ହେଡଲାଇନସ୍:

ପଦ୍ମପୁରରେ ନିର୍ମିତ  ହେବ ଏକ ସୁନ୍ଦର ମଂଚ : ବିଧାୟକ 

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ବୁଢାସମ୍ବର ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନର  ସିରଜିନା ଉଛ୍ଛବ ୨୦୧୮ 

19-04-18-padampur.jpg - 83.35 kB

ପଦ୍ମପୁର(ନୀଳ ଦୀପ )-ଅକ୍ଷୟତୄତୀୟା ବୁଧବାର ଦିନ  ସଂଜୟ କୁମାର ବହିଦାରଙ୍କ ସଭାପତିତ୍ୱରେ ବୁଢାସମ୍ବର ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପଦ୍ମପୁରର ବାର୍ଷିକ ଉତ୍ସବ  ସିରଜିନା ଉଛ୍ଛବ ୨୦୧୮ ପାଲିତ ହୋଇଯାଇଛି । ମା ସମଲେଶ୍ବରୀଙ୍କ ପୂଜାର୍ଚନା ପରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।ସର୍ବପ୍ରଥମେ ସ୍ବର୍ଗତ ଖଗେଶ୍ବର ସେଠ ଓ ସ୍ବର୍ଗତ ସଂଜୀବ ବଣିଆଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।କବି ଖଗେଶ୍ବର ସେଠଙ୍କ ସାହିତ୍ୟ କୄତ ଉପରେ ଡ.ମାନଭଞ୍ଜନ ପ୍ରଧାନ ଓ  ଜିତେଶ୍ବରୀ ଦାଶ ଭାବଗର୍ଭିକ ଭାଷଣ ପ୍ରଦାନ କରିଥିଲେ ।ନାଟ୍ୟକାର ଅଶୋକ କୁମାର ବହିଦାରଙ୍କ ସଂଯୋଜନାରେ ଏକ ମନୋତ୍ତ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ।ପ୍ରତିବର୍ଷ ପରି ଏହି ବର୍ଷ ବର୍ଷୀୟାନ କଳାକାର  ସତ୍ୟନାରାୟଣ ଦାସ(ପଦ୍ମପୁର),ବେଣୁମାଧବ ଦୋରା(ପଦ୍ମପୁର), ମଧୁସୂଦନ ସରାଫ(ପଦ୍ମପୁର), ଲିଟୁ ମହାନ୍ତି(ବରଗଡ଼),ଡ.ତପସ୍ବିନୀ ଗୁରୁ(ବରଗଡ଼) ଙ୍କୁ ସିରଜିନା ଅଭିନୟ ସମ୍ମାନରେ ସମ୍ମାନିତ କରାଗଲା ଏବଂ  କୄଷ୍ଣଚନ୍ଦ୍ର ଭୋଇ (ଗନିଆପାଲି) ଓ ନିହି ପ୍ରକାଶନୀ(ପଦ୍ମପୁର)ଙ୍କୁ  ସିରଜିନା ସାହିତ୍ୟ ସମ୍ମାନରେ ସମ୍ମାନିତ କରାଗଲା sa।ହିତ୍ୟ ଓ ସାଂସ୍କୃତିକ ସମାରୋହରେ ସମ୍ବଲପୁରୀ/କୋଶଲୀ ପତ୍ରିକା 'ସିରଜିନା' ଓ 'ନିହି' ଲୋକାର୍ପିତ ହୋଇଥିଲା । ଏହି ପବିତ୍ର ଉତ୍ସବରେ ନାଟ୍ୟକାର ରାଜେନ୍ଦ୍ର କୁମାର ମହାନ୍ତିସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ । ସେ ପଦ୍ମପୁର ସହରରର ଏକ ସୁନ୍ଦର ମଞ୍ଚ ନିର୍ମାଣ ପାଇଁ ମୁଖ୍ୟ ଅତିଥି ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତଙ୍କୁ ଅନୁରୋଧ ଜଣାଇଥିଲେ ।ଏହାର ଉତ୍ତରରେ ଶ୍ରୀ ପୁରୋହିତ ପେଟ୍ରୋଲିୟମ ମନ୍ତ୍ରୀଙ୍କ ଅନୁଦାନରୁ ୪୦ଲକ୍ଷ ଟଙ୍କାର ଏକ କାର୍ଯ୍ୟକ୍ରମ ହାତକୁ ନେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ସଭାପତି ସଂଜୟ କୁମାର ବହିଦାର ମଧ୍ୟ ବିଧାୟକଙ୍କୁ ଏହି ମର୍ମରେ ସଭାପତୀୟ ଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିଶୁ ନୄତ୍ୟଶିଳ୍ପୀ ଆଭାରାଣୀ ସାହୁ ଓ ନୄତ୍ୟଶିଳ୍ପୀ ବନ୍ଦନାଙ୍କ ନୄତ୍ୟ ବିଶେଷ ଆକର୍ଷଣୀୟ ହୋଇଥିଲା ।ସବାଶେଷରେ ନାଟ୍ୟକାର ରାଜେନ୍ଦ୍ର କୁମାର ମହାନ୍ତିଙ୍କ ଦ୍ବାରା ଲିଖିତ ଓ ନିର୍ଦେଶିତ ନାଟକ "ଆକବରୀ ଗଡୁ"  ମଞ୍ଚସ୍ଥ ହୋଇଥିଲା । ସହସମ୍ପାଦକ କିଶୋର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।ସାସ୍କୃତିକ ସମ୍ପାଦକ ଭଗବାନ ମଲ୍ଲିକ,କୈଲାସ କୁମ୍ଭାର,ବିଶ୍ରାମ ମେହେର,ନିଳ ଦୀପ,ସୁରଜ ସାହୁ,ନିଶୀଥ ରଞ୍ଜନ ମହାନ୍ତି,ଆଶିଷ ବୈକାର,ଶିବ ମେହେର,ଅଧିକାରୀ ସା ପ୍ରମୁଖ ସହଯୋଗ କରିଥିଲେ ।

0
0
0
s2sdefault