ହେଡଲାଇନସ୍:

ବରଗଡ ଜିଲ୍ଲା ସୀମାନ୍ତ ବ୍ଲକ ମାନଙ୍କ ରେ ବଢିଛି ପଙ୍ଗପାଳ ଭୟ: ଚିନ୍ତାରେ ଚାଷି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଝାରବନ୍ଧ-ମନୋହର ଦାଶ //ସାରା ଭାରତ ବର୍ଷ ରେ ଲୋକେ କରୋନା ସଙ୍କଟ ଭିତରେ ଗତି କରୁଥିବା ବେଳେ ଵର୍ତମାନ ଚାଷୀ ଙ୍କୁ ଘାରିଛି ପଙ୍ଗପାଳ ଭୟ ।ଛତିଶଗଡ ପଟୁ ପଙ୍ଗପାଳ ମାଡିଅସୁଥିବା ନେଇ ଛତିଶଗଡ଼ ର ସୀମାନ୍ତ ରେ ଥିବା ବରଗଡ଼ ଜିଲ୍ଲା ର ୬ଟି ବ୍ଲକ ର ଚାଷୀ ଚିନ୍ତିତ ହୋଇପଡିଛନ୍ତି ।ଚାଷି ଙ୍କ ସହ କୃଷି ବିଭାଗ ସୀମାନ୍ତ ରେ ଦୃଷ୍ଟି ରଖିଛି।

ଛତିଶଗଡ ଅଞ୍ଚଳ ରେ ବର୍ତ୍ତମାନ ପଙ୍ଗପାଳ ବ୍ୟାପି ଥିବା ଶୁଣିବାକୁ ମିଳୁଥିବା ବେଳେ ବରଗଡ ଜିଲ୍ଲା ର ଚାଷୀ କୁଳ ଏବେ ଚିନ୍ତା ରେ । ପଙ୍ଗପାଳ ଭଳି ଦେଖାଯାଉଥିବା କୀଟ ଆସି ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅଞ୍ଚଳ ରେ କିଛି ଜଙ୍ଗଲରେ ଆତଙ୍କ ଖେଳାଇଛନ୍ତି । ବୃକ୍ଷ ରେ ବସି ପତ୍ର ସବୁ ଖାଇ ଦେଇଛନ୍ତି ।ଏହା ଏକ ଜଙ୍ଗଲୀ ପୋକ ପଙ୍ଗପାଳ ନୁହଁନ୍ତି ବୋଲି ଝାରବନ୍ଧ ବ୍ଲକ କୃଷି ଅଧିକାରୀ ପ୍ରଣୟ ମନ୍ତ୍ରୀ କହିଛନ୍ତି । ପଙ୍ଗପାଳ ନିୟନ୍ତ୍ରଣ ପାଇଁ ଟିଣ ,ଥାଳି,ଅଧିକ ଶବ୍ଦ ବାହାରୁଥିବା ବାଜା ବଜାଇ କଣ୍ଟା ଯୁକ୍ତ ଡାଳ ରେ ପିଟି ଘଉଡାଇବା ଚାଷୀମାନଙ୍କ ସୁବିଧା ଦୃଷ୍ଟି ରୁ କୀଟ ନାଶକ ଔଷଧ ଦୋକାନୀ ମାନଙ୍କୁ ଆବସକୀୟ ପରିମାଣ ର ଔଷଧ ରଖିବାକୁ ନିର୍ଦେଶ ଦେଇଛନ୍ତି ।ଏବେ ମଝିରେ ମଝିରେ ବର୍ଷା ହେଉଥିବା ରୁ ଚାଷୀ ସେତେଟା ଭୟ କରିବା ର କାରଣ ନାହିଁ ।ମୌସୁମୀ ଆସିଗଲେ ସେମାନେ ଫେରିଯିବେ ବୋଲି ଚାଷୀ ମାନଙ୍କୁ ଝାରବନ୍ଧ ବ୍ଲକ କୃଷି ଅଧିକାରୀ ଶ୍ରୀ ମନ୍ତ୍ରୀ ଚାଷୀ ମାନଙ୍କୁ ସୂଚନା ଦେଇଛନ୍ତି ।

0
0
0
s2sdefault