ହେଡଲାଇନସ୍:

 ସମ୍ବଲପୁର ରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ, ୧୬ ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା l

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ):  ଆଜି ସମ୍ବଲପୁରରେ ପୁଣି ଜଣେ  କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି l ଆଜି କରୋନା ପଜିଟିଭ ଚି଼ହ୍ନଟ ହୋଇଥିବା ବ୍ୟକ୍ତି ଜଣକ ମହା ନଗର ନିଗମ ଅଂଚଳର ୪୫ ବର୍ଷ ବୟସ ଜଣେ ପୁରୁଷ ଏବଂ ସେ  ହୀରାକୁଦ ଲରପଙ୍କ ସ୍ଥିତ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ଥିଲେ ବୋଲି ଜଣାପଡିଛି l  ସେ ଗତ ୨୫ ତାରିଖ ମୁମ୍ବାଇ  ରୁ ଫେରି ଥିଲେ l କରୋନା ପଜିଟିଭ ଚି଼ହ୍ନଟ ପରେ ବ୍ୟକ୍ତି ଜଣଙ୍କୁ କୋଭିଡ ଡାକ୍ତରଖାନା କୁ ଆଜି  ପଠାଇ ଦିଆଯାଇଛି l  ତେବେ ବ୍ୟକ୍ତି ଙ୍କ ସସ୍ପର୍ଶରେ ଆସିଥିବା ଲୋକଙ୍କୁ ଚି଼ହ୍ନଟ କରାଯାଉ ଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l ତେବେ ପୂର୍ବରୁ ସମ୍ବଲପୁର ଜ଼ିଲ୍ଲାରେ  ୧୫  ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଥିବା ବେଳେ ଏବେ ଏହା ୧୬ ରେ ପହଁଚିଛି l ସେମାନଙ୍କ ମଧ୍ୟରେ ୧୩  ଜଣ ପୁରୁଷ ଓ ୩   ଜଣ ମହିଳା ଅଛନ୍ତି l

0
0
0
s2sdefault