣୀର ଉପରମୁଣ୍ଡରେ ଝାଡ଼ଖଣ୍ଡ ୧୫ଟି ବନ୍ଧ ନିର୍ମାଣ କରିସାରିଥିବା ବେଳେ ଆଉ ୩ଟିର ନିର୍ମାଣ କାର୍ଯ୍ୟ ·ଲିଛି । ଏହାଛଡ଼ା ଓଡ଼ିଶାରୁ ପ୍ରବାହିତ ନଦୀଗୁଡ଼ିକର ତଳମୁଣ୍ଡରେ ଆନ୍ଧ୍ର ପୋଲାଭରମ୍ ସମେତ ଅନେକ ବନ୍ଧ ନିର୍ମାଣ କରୁଛି । 
0
0
0
s2sdefault