ହେଡଲାଇନସ୍:

ସହାୟତା ପାଇଁ ଦାବି କଲେ ସିନାପାଲି ଟେଣ୍ଟ, ଲାଇଟ, ଫୁଲ ଡେକୋରେଟର ସଂଘ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସିନାପାଲି /ନିରାକାର ମେହେର : ନୂଆପଡା ଜିଲ୍ଲା ସିନାପାଲି ସହର ଠାରେ ଥିବା ଟେଣ୍ଟ, ଲାଇଟ, ସାଉଣ୍ଡ, ବେଲୁନ, ଫୁଳ ଡେକୋରେଟ ସଂଘ ପକ୍ଷ ରୁ ସିନାପାଲି ତହସିଲଦାର ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ | ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଯୋଗୁ ସରକାର ଲକଡାଉନ ଘୋଷଣା ପରେ ଗତ ମାର୍ଚ୍ଚ ମାସ ରୁ ଟେଣ୍ଟ, ଲାଇଟ ସାଉଣ୍ଡ, ବେଲୁନ ଫୁଲ ଡେକୋରେଟର ବ୍ୟବସାୟୀ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି | ବିଶେଷ କରି ଗ୍ରୀଷ୍ମ 4 ମାସ ସେମାନଙ୍କ ଵ୍ୟଵସାୟ ଅଧିକ ରହିଥାଏ !ଏହି ଋତୁ ରେ ବିବାହ, ବ୍ରତ, ସହିତ ଅନେକ ପର୍ବ ପର୍ବାଣି ରହିଥାଏ | କିନ୍ତୁ ଲକ ଡାଉନ କାରଣ ରୁ ସେମାନଙ୍କ ବ୍ୟବସାୟ ସମ୍ପୂର୍ଣ ବନ୍ଦ ରହିଥିବା ବେଳେ ବର୍ତ୍ତମାନ ସେମାନେ ଆର୍ଥିକ ସଙ୍କଟ ରେ ଗତି କରୁଛନ୍ତି !ଅନେକ ଏହି ବ୍ୟବସାୟୀ ମାନଙ୍କ ଭଡା ଘର ମଣ୍ଡପ, ବ୍ୟାଙ୍କ ଲୋନ, ଟେଣ୍ଟ ଓ ଗାଡି ଲୋନ ମଧ୍ୟ ରହିଥିବା ଦର୍ଶାଇ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଅନୁରୋଧ କରିଛନ୍ତି  | ସଂଘର ସଭାପତି ମଳୟ ମେହେର, ଉପସଭାପତି ହିମାଂଶୁ ମେହେର, ପ୍ରଶାନ୍ତ ମେହେର, ମନୋଜ ମେହେର, ଲମ୍ବୋଦର  ମେହେର, ଲିଙ୍ଗରାଜ ମେହେର, ସମେତ ଅନ୍ୟାନ୍ୟ ବ୍ୟବସାୟୀ ଦାବି ପତ୍ର ପ୍ରଦାନ କରିଛନ୍ତି !

0
0
0
s2sdefault