ହେଡଲାଇନସ୍:

ସାଙ୍ଘାତିକ କେଳେଙ୍କାରୀରେ ବୁଡ଼ି ରହିଛି ଓଡ଼ିଶା ଔଷଧ ନିଗମ : ସୁଦର୍ଶନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର (ଶାସକ ପ୍ରଶାସକ): ସରକାର କରୋନା ମୁକାବିଲା ପାଇଁ ଓଡିଶା ଔଷଧ ନିଗମ ମାଧ୍ୟମରେ ଯେଉଁ ଜିନିଷ ଯଥା ଟେଷ୍ଟିଙ୍ଗ କିଟ, ମାସ୍କ, ସାନିଟାଇଜର, ଭେଣ୍ଟିଲେଟର, ପିସିଆର ମେସିନ, ଔଷଧ ତଥା ଅନ୍ୟାନ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ସବୁ କିଣିଛନ୍ତି ସେଥିରେ ସାଙ୍ଘାତିକ କେଳେଙ୍କାରୀ ଭରି ରହିଛି l ଗୋଟିଏ ପରେ ଗୋଟିଏ କେଳେଙ୍କାରୀ ଏବଂ ଦୁର୍ନୀତିର ପର୍ଦ୍ଦାଫାଶ ହେଉଛି l ପୂର୍ବରୁ ମାସ୍କ କିଣିବା କ୍ଷେତ୍ରରେ କିଭଳି ଦୁର୍ନୀତି ଉଙ୍କି ମାରିଛି ତାହା ଗଣମାଧ୍ୟମରେ ପ୍ରକାଶ ପାଇଥିଲା l 9.90 ପଇସା ରେ ଗୋଟେ କମ୍ପାନୀ ପାଖରୁ ମାସ୍କ କିଣିବାର ୨ ଦିନ ପରେ ଆଉଗୋଟେ କମ୍ପାନୀ ଠାରୁ ସମାନ ମାନର ମାସ୍କ 16 ଟଙ୍କା ରେ କିଣା ଯାଇଥିଲା ସେହି ବାବଦ କୁ କୋଟି କୋଟି ଟଙ୍କା ତୋଷରପାତ ହୋଇଛି l ଏବେ ଆଉକିଛି କେଳେଙ୍କାରୀ ର ତଥ୍ୟ ଆମର ହସ୍ତଗତ ହୋଇଛି l ରିଏଲ ଟାଇମ ପିସିଆର ମେସିନ ଏବଂ ସେଥିରେ ବ୍ୟବହୃତ ଟେଷ୍ଟିଙ୍ଗ କିଟ କିଣାରେ ସାଙ୍ଘାତିକ ଦୁର୍ନୀତି ହୋଇଥିବାର ସ୍ପଷ୍ଟ ପ୍ରମାଣ ରହିଛି l ଗୋଟିଏ କମ୍ପାନୀ ପାଖରୁ ଔଷଧ ନିଗମ ପ୍ରତି ପିସିଆର ପିଛା 12 ଲକ୍ଷ 90 ହଜାର ଟଙ୍କା ଦେଇ ସେ ବାବଦକୁ 12 କୋଟି 94 ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି 100 ମେସିନ କିଣିବା ପାଇଁ l ଏହି ମେସିନ ଖୋଲା ବଜାରରେ 4-5 ଲକ୍ଷ ଟଙ୍କାରେ ଉପଲବ୍ଧ ଥିଲାବେଳେ 12 ଲକ୍ଷ 94 ହଜାର ଟଙ୍କାରେ କିଣାହେବା ସମସ୍ତଙ୍କୁ ଚକିତ କରିଦେବାର କଥାଟିଏ l ସେହିପରି ଏହି ରିଏଲ ଟାଇମ ପିସିଆର ମେସିନ ରେ ବ୍ୟବହୃତ ଟେଷ୍ଟିଙ୍ଗ କିଟ ଯାହାର ବଜାର ମୂଲ୍ୟ 700 - 800 ଟଙ୍କା l ତାହାକୁ 1314 ଟଙ୍କାରେ ଔଷଧ ନିଗମ କିଣିଛି l 2 ଲକ୍ଷ ଏହି ଭଳି ଟେଷ୍ଟିଙ୍ଗ କିଟ କିଣା ବାବଦକୁ 26 କୋଟି 80 ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି l ବଜାର ମୂଲ୍ୟ ଠାରୁ ବହୁ ଚଢ଼ା ଦାମରେ ମେସିନ ଏବଂ କିଟ କିଣିବା ପଛରେ ଅସାଧୁ ଉଦ୍ଦେଶ୍ୟ ସ୍ପଷ୍ଟ ପ୍ରମାଣିତ ବୋଲି ଓଡିଶା ପ୍ରଦେଶ କଂଗ୍ରେସ  କୋଭିଡ଼ ୧୯ ରାଜ୍ୟ ନିୟନ୍ତ୍ରଣ କକ୍ଷ ତରଫରୁ ବରିଷ୍ଠ ନେତା ସୁଦର୍ଶନ ଦାସ ଅଭିଯୋଗ କରିଛନ୍ତି |

ସେ କହିଛନ୍ତି ଯେ , ସରକାର କୋଟି କୋଟି ଟଙ୍କାର ପିପିଇ ( ପର୍ସନାଲ ପ୍ରୋଟେକ୍ଟିଭ ଇକ୍ୱିପମେଣ୍ଟ ) କିଣିଛନ୍ତି l ଏଗୁଡ଼ିକ ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀ ମାନେ ବ୍ୟବହାର କରିଥାନ୍ତି, କରୋନା ସଂକ୍ରମଣରୁ ନିଜକୁ ସୁରକ୍ଷା ଦେବାପାଇଁ l ଆଇସିଏମଆର ର ଗାଇଡଲାଇନ ଅନୁସାରେ ଏହି ପିପିଇ ଗୁଡ଼ିକ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀ ମାନେ ବ୍ୟବହାର କରିବା ପୂର୍ବରୁ ଏଗୁଡିକର ଟେଷ୍ଟିଙ୍ଗ ହେବା ଆବଶ୍ୟକ l ତାହା ନହେଲେ ଏହି ପିପିଇ ସେମାନଙ୍କୁ କରୋନା ସଂକ୍ରମଣରୁ ସୁରକ୍ଷା ଦେବା ନାହିଁ ସନ୍ଦେହ ରହିଥାଏ l ମାତ୍ର ଆଶ୍ଚର୍ଯ୍ୟର ବିଷୟ ହେଉଛି, ସରକାର ଔଷଧ ନିଗମ ଦ୍ୱାରା କିଣାଯାଇଥିବା ପିପିଇ ଗୁଡ଼ିକୁ ଟେଷ୍ଟିଙ୍ଗ କୌଣସି ବୈଷୟିକ ସଂସ୍ଥା ଦ୍ୱାରା ଟେଷ୍ଟିଙ୍ଗ ନକରି ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ପିନ୍ଧେଇଛନ୍ତି, ଯାହା ସେମାନଙ୍କର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରେ l ଭୁବନେଶ୍ୱର ରେ ସିପେଟ ଭଳି ସଂସ୍ଥା ରହିଛି l ତା' ଦ୍ୱାରା ସରକାର ପିପିଇ ଗୁଡ଼ିକୁ ଟେଷ୍ଟିଙ୍ଗ କରେଇ ପାରିଥାନ୍ତେ କିନ୍ତୁ ତାହା କରି ନାହାନ୍ତି l ଏହା ସରକାରଙ୍କ ର କରୋନା ଯୋଦ୍ଧା ମାନଙ୍କ ପ୍ରତି କେତେ ସମ୍ମାନ ଏବଂ ସମ୍ବେଦନଶୀଳତା ରହିଛି ତାହାର ସାକ୍ଷ୍ୟ ବହନ କରେ l

ଓଡିଶା ଔଷଧ ନିଗମର ବହୁ କେଳେଙ୍କାରୀ ଗୋଟିଏ ପରେ ଗୋଟିଏ ଆମର ହସ୍ତଗତ ହେଉଛି l ସେଗୁଡ଼ିକରେ ଲୁଚି ରହିଥିବା ଦୁର୍ନୀତି ଏବଂ କେଳେଙ୍କାରୀ କ୍ରମଶଃ ପଦାକୁ ଆସୁଛି l ସରକାର ଏହାର ବିଧିବଦ୍ଧ ତଦନ୍ତ କରି ଯେଉଁ ଅଫିସର ମାନେ ଏଥିରେ ସମ୍ପୃକ୍ତ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆମେ ଦାବି କରୁଛୁ l

0
0
0
s2sdefault